Advertisment

‘ଲ୍ୟାଣ୍ଡର ବିକ୍ରମରେ ରହିଛି ବିଶ୍ୱାସ, ପରାକ୍ରମରେ ଭରି ରହିଛି ରୋଭର ପ୍ରଜ୍ଞାନ’

ମୋଦି କହିଛନ୍ତି, ଅଗଷ୍ଟ ୨୩ର ପ୍ରତି ମୁହୂର୍ତ୍ତ ମୋ’ ଆଖି ଆଗକୁ ବାରମ୍ବାର ଚାଲି ଆସୁଛି। ଯେତେବେଳେ ଆମର ଚନ୍ଦ୍ରଯାନ ଅଙ୍ଗଦ ପରି ଚନ୍ଦ୍ର ଉପରେ ନିଜ ଗୋଡ଼ରେ ଛିଡ଼ା ହୋଇଥିଲା ଉକ୍ତ ମୁହୂର୍ତ୍ତକୁ ଭୁଲି ହେଉନି ।

PM Modi

PM Modi

Advertisment

ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ବିକ୍ରମରେ ଭରି ରହିଛି ବିଶ୍ୱାସ । ସେହିପରି ରୋଭର ପ୍ରଜ୍ଞାନ ବି ପରାକ୍ରମରେ କାହାଠୁ କମ୍‌ ନୁହେଁ। ତେଣୁ ମୁଁ ଆପଣ ସମସ୍ତଙ୍କୁ ସାଲ୍ୟୁଟ କରୁଛି। ଆପଣଙ୍କ ଆତ୍ମ ବିଶ୍ୱାସ, ଧୈର୍ଯ୍ୟ ଓ କଠିନ ପରିଶ୍ରମ ନିକଟରେ ବି ବି ମୁଁ ନତମସ୍ତକ ହେଉଛି। କାରଣ ଏହା ହେଉଛି ନୂଆ ଭାରତର ନୂଆ ଚିନ୍ତାଧାର। ଏକବିଂଶ ଶତାଦ୍ଦିରେ ଭାତର ଦୁନିଆ ସମ୍ମୁଖରେ ଛିଡ଼ା ହୋଇଥିବା ବଡ଼ ବଡ଼ ସମସ୍ୟାର ସମାଧାନ ଆଖି ପିଛୁଳାକେ କରି ପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଇସ୍ରୋ ସେଣ୍ଟରରେ ନିଜ ଅଭିଭାଷଣରେ ବୈଜ୍ଞାନିକମାନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ସେମାନଙ୍କ ପ୍ରଶଂସାରେ ଶତମୁଖ ହୋଇ ଏପରି କହିଛନ୍ତି।

Advertisment

ମୋଦି କହିଛନ୍ତି, ଅଗଷ୍ଟ ୨୩ର ପ୍ରତି ମୁହୂର୍ତ୍ତ ମୋ’ ଆଖି ଆଗକୁ ବାରମ୍ବାର ଚାଲି ଆସୁଛି। ଯେତେବେଳେ ଆମର ଚନ୍ଦ୍ରଯାନ ଅଙ୍ଗଦ ପରି ଚନ୍ଦ୍ର ଉପରେ ନିଜ ଗୋଡ଼ରେ ଛିଡ଼ା ହୋଇଥିଲା ଉକ୍ତ ମୁହୂର୍ତ୍ତକୁ ଭୁଲି ହେଉନି ।

ଗତଥର ଚନ୍ଦ୍ରଯାନ-୨ ସମୟରେ ଆମକୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଏଥର କିନ୍ତୁ ଚନ୍ଦ୍ରଯାନ-୩ ସଫଳ ହେବାକୁ ବାଧ୍ୟ ହୋଇଥିଲା। କାରଣ ଏହା ପଛରେ ଇସ୍ରୋ ବୈଜ୍ଞାନିକଙ୍କ ଦିନରାତିର ଅକ୍ଳାନ୍ତ ପରିଶ୍ରମ ଓ ତପସ୍ୟା ରହିଥିଲା। ଏହି ମିଶନକୁ ସଫଳ କରିବା ପାଇଁ ଆମ ବୈଜ୍ଞାନିକମାନେ ଇସ୍ରୋ ସେଣ୍ଟରରେ ଏକ କୁତ୍ରିମ୍‌ ଚନ୍ଦ୍ର ତିଆରି କରିବାକୁ ବି ପଛାଇଲେ ନାହିଁ। ଏହାପରେ ଉକ୍ତ ଚନ୍ଦ୍ର ଉପରେ ଚନ୍ଦ୍ରଯାନର ସଫଳ ପରୀକ୍ଷଣ କିପରି ହୋଇ ପାରିବ ବାରମ୍ବାର ତାହାର ଟେଷ୍ଟିଂ କରି ଚାଲିଥିଲେ। ତେଣୁ ଏହା ଏକ ପ୍ରକାର ସଫଳ ହେବାକୁ ବାଧ୍ୟ ହୋଇଥିଲା।

Advertisment

ଆମ ଦେଶର ଆଜିର ଯୁବପିଢ଼ୀ ଏବେ ବିଜ୍ଞାନ, ଅନୁସନ୍ଧାନ ପ୍ରତି ନିଜର ଖାସ୍‌ ରୁଚି ରଖୁଥିବା ବେଳେ ଏହା ପଛରେ ବି ଆମ ବୈଜ୍ଞାନିକଙ୍କ ହାତ ରହିଛି। ତେଣୁ ଆପଣଙ୍କ ସଫଳତା କେବଳ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂରେ ଶେଷ ହୋଇ ଯାଇନି, ଆପଣମାନେ ଭାରତର ପୂରା ଯୁବ ପୀଢ଼ିଙ୍କୁ ଜାଗ୍ରତ କରିଛନ୍ତି। ତେଣୁ ଏବେ ଏକ ଛୋଟ ପିଲା ରାତିରେ ଜନ୍ମ ମାମୁକୁ ଦେଖିଲେ ତା’ ଭିତରେ ଆତ୍ମବିଶ୍ୱାସ ଭରି ଉଠିବ । ମୋ’ ଦେଶ ନିଷ୍ଠା ବଳରେ ଜହ୍ନରେ ପହଞ୍ଚି ପାରିଥିବା ବେଳେ ମୁଁ ବି କିଛି ନୂଆ କରି ପାରିବି ବୋଲି ତା’ ଭିତରେ ବିଶ୍ୱାସ ଜନ୍ମିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ

ଏଥିସହ ମୋଦି କହିଛନ୍ତି, ଭାରତ ଏବେ ସମୁଦାୟ ବିଶ୍ୱର ୪ଟି ଦେଶ ମଧ୍ୟରୁ ଅନ୍ୟତମ ଯେଉଁମାନେ ଚନ୍ଦ୍ରକୁ ନିଜ ଯାନ ପଠାଇବାରେ ସଫଳ ହୋଇଛନ୍ତି। ହେଲେ ଆମର ଏହି ଯାତ୍ରା ଖୁବ୍‌ କଷ୍ଟଦାୟକ ଥିଲା। କାରଣ ଏପରି ଏକ ସମୟ ଥିଲା ଯେତେବେଳେ ଭାରତ ପାଖରେ ନିଜସ୍ୱ ଜ୍ଞାନକୌଶଳ ନ ଥିଲା। ତୃତୀୟ ବିଶ୍ୱର ଦେଶ ଭାବେ ଆମର ଗଣତି ହେଉଥିଲା। କିନ୍ତୁ ସେଥିରୁ ବାହାରି ଆମେ ଏବେ ଦୁନିଆର ସର୍ବଶ୍ରେଷ୍ଠ-୫ ଅର୍ଥନୀତି ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହୋଇ ପାରିଛୁ। କିନ୍ତୁ ଆଜି ସ୍ପେଶଠୁ ଆରମ୍ଭ କରି ବିଜ୍ଞାନ ଓ ପ୍ରୟୁକ୍ତି ବିଦ୍ୟା ସବୁ କ୍ଷେତ୍ରରେ ଭାରତ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଉଛି। ତେଣୁ ଆମେ ତୃତୀୟ ଧାଡ଼ିରୁ ପ୍ରଥମ ଧାଡ଼ିରେ ପହଞ୍ଚିବାରେ ଇସ୍ରୋର ପ୍ରମୁଖ ଭୂମିକା ରହିଛି। ଇସ୍ରୋ ମେକ୍‌- ଇନ୍‌ - ଇଣ୍ଡିଆ ଅଭିଯାନକୁ ଚନ୍ଦ୍ର ପର୍ଯ୍ୟନ୍ତ ନେଇ ପାରିଛି ବୋଲି କହିଛନ୍ତି ମୋଦି।

PM Modi ISRO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe