Advertisment

ବୈଜ୍ଞାନିକଙ୍କ କମାଲ୍: ଶୁକ୍ରାଣୁ-ଡିମ୍ବାଣୁ-ଗର୍ଭାଶୟ ବିନା ସୃଷ୍ଟି କଲେ ମାନବ ଭୃଣ

ବୈଜ୍ଞାନିକମାନେ ଏପରି ଏକ କମାଲ୍ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶୁକ୍ରାଣୁ କି ଡିମ୍ବାଣୁ ନ ନେଇ ମାନବ ଭୃଣ ପ୍ରସ୍ତୁତ କରିଛନ୍ତି ଏକ ବୈଜ୍ଞାନିକ ଟିମ୍। ଏଥିସହ ଭୃଣର ବିକାଶ କରାଇବାରେ ମଧ୍ୟ ସଫଳ ହୋଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Embryos' without sperm or egg

Embryos' without sperm or egg

ପୁରୁଷର ଶୁକ୍ରାଣ ଓ ସ୍ତ୍ରୀର ଡିମ୍ବାଣୁ ଏକାଠି ହେଲେ ଏକ ଭୃଣ ତିଆରି ହୁଏ ଏବଂ ଏହି ଭୃଣ ମାଆର ଗର୍ଭାଶୟରେ ଧୀରେ ଧୀରେ ଶିଶୁର ଆକାର ଦିଏ ବୋଲି ବିଜ୍ଞାନ ମତ। ହେଲେ ଏବେ ବିଜ୍ଞାନ ଆଉ ପାଦେ ଆଗେଇଛି। ବୈଜ୍ଞାନିକମାନେ ଏପରି ଏକ କମାଲ୍ କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶୁକ୍ରାଣୁ କି ଡିମ୍ବାଣୁ ନ ନେଇ ମାନବ ଭୃଣ ପ୍ରସ୍ତୁତ କରିଛନ୍ତି ଏକ ବୈଜ୍ଞାନିକ ଟିମ୍।

Advertisment

କେବଳ ଏତିକି ନୁହେଁ ଭୃଣକୁ ବୃଦ୍ଧି କରିବା ପାଇଁ ମଧ୍ୟ ଗର୍ଭାଶୟର ସହାୟତା ନେଇ ନାହାନ୍ତି। ଲ୍ୟାବରେ ଏହି ଭୃଣକୁ ପ୍ରସ୍ତୁତ କରିବା ସହ ୧୪ ଦିନ ପର୍ଯ୍ୟନ୍ତ ଭୃଣକୁ ବୃଦ୍ଧି କରାଇବାରେ ସଫଳ ହୋଇଛନ୍ତି। ୱେଇଜମ୍ୟାନ୍ନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଫେସର ଜ୍ୟାକୋବ ହାନ୍ନାଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଏହି ଅନୁଧ୍ୟାନ କରିଛନ୍ତି। 

ସେମାନେ ଦାବି ଦାବି କରିଛନ୍ତି ଯେ, ଲ୍ୟାବରେ ଷ୍ଟେମ କୋଷରୁ ମାନବ ଭୃଣର ସମ୍ପୂର୍ଣ୍ଣ ମଡେଲ୍ ସୃଷ୍ଟି ହୋଇଛି ଏବଂ ୧୪ ଦିନ ପର୍ଯ୍ୟନ୍ତ ଏହାକୁ ଗର୍ଭ ବାହାରେ ବୃଦ୍ଧି କରାଇବା ମଧ୍ୟ ସଫଳ ହୋଇଛି। ଗର୍ଭପାତ, ଜନ୍ମ ବେଳେ ସମସ୍ୟା ଆଦି କ୍ଷେତ୍ରରେ ଏହି ଅନୁସନ୍ଧାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ।

Advertisment

ଏହି ଅନୁସନ୍ଧାନରେ ଅନ୍ୟ ଅପେକ୍ଷା ବିଶେଷ ଭିନ୍ନତା ରହିଛି, କାରଣ ଜେନେଟିକାଲ୍ ମୋଡିଫାୟାଡ୍ ଷ୍ଟେମ୍ ସେଲ୍ ଅପେକ୍ଷା ରାସାୟନିକ ପରିବର୍ତ୍ତିତ ଭୃଣକୁ ସମ୍ପୂର୍ଣ୍ଣ ରୂପେ ଏକ ଅବିକଳ ମାନବ ଭୃଣ ପରି ଆକାର ଦେଇଛି। ଏଥିରେ ମାନବ ଭୃଣ ଭଳି ଏକ ହଳଦିଆ ଥଳି ଏବଂ ଆମନିଓଟିକ୍ କ୍ୟାଭିଟି ମଧ୍ୟ ରହିଛି।

ବ୍ରିଟେନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟର ଜେମ୍ସ ବ୍ରିସ୍କୋ କହିଛନ୍ତି ଯେ, ଏହି ମଡେଲଗୁଡିକ ଗର୍ଭପାତ, ଜନ୍ମ ଦୋଷ ଏବଂ ବନ୍ଧ୍ୟାକରଣ ଭଳି ପରିସ୍ଥିତି ଅଧ୍ୟୟନ ପାଇଁ ବିଶେଷ ମୂଲ୍ୟବାନ ହୋଇପାରେ। ସେ ଆହୁରି କହିଛନ୍ତି, ଏହି ମଡେଲ୍ ବିଭିନ୍ନ କୋଷ ପ୍ରକାର ସୃଷ୍ଟି କରୁଥିବା ପରି ଦେଖାଯାଏ ଯାହା ପ୍ରାରମ୍ଭିକ ପର୍ଯ୍ୟାୟ ଟିସୁ ବିକାଶରେ ସହାୟକ ହୋଇଥାଏ। ବ୍ରିସ୍କୋ ମଧ୍ୟ ଜୈବ ଚିକିତ୍ସା ଅନୁସନ୍ଧାନ ଚାରିଟିର ମୁଖ୍ୟ ଗ୍ରୁପ୍ ଲିଡର୍ ତଥା ଅନୁସନ୍ଧାନର ସହଯୋଗୀ  ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିଭାଇଛନ୍ତି।

ତେବେ ଏହି ଅନୁସନ୍ଧାନ ସହ ଜଡିତ ନଥିବା ଅନ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ମଡେଲଗୁଡିକୁ ମନୁଷ୍ୟର ଭ୍ରୁଣ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଅନୁସନ୍ଧାନ ନିଶ୍ଚିତ ରୂପେ ମାନବ ଭୃଣ ସହ ସାମଞ୍ଜସ୍ୟ କିନ୍ତୁ ଏହା ଗର୍ଭାଶୟର ଭୃଣ ଭଳି ସମାନ ନୁହଁ। ଅନ୍ୟ ଜଣେ ବୈଜ୍ଞାନିକ, ଭୃଣ ତିଆରି ଗର୍ଭାଶୟରେ ନ ରଖି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏ ଦିଗରେ ଅଧିକ ଅନୁଧ୍ୟାନ କରାଗଲେ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଉଲ୍ଲେଖ କରିଛନ୍ତି।

Research On Human Body Scientists Embryo Grow In Lab Embryo Without Sperm Or Egg