Advertisment

ଇସ୍ରୋର ଗଗନଯାନ ମିଶନ: କେଉଁମାନେ ଯିବେ ମହାକାଶ, ଆଜି ହେବ ଘୋଷଣା

ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଆଜି ପ୍ରକାଶ ପାଇପାରେ।

author-image
Debibandita Barick
Representative Image

Representative Image

ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା। ଏକ ସଦ୍ୟତମ ରିପୋର୍ଟ ଅନୁସାରେ, ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଆଜି ପ୍ରକାଶ ପାଇପାରେ। 

Advertisment

ଗଗନଯାନରେ ୪ ଜଣ ମହାକାଶକୁ ଯିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମହାକଶକୁ ଯିବାକୁ ଥିବା ମହାକାଶଚାରୀମାନେ ହେଉଛନ୍ତି ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣା ଓ ଚୌହାନ (ପୂରା ନାମ ବର୍ତ୍ତମାନ ପ୍ରକାଶ ପାଇ ନାହିଁ)। ଏହି ମହାକାଶଚାରୀମାନଙ୍କୁ ବ୍ୟୋମନଟ୍ ଭାବେ ନାମିତ କରାଯିବ।

ଏମାନେ ରୁଷିଆରେ ଗୋଟିଏ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି। ମିଶନର ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ରୋବଟ ‘ବ୍ୟୋମମିତ୍ର’କୁ ଗଗନଯାନରେ ମହାକାଶକୁ ପଠାଯିବ। ଯଦି ପରୀକ୍ଷଣ ସଫଳ ହୁଏ ତେବେ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କୁ ଗଗନଯାନରେ ପଠାଯିବ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। 

Advertisment

ମହାକାଶ ଅଭିଯାନର ସମୀକ୍ଷା ପାଇଁ ଆଜି କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। 

ଏଥିସହ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ୧୮ଶହ କୋଟି ଟଙ୍କାର ୩ଟି ମହାକାଶ ଗବେଷଣା ସମ୍ପର୍କିତ ଭିତ୍ତିଭୂମି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ହେଲା ଶ୍ରୀହରିକୋଟାରେ PSLV ଇଣ୍ଟିଗ୍ରେସନ ଫ୍ୟାସିଲିଟି, ମହେନ୍ଦ୍ରଗିରିରେ ସେମି-କ୍ରାୟୋଜେନିକ  ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ୍ ଷ୍ଟେଜ୍ ଟେଷ୍ଟ୍ ଫ୍ୟାସିଲିଟି ଏବଂ ଥିରୁଅନନ୍ତପୁରମରେ ଟ୍ରାଇସୋନିକ ୱିଣ୍ଡ୍ ଟନେଲ୍।

ISRO Gaganyaan Science PM Mod