Advertisment

'ପ୍ରେମ ଅନ୍ଧ' କାହିଁକି? ବୈଜ୍ଞାନିକ ଦର୍ଶାଇଲେ କାରଣ!

ଜଣେ ବ୍ୟକ୍ତି ପ୍ରେମରେ ପଡ଼ିଲେ ତାର ପ୍ରିୟଜନଙ୍କର ଯେଉଁ ସ୍ପେଶାଲ କେଆରେ ନିଏ ଏବଂ ତାଙ୍କୁ ହିଁ ଗୁରୁତ୍ୱ ଦିଏ, ତାହା ଡୋପାମାଇନ ସହ ଅକ୍ସିଟୋସିନ ମିଶିବା କାରଣରୁ ହୋଇଥାଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଏକ ଲୋକ କଥା ରହିଛି 'ପ୍ରେମ ଅନ୍ଧ'। କୁଆଡ଼େ ପ୍ରେମ ହେଲେ ମଣିଷ ଅନ୍ଧ ହୋଇଯାଏ, ଚିତ୍ତ-ବୁଦ୍ଧି ସବୁ ଶୂନ୍ୟ କରି ପ୍ରେମ ବାଟରେ ଚାଲେ। ପ୍ରକୃତରେ ଯଦି ଏପରି କିଛି ଅନୁଭବ କରିଛନ୍ତି, ତେବେ ଏହାର କାରଣ କ’ଣ? ପ୍ରେମ ହେଲେ ମଣିଷ କାହିଁକି ଅନ୍ଧ ହୋଇଯାଏ? ତା'ର ବୈଜ୍ଞାନିକ କାରଣ ଉନ୍ମୋଚନ ହୋଇଛି।

Advertisment

ଆମେ ଜାଣିଛେ ଯେ, ରୋମାଣ୍ଟିକ ଲଭ୍ ମସ୍ତିଷ୍କକୁ ପରିବର୍ତ୍ତନ କରିଥାଏ, ପ୍ରେମ ହେଲେ ତଥାକଥିତ ଲଭ୍ ହରମନ୍ ଅକ୍ସିଟୋସିନ୍ ମୁକ୍ତ ହୁଏ, ଏହା ପ୍ରେମରେ ପଡ଼ିବା ସମୟରେ ଆମେ ଅନୁଭବ କରୁଥିବା ଇଉଫୋରିଆ (ଖୁସି-ଉତ୍ସାହ) କାରଣରୁ ହୋଇଥାଏ।

କିନ୍ତୁ ପ୍ରଥମ କରି ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ କିପରି ଆମ ମସ୍ତିଷ୍କର ଏକ ଅଂଶ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରେମରେ ପକାଏ ତାର ଅନୁଧ୍ୟାନ କରିଛନ୍ତି। ଅଷ୍ଟ୍ରେଲିଆ ନ୍ୟାସନାଲ୍ ୟୁନିଭରସିଟି (ANU), କାନବେରା ୟୁନିଭରସିଟି ଏବଂ ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ଅନୁଧ୍ୟାନ କରିଛନ୍ତି। ବୈଜ୍ଞାନିକମାନଙ୍କର ଏକ ଟିମ୍ ମାନବ ମସ୍ତିଷ୍କର ବିହେଭରାଲ (ଆଚରଣ) ଆକ୍ଟିଭେସନ୍ ସିଷ୍ଟମ୍ (BAS) ଏବଂ ରୋମାଣ୍ଟିକ୍ ଲଭ୍ ମଧ୍ୟରେ ଥିବା ଲିଙ୍କ୍ ଉପରେ ଅନୁଧ୍ୟାନ କରି କାହିଁକି 'ପ୍ରେମ ଅନ୍ଧ' ବର୍ଣ୍ଣନା କରିଛନ୍ତି।

Advertisment

ବିହେଭରାଲ ସାଇନ୍ସ ପତ୍ରିକାରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ପ୍ରେମରେ ପଡ଼ିଥିବା ୧,୫୫୬ ଜଣ ଯୁବାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ଆଚରଣ ଏବଂ ଶାରୀରିକ କର୍ଯ୍ୟାକଳାପକୁ ସର୍ଭେ କରିଥିଲେ ବୈଜ୍ଞାନିକ। ଏହି ସର୍ଭେ ଅଂଶଗ୍ରହଣକାରୀଙ୍କର ସେମାନଙ୍କ ସାଥୀଙ୍କ ପ୍ରତି ଭାବପ୍ରବଣତା, ସେମାନଙ୍କ ଆଚରଣ ଏବଂ ଅନ୍ୟ ସମସ୍ତଙ୍କ ଅପେକ୍ଷା ସେମାନଙ୍କ ପ୍ରିୟଜନ ଉପରେ ଥିବା ଧ୍ୟାନ ଉପରେ ଫୋକସ୍ କରିଥିଲା। 

ଏଥିରୁ ଦେଖାଗଲା ଯେ, ଯେତେବେଳେ ଆମେ ପ୍ରେମରେ ପଡୁ, ଆମର ମସ୍ତିଷ୍କ ଭିନ୍ନ ଭାବରେ ପ୍ରତିକ୍ରିୟା କରିଥାଏ। ଏହି ସମୟରେ ଆମର ଆବେଗ ଆମ ଜୀବନର କେନ୍ଦ୍ର ବା ମୁଖ୍ୟ ପାଲଟିଯାଏ।

କାନବେରା ବିଶ୍ୱବିଦ୍ୟାଳୟର ଡ. ଫିଲ୍ କାଭାନଗଙ୍କ ଅନୁଯାୟୀ, ଅଧ୍ୟୟନରୁ ଜଣାପଡିଛି ଯେ ରୋମାଣ୍ଟିକ ପ୍ରେମ ଆଚରଣ ପରିବର୍ତ୍ତନ ଓ ଭାବପ୍ରବଣତା ସହିତ ଜଡିତ। ରୋମାଣ୍ଟିକ୍ ପ୍ରେମରେ ଅକ୍ସିଟୋସିନ୍ ଯେଉଁ ଭୂମିକା ଗ୍ରହଣ କରିଥାଏ, ତାହା ଆମେ ଜାଣୁ, କାରଣ ଯେତେବେଳେ ଆମେ ପ୍ରିୟଜନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆମର ସ୍ନାୟୁ ପ୍ରଣାଳୀ ଏବଂ ରକ୍ତ ସ୍ରୋତରେ ଏହା ତରଙ୍ଗ ସୃଷ୍ଟି କରେ।

ପ୍ରକୃତରେ ଜଣେ ବ୍ୟକ୍ତି ପ୍ରେମରେ ପଡ଼ିଲେ ତାର ପ୍ରିୟଜନଙ୍କର ଯେଉଁ ସ୍ପେଶାଲ କେଆରେ ନିଏ ଏବଂ ତାଙ୍କୁ ହିଁ ଗୁରୁତ୍ୱ ଦିଏ, ତାହା ଡୋପାମାଇନ ସହ ଅକ୍ସିଟୋସିନ ମିଶିବା କାରଣରୁ ହୋଇଥାଏ। ଏହା ଏକ ରାସାୟନିକ, ଯାହା ମଣିଷ ରୋମାଣ୍ଟିକ ଫିଲ୍ କରିବା ସମୟରେ ମସ୍ତିଷ୍କରୁ କ୍ଷରଣ ହୋଇଥାଏ ବୋଲି ଡାକ୍ତର ଫିଲ୍ କହିଛନ୍ତି। 

ଆଗକୁ ଏ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରେମ ସମୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ପ୍ରାର୍ଥକ୍ୟକୁ ଅନୁଧ୍ୟାନ କରୁଛନ୍ତି ବୈଜ୍ଞାନିକ। ଏଥିସହ ଚାରି ପ୍ରକାରର ରୋମାଣ୍ଟିକ ପ୍ରେମୀଙ୍କୁ ନେଇ ଏକ ବିଶ୍ୱବ୍ୟାପୀ ସର୍ଭେ କରାଯାଉଛି। 

Scientists Research Love Is Blind Research On Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe