Advertisment

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ସୃଷ୍ଟି ହୋଇଛି ବିପଦ। ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ ବା ପଥର ଖଣ୍ଡ। ଚଳିତ ମାସ ଶେଷ ଭାଗ ସୁଦ୍ଧା ଏହା ପୃଥିବୀର ନିକଟର ହେବ ବୋଲି ଜଣାପଡ଼ିଛି। ଏହି ଉଲକା ପିଣ୍ଡର ଓସାର ୧.୮ କିମି। ଉଲକା ପିଣ୍ଡଟି ଘଣ୍ଟାପ୍ରତି ୪୭,୧୯୬ କିମି ବେଗରେ ପୃଥିବୀ ଆଡ଼କୁ ଆସୁଛି। ଚଳିତ ମାସ ଶେଷ ଭାଗରେ ଏହା ସୂର୍ଯ୍ୟ ପାଖ ଦେଇ ପୃଥିବୀକୁ ଅତିକ୍ରମ କରିବ ବୋଲି ନାସା […]

ଅଦ୍ୟତନ ହୋଇଛି
ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Earth

Advertisment

ନୂଆଦିଲ୍ଲୀ: ପୁଣିଥରେ ପୃଥିବୀ ପ୍ରତି ସୃଷ୍ଟି ହୋଇଛି ବିପଦ। ପୃଥିବୀ ଆଡ଼କୁ ଖସୁଛି ବିଶାଳକାୟ ଉଲକା ପିଣ୍ଡ ବା ପଥର ଖଣ୍ଡ। ଚଳିତ ମାସ ଶେଷ ଭାଗ ସୁଦ୍ଧା ଏହା ପୃଥିବୀର ନିକଟର ହେବ ବୋଲି ଜଣାପଡ଼ିଛି। ଏହି ଉଲକା ପିଣ୍ଡର ଓସାର ୧.୮ କିମି। ଉଲକା ପିଣ୍ଡଟି ଘଣ୍ଟାପ୍ରତି ୪୭,୧୯୬ କିମି ବେଗରେ ପୃଥିବୀ ଆଡ଼କୁ ଆସୁଛି। ଚଳିତ ମାସ ଶେଷ ଭାଗରେ ଏହା ସୂର୍ଯ୍ୟ ପାଖ ଦେଇ ପୃଥିବୀକୁ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି।

Advertisment

ପୃଥିବୀକୁ ଏହି ଉଲକା ପିଣ୍ଡ ବେଶୀ କିଛି କ୍ଷତି କରିବ ନାହିଁ ସତ। ତଥାପି ନାସା ପକ୍ଷରୁ ଏହାକୁ ବିପଜ୍ଜନକ ଶ୍ରେଣୀରେ ରଖାଯାଇଛି। ତଳ ମୁହାଁ ହୋଇଥିବା ଉଲକା ପିଣ୍ଡକୁ Palomar Observatoryରେ ୧୯୮୯ରେ ଠାବ କରାଯାଇଥିଲା। ଏବେ ଏହାର ନାଁ ୧୯୮୯ ଜେସି ରଖାଯାଇଛି। ବୈଜ୍ଞାନିକମାନେ ଏହାର ଗତିପଥ ଉପରେ ନଜର ରଖିଛନ୍ତି। ନାସା କହିଛି ଯେ ଉଲକା ପିଣ୍ଡଟି ପୃଥିବୀ ଠାରୁ ୪୦,୨୪,୧୮୨ କିମି ଦୂରରେ ଅତିକ୍ରମ କରିବ। ଏହା ବିପଦ ଶ୍ରେଣୀ ମଧ୍ୟରେ ଆସୁଛି। ୧୯୯୬ ପରେ କୌଣସି ଉଲକା ପିଣ୍ଡ ପୃଥିବୀର ଏତେ ନିକଟରେ ଅତିକ୍ରମ କରିବାର ରହିଛି। ସେତେବେଳେ ପୃଥିବୀଠାରୁ ମାତ୍ର ୪୦ ଲକ୍ଷ କିମି ଦୂରରେ ଗୋଟିଏ ଉଲକା ପିଣ୍ଡ ଅତିକ୍ରମ କରିଥିଲା ବୋଲି ନାସା କହିଛି।

ଏହାପୂର୍ବରୁ 2008Go20 ନାମକ ଏହି ଉଲକା ପିଣ୍ଡ ଜୁନ ୨୪ରେ ପୃଥିବୀକୁ ଅତିକ୍ରମ କରିଥିଲା। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଥିଲା। କିନ୍ତୁ ସେପରି କିଛି ବି ଘଟି ନଥିଲା।

Advertisment

ସେହିପରି ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ବୃହସ୍ପତି ଗ୍ରହର କକ୍ଷପଥରେ ସାଧାରଣତ ଉଲକା ପିଣ୍ଡ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe