Advertisment

'ଚନ୍ଦ୍ର ଭଳି ଆରମ୍ଭ ହେବ ମିଶନ ଶୁକ୍ର, ୨୦୩୦ ସୁଦ୍ଧା ସ୍ପେଶ୍‌ ଷ୍ଟେସନ ସ୍ଥାପନ'

ଇସ୍ରୋର ଗଗନଯାନ ମିଶନ ମାଧ୍ୟମରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଇସ୍ରୋର ଗଗନଯାନ ମିଶନ ମାଧ୍ୟମରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚାରି ବୀରଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମ କରି ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀ ମହାକାଶ ଯାତ୍ରା କରିବେ। ସେମାନେ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଳକୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଜିତ କୃଷ୍ଣ, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା।

Advertisment

ବାୟୁସେନାର ଏହି ସାହସୀ ଯୋଦ୍ଧାଙ୍କ ନାମ ଘୋଷଣା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୪ ଜଣ କେବଳ ବ୍ୟକ୍ତି ନୁହନ୍ତି, ୧୪୦ କୋଟି ଜନତାଙ୍କ ଶକ୍ତି। ଦେଶର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ହେଉଛନ୍ତି ଏହି ୪ ଜଣ। ଏମାନେ ବର୍ତ୍ତମାନର ଭାରତର ବିଶ୍ୱାସ ଓ ଶୌର୍ଯ୍ୟ।ମହାକାଶଚାରୀଙ୍କ ପରିବାର ବର୍ଗଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ଆଉ କିଛି ଦିନ ମଧ୍ୟରେ ଆମେ ପୁଣି ଥରେ ଚନ୍ଦ୍ରକୁ ଯାଉଛନ୍ତି। ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରି ତାକୁ ପୃଥିବୀ ପୃଷ୍ଠକୁ ଆଣିବୁ।

Advertisment

ମିଶନ ଶୁକ୍ର ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ଆଉ କିଛି ଦିନ ମଧ୍ୟରେ ଚନ୍ଦ୍ର ଭଳି ମିଶନ ଶୁକ୍ର ମଧ୍ୟ ଆରମ୍ଭ ହେବ। ଏଥିସହ ୨୦୩୦ ସୁଦ୍ଧା ଭାରତର ନିଜର ସ୍ପେଶ୍‌ ଷ୍ଟେସନ ସ୍ଥାପନ ହୋଇସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହିଳା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାଙ୍କ ବିନା ଏଭଳି କୌଣସି ମିଶନର କଳ୍ପନା କରି ହେବନି। 

PM Modi ISRO Space Research Gaganyaan Gaganyaan Astronauts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe