Advertisment

ଚନ୍ଦ୍ରରେ ଗାତ ଦେଖି ବାଟ ବଦଳାଇଲା ପ୍ରଜ୍ଞାନ

ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା।

ISRO

ISRO

Advertisment

ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡ଼ିବା ପୂର୍ବରୁ ବର୍ତ୍ତି ଯାଇଛି। ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍‌ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା।

Advertisment

ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା। ଗାତ ଥିବାରୁ ପ୍ରଜ୍ଞାନ ଏବେ ବାଟ ବଦଳାଇ ନୂଆ ଦିଗରେ ଯାଉଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।

ଇସ୍ରୋ ପ୍ରଜ୍ଞାନର ବାଟ ଓ ତା’ ସାମ୍ନାରେ ପଡ଼ିଥିବା ଗାତ ସମ୍ପର୍କରେ ଫଟୋ ଜାରି କରିଛି। ପ୍ରଜ୍ଞାନ ଆଉ ୧୦ ଦିନ ଯାଏ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ। ଯେଉଁ ଲକ୍ଷ୍ୟ ନେଇ ପ୍ରଜ୍ଞାନ ଚନ୍ଦ୍ରକୁ ଯାଇଛି, ତା’ ମଧ୍ୟରୁ ୨ଟି ପୂରଣ କରି ସାରିଲାଣି। ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକଙ୍କ ପରୀକ୍ଷଣ ଜାରି ରହିଛି। ଚନ୍ଦ୍ରଯାନ-୩ ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି। ଆଗକୁ ଚନ୍ଦ୍ରପୃଷ୍ଠ ବାବଦରେ ନୂଆ ନୂଆ ତଥ୍ୟ ମିଳିବ ବୋଲି ଇସ୍ରୋ ଆଶା ରୋଛି।

Advertisment

ରବିବାର ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ଗୋଟିଏ ନୂଆ ସୂଚନା ପଠାଇଥିଲା। ଚନ୍ଦ୍ରରେ ମାଟିର ତାପମାତ୍ରା ୧୦ରୁ ୫୦ ଡିଗ୍ରୀ ମଧ୍ୟରେ ରହିଛି। ଇସ୍ରୋ କହିଛି, "ଚନ୍ଦ୍ରର ଭୂପୃଷ୍ଠରୁ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।"

ଇସ୍ରୋ ଏହାର ଗୋଟିଏ ଗ୍ରାଫ୍ ମଧ୍ୟ ଶେୟାର୍ କରିଥିଲା। ଗ୍ରାଫରେ ଥିବା ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

ISRO ISRO Moon Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe