Advertisment

ଚିନ୍ତା ପ୍ରକଟ କଲେ ବୈଜ୍ଞାନିକ; ପୃଥିବୀ ପାଇଁ ବିପଦ ସୃଷ୍ଟି କରିପାରେ ସାଟେଲାଇଟ

ପୃଥିବୀର କକ୍ଷପଥରେ ସାଟେଲାଇଟ ନେଟୱାର୍କର ଦ୍ରୁତ ବିସ୍ତାର ପରିବେଶ ପାଇଁ ବିପଜ୍ଜନକ ହୋଇପାରେ।

author-image
Debibandita Barick
Representative Image

Representative Image

ବିଗତ କିଛି ବର୍ଷ ହେବ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିଛି। ବିଶ୍ୱର ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଅନୁସନ୍ଧାନ ପାଇଁ ସାଟେଲାଇଟ୍ ପରୀକ୍ଷଣ କରୁଛନ୍ତି। ଏହି ପରୀକ୍ଷଣ ଯେ ପୃଥିବୀ ପାଇଁ ବିପଦ ସୃଷ୍ଟି କରିପାରେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ। 

Advertisment

ବୈଜ୍ଞାନିକଙ୍କ କହିବା ଅନୁସାରେ, ପୃଥିବୀର କକ୍ଷପଥରେ ସାଟେଲାଇଟ ନେଟୱାର୍କର ଦ୍ରୁତ ବିସ୍ତାର ପରିବେଶ ପାଇଁ ବିପଜ୍ଜନକ ହୋଇପାରେ। ଆଇସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପ୍ଲାଜମା ଫିଜିକ୍ସ ପିଏଚଡି ଛାତ୍ର ସିଆର ସୋଲ୍ଟେର ଏହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଇଣ୍ଟରନେଟ ମେଗାକନଷ୍ଟେଲେସନ ପାଇଁ ବୃଦ୍ଧି ପାଉଥିବା ସାଟେଲାଇଟ ସଂଖ୍ୟା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ କୁପ୍ରଭାବ ପକାଇପାରେ।

ସ୍ପେସ୍ ଏକ୍ସ, ଆମାଜନ, ୱାନୱେବ ଭଳି କମ୍ପାନୀ ପୃଥିବୀର ଦୈର୍ଘ୍ୟ ଏବଂ ପ୍ରସ୍ଥକୁ କଭର୍ କରିବା ପାଇଁ ବହୁ ସଂଖ୍ୟକ ସାଟେଲାଇଟ ଉତକ୍ଷେପଣ କରୁଛନ୍ତି। ଇତିମଧ୍ୟରେ, ଉପଗ୍ରହ ସଂଖ୍ୟାରେ ଅଦୃଶ୍ୟ ଅଭିବୃଦ୍ଧି ଘଟିଛି। ଏହି ଅଭିବୃଦ୍ଧି ମୁଖ୍ୟତଃ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ୍ ପ୍ରୋଜେକ୍ଟ ଏବଂ ବିଶ୍ୱର ଇଣ୍ଟରନେଟ୍ କଭରେଜ୍ ପାଇଁ ସାଟେଲାଇଟ୍ ପରୀକ୍ଷଣ କରୁଥିବା ଅନ୍ୟ ସଂସ୍ଥାଗୁଡିକ ଦାୟୀ।

Advertisment

ଏହି ପରୀକ୍ଷଣ ଇଣ୍ଟରନେଟ ଆବଶ୍ୟକତାକୁ ପୂରଣ କରୁଛି ସତ, ହେଲେ ପୃଥିବୀ ପାଇଁ ଅନେକ ବିପଦର କାରଣ ପାଲଟିପାରେ ବୋଲି ସୋଲ୍ଟେର ଚେତାବନୀ ଦେଇଛନ୍ତି।

ସୋଲ୍ଟେରଙ୍କ କହିବା ଅନୁସାରେ, ପୃଥିବୀ କକ୍ଷାପଥରେ ସାଟେଲାଇଟର ସଂଖ୍ୟା ବୃଦ୍ଧି ଆଲୋକ ପ୍ରଦୂଷଣ, ପୃଥିବୀର ନିମ୍ନ କକ୍ଷପଥରେ ସମ୍ଭାବ୍ୟ ଧକ୍କା ଏବଂ ଓଜୋନ୍ ସ୍ତର ଉପରେ ପ୍ରଭାବ ପକାଇବା ସହିତ ଗୁରୁତ୍ୱପୂର୍ଣ୍ଣ ପରିବେଶ ସମସ୍ୟା ସୃଷ୍ଟି କରିପାରନ୍ତି। 

Satellite Research News Threat To Earth Environmental Concern