Advertisment

୪୦୦ ବର୍ଷ ତଳେ ବୁଡ଼ି ଯାଇଥିଲା ଜାହାଜ, ଥିଲା ୪୦ ହଜାର କୋଟି ଟଙ୍କାର ସୁନାରୁପା, ଏବେ ମିଳିବ ସନ୍ଧାନ!

ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ। ୪୦୦ କୋଟି ପାଉଣ୍ଡର ଧନ-ସମ୍ପତ୍ତି ନେଇ ଯାତ୍ରା କରୁଥିବା ଏହି ଜାହାଜକୁ ଶହେ ବର୍ଷ ଧରି ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା। ବର୍ତ୍ତମାନ, ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି। ଏନେଇ ଦି ମେଟ୍ରୋ ରିପୋର୍ଟ କରିଛି। 

Advertisment

"ଏଲ୍ ଡୋରାଡୋ ଅଫ୍ ଦି ସି" ନାମରେ ନାମିତ ମର୍ଚାଣ୍ଟ ରୟାଲ୍ ଡାର୍ଟମାଉଥ ଅଭିମୁଖେ ଯାଉଥିବା ବେଳେ ୨୩ ସେପ୍ଟେମ୍ବର ୧୬୪୧ ମସିହାରେ କର୍ଣ୍ଣୱାଲ୍ ଉପକୂଳରେ ବୁଡ଼ି ଯାଇଥିଲା। ଖବର ଅନୁଯାୟୀ, ଏହି ଜାହାଜ କୋଟି କୋଟି ପାଉଣ୍ଡ ମୂଲ୍ୟର ସୁନା ଓ ରୂପା ନେଇ ଯାତ୍ରା କରୁଥିବା ଅନୁମାନ କରାଯାଏ। ବର୍ତ୍ତମାନ ଏହି ଜାହାଜର ଠାବ ପାଇଁ ଆରମ୍ଭ ହୋଇଛି ପ୍ରୟାସ।

ହଜି ଯାଇଥିବା ଜାହାଜର ଧ୍ୱଂସାବଶେଷ ଖୋଜିବାର କାର୍ଯ୍ୟ କରୁଥିବା କମ୍ପାନୀ ମଲ୍ଟିବିମ୍ ସର୍ଭିସେସ୍ ଏହି କାର୍ଯ୍ୟକରିବ। ଏହି କମ୍ପାନୀ ଗଭୀର ସମୁଦ୍ରର ୨୦୦ ବର୍ଗମାଇଲ୍ ଅଞ୍ଚଳରେ ଜାହଜର ସନ୍ଧାନ ପାଇଁ ଟେକ୍ନୋଲୋଜିର ସହାୟତା ନେବ। ସେମାନେ ନିଜ ସନ୍ଧାନରେ ମାନବ ବିହୀନ ଅଣ୍ଡରୱାଟର୍ ଭେସେଲ୍ ଏବଂ ଉନ୍ନତ ସୋନାର୍ ଟେକ୍ନୋଲୋଜି ବ୍ୟବହାର କରିବେ।

Advertisment

କମ୍ପାନୀର ମୁଖ୍ୟ ନିଗେଲ୍ ହୋଜ୍ ଏହି ସନ୍ଧାନର ଐତିହାସିକ ମହତ୍ତ୍ୱକୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସନ୍ଧାନରେ ଯାହା ମିଳିବ ତାହାକୁ ଐତିହ୍ୟ ଭାବରେ ଗ୍ରହଣ କରାଯିବ। ଏଥିରୁ କେବଳ ସୁନା-ରୁପା ମିଳିବନି, ବରଂ କୋଟି କୋଟି ଟଙ୍କାର ଜାହାଜର ଧ୍ୱଂସାବଶେଷ ମିଳିବ ବୋଲି ସେ କହିଛନ୍ତି। 

ସେ ଆହୁରି କହିଛନ୍ତି, ଏହି ସ୍ଥାନରେ କେବଳ ଯେ ମର୍ଚାଣ୍ଟ ରୟାଲ ବୁଡିଯାଇଛି ତାହା ନୁହେଁ, ଅନେକ ଜାହାଜ ଲୀନ ହୋଇଛି। ତେଣୁ କେଉଁଟା ମର୍ଚାଣ୍ଟର ଭଗ୍ନାବଶେଷ ତାହା ଚିହ୍ନଟ କରିବା କଷ୍ଟକର ହେବ। ଏହି ପ୍ରକ୍ରିୟା ସରଳ ନୁହେଁ, ଗଭୀର ଜଳସ୍ତର କାରଣରୁ ସନ୍ଧାନ କରିବା ଚ୍ୟାଲେଞ୍ଜିଂ ହେବ। ତଥାପି ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି କାରଣରୁ ଆମେ ସନ୍ଧାନ କରିବାରେ ସଫଳ ହେବୁ ବୋଲି ନିଗେଲ ଦାବି କରିଛନ୍ତି। 

Merchant Royal El Dorado Of The Seas Multibeam Services
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe