Advertisment

ମହାକାଶରେ ମଜା ନେଇ ଫେରୁଛନ୍ତି ରିଚାର୍ଡ ବ୍ରାନସନ, ସାଙ୍ଗରେ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ: ଭିର୍ଜିନ୍ ଗାଲାକଟିକ ଗ୍ରୁପର ପ୍ରତିଷ୍ଠାତା ରିଚାର୍ଡ ବ୍ରାନସନ ଏବଂ ଅନ୍ୟ ୫ ଜଣ ମହାକାଶକୁ ଯାତ୍ରା କରି ପହଞ୍ଚିଛନ୍ତି। ଏବେ ସେମାନେ ପୁଣିଥରେ ପୃଥିବୀ ମୁହାଁ ଫେରୁଥିବା ସୂଚନା ରହିଛି। ନିଜେ ରିଚାର୍ଡ ବ୍ରାନସନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ (Jeff Bezos) ପ୍ରଥମ ବିଲିଅନର ଭାବରେ ମହାକାଶକୁ ଯାତ୍ରା କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଏହା ପୂର୍ବରୁ ରିଚାର୍ଡ ବ୍ରାନସନ ମହାକାଶକୁ ଯିବାରେ ସଫଳ […]

ଅଦ୍ୟତନ ହୋଇଛି
ମହାକାଶରେ ମଜା ନେଇ ଫେରୁଛନ୍ତି ରିଚାର୍ଡ ବ୍ରାନସନ, ସାଙ୍ଗରେ ଭାରତୀୟ ବଂଶୋଦ୍ଭବ

Richard-Branson-creates-his

Advertisment

ନ୍ୟୁୟର୍କ: ଭିର୍ଜିନ୍ ଗାଲାକଟିକ ଗ୍ରୁପର ପ୍ରତିଷ୍ଠାତା ରିଚାର୍ଡ ବ୍ରାନସନ ଏବଂ ଅନ୍ୟ ୫ ଜଣ ମହାକାଶକୁ ଯାତ୍ରା କରି ପହଞ୍ଚିଛନ୍ତି। ଏବେ ସେମାନେ ପୁଣିଥରେ ପୃଥିବୀ ମୁହାଁ ଫେରୁଥିବା ସୂଚନା ରହିଛି। ନିଜେ ରିଚାର୍ଡ ବ୍ରାନସନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ (Jeff Bezos) ପ୍ରଥମ ବିଲିଅନର ଭାବରେ ମହାକାଶକୁ ଯାତ୍ରା କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ହେଲେ ଏହା ପୂର୍ବରୁ ରିଚାର୍ଡ ବ୍ରାନସନ ମହାକାଶକୁ ଯିବାରେ ସଫଳ ହୋଇଛନ୍ତି।

Advertisment

ଏହି ମହାକାଶ ଯାତ୍ରାରେ 'ଭିଏସ୍ଏସ୍ ୟୁନିଟି'ର ୬ ଜଣ ମହାକାଶକୁ ଯାତ୍ରା କରିଥିଲେ। ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ଏରୋନେଟିକାଲ ଇଞ୍ଜିନିୟର ଶିରିଷା ବାନ୍ଦଲ ରହିଛନ୍ତି। ଭାରତୀୟ ସମୟ ଅନୁସାରେ ନ୍ୟୁ ମେକ୍ସିକୋରୁ ରାତି ୮ ଟାରେ ଯାତ୍ରା ଆରମ୍ଭ କରିଥିଲେ। ଏହି ମହାକାଶଯାନ ନ୍ୟୁ ମେକ୍ସିକୋର ଦକ୍ଷିଣ ମରୁଭୂମିରୁ ମହାକାଶ ଅଭିମୁଖେ ଯାତ୍ରା କରିଥିଲା। କମ୍ପାନୀର ପ୍ରତିଷ୍ଠାତା ସମେତ ଦୁଇ ପାଇଲଟ୍ ଏବଂ ଚାରିଜଣ ମିଶନ୍ ବିଶେଷଜ୍ଞଙ୍କ କ୍ୟାବିନରେ ଏହା ଏକ ପ୍ରଥମ କ୍ର୍ୟୁ। ଭିର୍ଜିନ୍ ଗାଲାକଟିକ୍ ମହାକାଶକୁ ଚତୁର୍ଥ ଥର ପାଇଁ ଯାତ୍ରା କରିଛି।

https://twitter.com/VinayRavuri1/status/1414242938893176833?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1414242938893176833%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fworld%2Farticle%2Fvirgin-galactic-space-launch-live-upates-richard-branson-and-5-others-vss-unity-launch-sirisha-bandla%2F354090

Advertisment

ଭିଏସଏସ ୟୁନିଟି ସ୍ପେସ ବିମାନ ପ୍ରଥମେ ପୃଥିବୀ ପୃଷ୍ଠରୁ ୪୫ ହଜାର ଫୁଟ ଉପରେ ପହଞ୍ଚିଥିଲା। ପରେ ସେହି ବିମାନରେ ଥିବା ରକେଟ ଇଞ୍ଜିନ ସକ୍ରିୟ ହୋଇ ମହାକାଶ ଅଭିମୁଖେ ଯିବ। ତେବେ ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ ବିମାନଟି ଏବେ ପୃଥିବୀ ମୁହାଁ ହୋଇଛି। ବ୍ରାନସନ ଟ୍ୱିଟ୍ କରି ତାଙ୍କର ଏହି ଯାତ୍ରା ସାରା ଜୀବନ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଏହି ଅବସରରେ ତାଙ୍କର ଟିମକୁ ଧନ୍ୟବଦ ଦେଇଛନ୍ତି। ଯେଉଁମାନେ ୧୭ ବର୍ଷ ହେବ କଠିନ ପରିଶ୍ରମ କରି ତାଙ୍କ ଲକ୍ଷ୍ୟକୁ ସଫଳ କରାଇଛନ୍ତି।

https://twitter.com/richardbranson/status/1414205913200746498?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1414205913200746498%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnowhindi.com%2Fworld%2Farticle%2Fvirgin-galactic-space-launch-live-upates-richard-branson-and-5-others-vss-unity-launch-sirisha-bandla%2F354090

ଏଥିସହ ସେ କହିଛନ୍ତି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ସେ ଓ ତାଙ୍କ ଟିମ୍ ଓଜନ ହ୍ରାସ କରିଥିଲେ ବୋଲି କହିଛନ୍ତି। ମହାକାଶରେ ଥିବା ୧୭ଟି ଝରକାରୁ ପୃଥିବୀର ଆକୃତି ମଧ୍ୟ ଦେଖିଥିଲେ। କିଛି ମିନିଟ୍ ମହାକାଶରେ ରହିବା ପରେ କିନ୍ତୁ ଫେରିଆସିଥିଲେ। ଭିଏସଏସ ଏକତା ହେଉଛି ଏକ ବ୍ୟକ୍ତିଗତ ଜେଟ୍ ଆକୃତିର ମହାକାଶଯାନ। ଭବିଷ୍ୟତର ପର୍ଯ୍ୟଟକଙ୍କ ପାଇଁ ଏଭଳି ବିମାନ ପ୍ରସ୍ତୁତ କରାଯାଇଛି।

ବ୍ରାନସନଙ୍କ ଲକ୍ଷ୍ୟ ହେଉଛି ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ଯେଉଁଥିପାଇଁ ୬୦୦ରୁ ଅଧିକ ଲୋକ ଅପେକ୍ଷା କରିଛନ୍ତି। ଭିର୍ଜିନ୍ ଗାଲାକଟିକ୍ ପ୍ରଥମେ ୨୦୧୮ରେ ମହାକାଶକୁ ଉତକ୍ଷେପଣ ହୋଇଥିଲା। ୨୦୦୪ରେ ବ୍ରାନସନ ଏହି ଭିର୍ଜିନ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ।

ଏହି ଯାତ୍ରାରେ ସାମିଲ୍ ଥିବା ଏରୋନେଟିକାଲ୍ ଇଞ୍ଜିନିୟର ୩୪ ବର୍ଷିୟ ମହିଳା ଶିରିଶା ମହାକାଶକୁ ଯିବାରେ ତୃତୀୟ ଭାରତୀୟ ବଂଶୋଦ୍ଭବ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସେ ଜନ୍ମଗ୍ରହଣ କରି ଟେକ୍ସାସର ହୁଷ୍ଟମରେ ବଢ଼ିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଭିଏସଏସ ୟୁନିଟି ୨୨ର କ୍ର୍ୟୁ ସଦସ୍ୟଙ୍କ ସହ ସେ ଯାତ୍ରା କରିଥିବାରୁ ଏବଂ କମ୍ପାନୀର ଜଣେ ଅଂଶ ହୋଇଥିବାରୁ ନିଜକୁ ଗୌରବାନ୍ୱିତ ଅନୁଭବ କରିଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe