ଅବତରଣ ପୂର୍ବରୁ ଫେଲ୍ ମାରିଛି ଋଷର ଲୁନା-25। ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ କ୍ରାସ୍ ହୋଇଯିବା ଫଳରେ ଋଷର ଚନ୍ଦ୍ର ଯାତ୍ରା ଅଧାରେ ଅକଟିଯାଇଛି ଆସନ୍ତାକାଲି (21 ଅଗଷ୍ଟ)ରେ ଚନ୍ଦ୍ର ପୃଷ୍ଠରେ ଋଷର ଲୁନା-25 ଅବତରଣ କରିବାର ଥିଲା, ହେଲେ ଆଜି ମିଶନ ବିଫଳ ହୋଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲୁନା -25 ସ୍ପେଶକ୍ରାଫ୍ଟ ଚନ୍ଦ୍ରକୁ ଧକ୍କା ଦେବା ଫଳରେ କ୍ରାସ୍ ହୋଇଯାଇଛି। କିନ୍ତୁ ଏହା ପୂର୍ବରୁ ଲୁନା-25 ର ଲ୍ୟାଣ୍ଡର କ୍ୟାମେରା ପୃଥିବୀରୁ ଚନ୍ଦ୍ରର ଦୂର ଚିତ୍ର ଉତ୍ତୋଳନ କରିସାରିଛି।
ଋଷର ମହାକାଶ ଅନୁସନ୍ଧାନ ସଂସ୍ଥା ରୋସ୍କୋସ୍ମୋସର ମୁଖ୍ୟ ୟୁରୀ ବୋରିସୋଭ ମଧ୍ୟ ଏନେଇ ପୂର୍ବରୁ ଆଶଙ୍କା କରିଥିଲେ। ଏଥର ଚନ୍ଦ୍ର ଯାତ୍ରା ବିଫଳ ହୋଇପାରେ ବୋଲି ସେ ଜୁନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଲୁନା-25 ବିଫଳ ହୋଇଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Science & Environment
ଲୁଚକାଳି ଖେଳୁଛି ଜିନ୍ନତ; ବନ ବିଭାଗ ନାକେଦମ
ବାଘୁଣୀ ଜିନ୍ନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍।
Science & Environment
ମହାକାଶରେ ଝୁଡ଼ଙ୍ଗ ମଞ୍ଜି ହେବ ଗଜା
କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି RV ସାଟ୍-1 ପେଲୋଡଡ୍ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ।
Science & Environment
ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ; କରାଯିବ ଟ୍ରାଙ୍କୁଲାଇଜ୍
ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି।
Science & Environment
ମହାକାଶକୁ ଯିବ 'ନିସାର' ସାଟେଲାଇଟ୍
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।