Advertisment

ଚନ୍ଦ୍ରରେ ସଲଫର୍ ଓ ଅମ୍ଳଜାନ ସହିତ ଅନେକ ପଦାର୍ଥର ସନ୍ଧାନ କରିଛି ‘ପ୍ରଜ୍ଞାନ’

ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଏଭଳି ସନ୍ଧାନ କରିବାରେ ଏହା ପ୍ରଥମ ଘଟଣା। କୌଣସି ଅର୍ବିଟର ସାହାଯ୍ୟରେ ଏଭଳି ପରୀକ୍ଷଣ ସମ୍ଭବ ନୁହେଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Moon

Moon

ଚନ୍ଦ୍ରରେ ସଲଫର୍ ସହିତ ଆହୁରି ଅନେକ ପଦାର୍ଥ ରହିଛି। ଏ ସଂପର୍କରେ ସୂଚନା ଦେଇଛି ରୋଭର ପ୍ରଜ୍ଞାନ। ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି।

Advertisment

ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ (Al), କ୍ୟାଲସିୟମ (Ca), ଫେରସ (Fe), କ୍ରୋମିୟମ (Cr), ଟିଟାନିୟମ (Ti), ମାଙ୍ଗାନିଜ (Mn), ସିଲିକନ (Si) ଓ ଅକ୍ସିଜେନ୍ (O)ର ସନ୍ଧାନ କରିଛି। ରୋଭର ପ୍ରଜ୍ଞାନରେ ଲାଗିଥିବା Laser-Induced Breakdown Spectroscopy (LIBS) ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି। ଚନ୍ଦ୍ରରେ ହାଇଡ୍ରୋଜେନ୍‌ ଅଛି ନା ନାହିଁ, ତାହା ଜାଣିବା ପାଇଁ ରୋଭର ପ୍ରଜ୍ଞାନ ସନ୍ଧାନ ଚଳାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଏଭଳି ସନ୍ଧାନ କରିବାରେ ଏହା ପ୍ରଥମ ଘଟଣା। କୌଣସି ଅର୍ବିଟର ସାହାଯ୍ୟରେ ଏଭଳି ପରୀକ୍ଷଣ ସମ୍ଭବ ନୁହେଁ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Advertisment

ଏହା ପୂର୍ବରୁ ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା। ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି। ଇସ୍ରୋ କହିଥିଲା, "ଚନ୍ଦ୍ରର ଭୂପୃଷ୍ଠରୁ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।"

ଇସ୍ରୋ ଏହାର ଗୋଟିଏ ଗ୍ରାଫ୍ ମଧ୍ୟ ଶେୟାର୍ କରିଥିଲା। ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

ISRO ISRO Moon Mission Chandrayaan-3 Mission