Advertisment

ଅଣନିଃଶ୍ୱାସୀ କଲା ଦୀପାବଳି ବାଣ ଧୂଆଁ

୧୧ ତାରିଖ (ଶନିବାର) ଅପେକ୍ଷା ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଛି।

ଅଦ୍ୟତନ ହୋଇଛି
Pollution

Pollution

Advertisment

ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ପହଞ୍ଚିଲା ବାୟୁ ପ୍ରଦୂଷଣ। ଗତକାଲି ରାତିରେ ଭୁବନେଶ୍ୱର ଓ ତାଳଚେରରେ ପ୍ରଦୂଷଣ ମାତ୍ରା
ସର୍ବୋଚ୍ଚ ସୀମା ଛୁଇଁଥିବା ବେଳେ କଟକ ଓ ଅନ୍ୟ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତି ନିମ୍ନ ସ୍ତରରେ ପହଞ୍ଚିଥିଲା।

Advertisment

ଦୀପାବଳି ବାଣ ଫୁଟା ଯୋଗୁ ଗତକାଲି ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା। ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୩୩୨, ବାଲେଶ୍ୱରରେ ୩୨୪ ବା ଅତି ଖରାପ ସ୍ଥିତିକୁ ପହଞ୍ଚି ଯାଇଥିଲା। କଟକରେ AQI ୨୯୪ ଓ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ୨୯୦ ରହିଥିଲା।

ଆଶ୍ଚର୍ଯ୍ୟର କଥା ଗତକାଲି ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା।

Advertisment

ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି, ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ
ସ୍ଥାନୀୟ ପ୍ରଶାସନକୁ ବି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏକ ସମୟରେ ବାଣ ଫୁଟା ଯୋଗୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ଏମିତି ବଢ଼ିଛି।

ପ୍ରଦୂଷଣ କମାଇବା ଉଦ୍ଦେଶ୍ୟରେ ଦୀପାବଳିରେ ଗ୍ରୀନ କ୍ରାକର ବ୍ୟବହାର ସହ ରାତି ୧୦ରୁ ସକାଳ ୬ ଯାଏଁ ବାଣ ନ ଫୁଟାଇବାକୁନିର୍ଦ୍ଦେଶ ଦେଇଥିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ହେଲେ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟରେ ଅନେକ ସ୍ଥାନରେ ଏହାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ଏମିତିକି ପ୍ରଶାସନ ଓ ପୁଲିସ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖିବାକୁ ମିଳିନଥିଲା। ଏଣୁ ରାଜ୍ୟରେ ପ୍ରଦୂଷଣ ମାତ୍ରା ବୃଦ୍ଧି ନେଇ ପ୍ରଶାସନର ଉଦାସୀନତା ଓ ଜନସାଧାରଣଙ୍କ ବେଖାତିରକୁ ଦାୟୀ କରିଛନ୍ତି ପରିବେଶବିତ୍। 

Pollution Bhubaneswar Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe