Advertisment

ଆକାଶରେ ଦେଖାଗଲା ବିରଳ 'ଡବଲ୍ ସନ୍ ହାଲୋ', କଣ ଏହା ଜାଣନ୍ତୁ

ସୂର୍ଯ୍ୟଙ୍କ ଚାରିପଟେ ଗୋଲ ଆକାରର ଏକ ଚମକପ୍ରଦ କିରଣ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Sun Halo

Sun Halo

Advertisment

ନିକଟରେ ଲଦାଖ ଆକାଶରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛ। ସୂର୍ଯ୍ୟଙ୍କ ଚାରିପଟେ ଗୋଲ ଆକାରର ଏକ ଚମକପ୍ରଦ କିରଣ ଦେଖାଯାଇଛି। ଆକାଶରେ ଏପରି ଦୃଶ୍ୟ ଜନ ସାଧାରଣଙ୍କୁ ଆଚମ୍ବିତ କରିଛି। ବାସ୍ତବରେ ସୂର୍ଯ୍ୟଙ୍କ ଚାରିପଟେ ଦେଖା ଯାଇଥିବା ଏହି ରିଙ୍ଗ୍ କଣ ଏବଂ କାହିଁକି ହୁଏ, ଜାଣନ୍ତୁ...

Advertisment

ଏହି ରିଙ୍ଗକୁ 'ଡବଲ୍ ସନ୍ ହାଲୋ' କୁହାଯାଏ। ପୂର୍ବରୁ ଭାରତର ଅନେକ ସମୟରେ ସନ୍ ହାଲୋ ଦେଖାଯାଇଛି, କିନ୍ତୁ ଡବଲ୍ ସନ୍ ହାଲୋ ଏକ ବିରଳ ଘଟଣା। ବାସ୍ତବରେ, ଏହା ଏକ ଅପ୍ଟିକାଲ୍ ଭ୍ରମ। ଯେତେବେଳେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ସାଇରସ୍ କ୍ଲାଉଡ(ବାଦଲ)ର ଆଇସ କ୍ରିଷ୍ଟାଲ ଦେଇ ପ୍ରତିବିମ୍ବିତ କରେ, ସେତେବେଳେ ସୂର୍ଯ୍ୟଙ୍କ ଚାରିପାଖରେ ଏକ ଚମତ୍କାର ରିଙ୍ଗ୍ ଦେଖିବାକୁ ମିଳେ।

କିନ୍ତୁ ନିକଟରେ ଦେଖାଯାଇଥିବା ଡବଲ୍ ସନ୍ ହାଲୋ ଏକ ବିରଳ ଘଟଣା। ଏହା 22° ସନ୍ ହାଲୋ କିମ୍ବା ପେରିହେଲିଓ ଭାବରେ ମଧ୍ୟ ଜଣାଶୁଣା। ଏହା ଏକ ପ୍ରାକୃତିକ ଅପ୍ଟିକାଲ୍ ଘଟଣା, ଯେଉଁଥିରେ ସୂର୍ଯ୍ୟ ଚାରିପାଖରେ ଦୁଇଟି ଉଜ୍ଜ୍ୱଳ ଧଳା କିମ୍ବା ରଙ୍ଗିନ ରିଙ୍ଗ ଦେଖାଯାଏ। ଏହି ରିଙ୍ଗଗୁଡିକ ଆଇସ କ୍ରିଷ୍ଟଲରେ ନିର୍ମିତ, ଯାହା ବାୟୁମଣ୍ଡଳରେ ଉଚ୍ଚ ସାଇରସ୍ କିମ୍ବା ସାଇରୋଷ୍ଟେଟସ୍ ବାଦଲରେ ଥାଏ।

Advertisment

ଆମେରିକୀୟ ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେତେବେଳେ ଆଇସ କ୍ରିଷ୍ଟାଲ ନିୟମିତ ଭାବେ ତିଆରି ହୁଏ, ପ୍ରତିବିମ୍ବିତ ହୋଇଥିବା ସୂର୍ଯ୍ୟକିରଣ ସୂର୍ଯ୍ୟ ମଧ୍ୟରେ 22 ଡିଗ୍ରୀର ହାଲୋ ସୃଷ୍ଟି କରେ। ଯଦି କ୍ରିଷ୍ଟାଲ(ସ୍ଫଟିକଗୁଡିକ) ଭୂଭାଗକୁ ସମାନ୍ତରାଳ ଭାବରେ ଏକ ଅତିରିକ୍ତ ପ୍ରତିଫଳନ ସୃଷ୍ଟି କରନ୍ତି, ତେବେ ବାହ୍ୟ ଭାଗରେ 46-ଡିଗ୍ରୀ ହାଲୋ ସୃଷ୍ଟି ହୁଏ।

ଡବଲ୍ ସନ୍ ହାଲୋର ଦୁଇଟି ରିଙ୍ଗ୍ ରହିଥାଏ:
ଭିତର ରିଙ୍ଗ: ଏହି ରିଙ୍ଗ ସବୁଠାରୁ ଛୋଟ ଏବଂ ଉଜ୍ଜ୍ୱଳ। ଏହା 22 ଡିଗ୍ରୀ କୋଣରେ ଦୃଶ୍ୟମାନ ହୁଏ, ତେଣୁ ଏହାକୁ 22 ଡିଗ୍ରୀ ସନ୍ ହାଲୋ କୁହାଯାଏ।
ବାହ୍ୟ ରିଙ୍ଗ: ଏହି ରିଙ୍ଗ ବଡ଼ କିନ୍ତୁ କମ୍ ଉଜ୍ଜ୍ୱଳ। ଏହା 46 ଡିଗ୍ରୀ କୋଣରେ ଦୃଶ୍ୟମାନ ହୁଏ।

ଯଦି ଆକାଶରେ ଡବଲ୍ ସନ୍ ହାଲୋସ୍ ଦେଖାଯାଏ,ତେବେ ଏହା ବର୍ଷା କିମ୍ବା ତୁଷାରପାତର ସଙ୍କେତ ହୋଇପାରେ।

Solar System Rare Double Sun Halo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe