Advertisment

ରୋବଟ୍ ଲିଭାଇବ ଭୟଙ୍କର ନିଆଁ; ଓଡ଼ିଶାକୁ ଆସିଲା ୨୨ଟି ମେସିନ

କୌଣସି ସ୍ଥାନରେ ଭୟଙ୍କର ନିଆଁ ଲାଗିଲେ ସବୁ ଛାରଖାର କରିଦିଏ। ସେପରି ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ।

ଅଦ୍ୟତନ ହୋଇଛି
Robot

Robot

Advertisment

କୌଣସି ସ୍ଥାନରେ ଭୟଙ୍କର ନିଆଁ ଲାଗିଲେ ସବୁ ଛାରଖାର କରିଦିଏ। ଏପରି ସ୍ଥାନରେ ପହଞ୍ଚି ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଚ ପାଲଟିଥାଏ। ମାତ୍ର ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ। ଏହାର ନାଁ ହେଉଛି ଫାୟାର ଫାଇଟିଂ ରୋବୋଟିକ ମନିଟର । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା ନିମନ୍ତେ ଏପରି ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ ରୋବଟକୁ ବ୍ୟବହାର କରାଯାଉଛି। 

Advertisment

ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ବି ଉପସ୍ଥିତ ରହିବେ । 

ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇବ ନିଆଁ ଲିଭାଇବାର କୌଶଳ।

Advertisment

ଯେଉଁ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଛି, ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରୁନି। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏହି ରୋବଟ କିନ୍ତୁ ନିଆଁ ଭିତରେ ପଶିବ ଓ ତତ୍‌କ୍ଷଣାତ ନିଆଁ ଲିଭାଇବ।

ଜଣେ ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ । ଏହି ରୋବଟ ଭିତରେ ପାଣି ପଶିବ । ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନଟି ପାଣି ସ୍ପ୍ରେ କରିବ । ଏଥିସହ ଅତ୍ୟଧିକ ଉତ୍ତାପରେ ବି ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି।

ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି। ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି। ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା କ୍ଲିୟର ଅଛି ନା ନାହିଁ ତାହା ଜଣାପଡ଼ିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗରେ କ’ଣ ଅଛି ତାହା ଜଣାପଡ଼ିବ । ୧ କିମି ଦୂରରୁ ଏହାକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରିହେବ ।

ସହରର ଗଳି କନ୍ଦିରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସେଠାରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ ଏହି ରୋବଟ କିନ୍ତୁ ଅନାୟସରେ ଘଟଣାସ୍ଥଳରେ ପହଞ୍ଚିପାରିବ ।

ଏହାଦ୍ୱାରା କେତ ମାତ୍ରାରେ ଅଗ୍ନିକାଣ୍ଡ କ୍ଷୟକ୍ଷତିରୁ ବର୍ତ୍ତି ହେବ ତଥା କେତେ ସହଜରେ ନିଆଁ ଲିଭାଇ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Fire Accident Robot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe