Advertisment

ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ?

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? ଏବେ ବୈଜ୍ଞାନିକ ଏହାର ଉତ୍ତର ଦେଇଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁସିଏଲଏ ରିସର୍ଚ୍ଚ ସାଇଣ୍ଟିଷ୍ଟର ଟିମ୍ ଓପଟିମାଲ ଟାଇମକୁ ଗଣତି କରି କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଯେତେବେଳେ ସୂର୍ଯ୍ୟ କିରଣ ଅଧିକ ଗରମ ଥିବ ସେତେବେଳେ ମଙ୍ଗଳ ଗ୍ରହକୁ ଯାଇ ପାରିବ। କାରଣ ଏହି ସମୟରେ ବିକିରଣର ଖରାପ ପ୍ରଭାବ ପଡ଼ିବ ନାହିଁ। ବୈଜ୍ଞାନିକ କହିଛନ୍ତି, ଯେତେବେଳେ ସୂର୍ଯ୍ୟର ଉତ୍ତାପ ଅଧିକ […]

ଅଦ୍ୟତନ ହୋଇଛି
ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ?

science

Advertisment

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଯିବା ପାଇଁ ହେଲେ କେଉଁ ସମୟ ଭଲ? ଏବେ ବୈଜ୍ଞାନିକ ଏହାର ଉତ୍ତର ଦେଇଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୟୁସିଏଲଏ ରିସର୍ଚ୍ଚ ସାଇଣ୍ଟିଷ୍ଟର ଟିମ୍ ଓପଟିମାଲ ଟାଇମକୁ ଗଣତି କରି କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଯେତେବେଳେ ସୂର୍ଯ୍ୟ କିରଣ ଅଧିକ ଗରମ ଥିବ ସେତେବେଳେ ମଙ୍ଗଳ ଗ୍ରହକୁ ଯାଇ ପାରିବ। କାରଣ ଏହି ସମୟରେ ବିକିରଣର ଖରାପ ପ୍ରଭାବ ପଡ଼ିବ ନାହିଁ।

Advertisment

ବୈଜ୍ଞାନିକ କହିଛନ୍ତି, ଯେତେବେଳେ ସୂର୍ଯ୍ୟର ଉତ୍ତାପ ଅଧିକ ଥିବ ସେତେବେଳେ ମହାକାଶଚାରୀ ମଙ୍ଗଳ ଗ୍ରହକୁ ଯାଇପାରିବେ। ଏହି ସମୟରେ ଗଲେ ଘାତକ ରେଡିଏସନ ବା ବିକିରଣରୁ ସୁରକ୍ଷା ମିଳେ।

ମଙ୍ଗଳ ଗ୍ରହରେ ମଣିଷ ପ୍ରବେଶ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି ତାହା ପ୍ରବଳ ବିକିରଣ ହେତୁ ସମ୍ଭବ ହୋଇପାରୁ ନାହିଁ। ଏହି ଗ୍ରହରେ ବଡ଼ ବଡ଼ ମହାକାଶଯାନ ଯାଉଥିବାରୁ ମହାକାଶଚାରୀ ଏହି ଘାତକ ବିକିରଣର ସମ୍ମୁଖୀନ ହୋଇପାରନ୍ତି। ଯାହା ମହାକାଶଚାରୀଙ୍କ ମସ୍ତିଷ୍କରେ କ୍ଷତି ପହଞ୍ଚାଇପାରେ, ଏଥିସହିତ ପେଟ ଜନିତ ସମସ୍ୟା ଏବଂ କର୍କଟ ରୋଗର କାରଣ ହୋଇପାରେ। କିନ୍ତୁ ଏବେ ଏହା ଉପରେ ଏକ ଅଧ୍ୟୟନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟରେ ମଙ୍ଗଳ ଗ୍ରହକୁ ଯାତ୍ରା କଲେ ସୁରକ୍ଷିତ ଯାତ୍ରା କରିହେବ।

Advertisment

ଅଗଷ୍ଟରେ ସ୍ପେସ୍ ଓ୍ୱେଦର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଏ ବାବଦରେ ଉଲ୍ଲେଖ କରାଯାଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ମହାକାଶ ବିକିରଣ ମଙ୍ଗଳ ଗ୍ରହକୁ ମଣିଷ ଯିବା ବେଳେ ଅନେକ ଗୁରୁତର ପରିଣାମ ଏବଂ ଅନ୍ୟାନ୍ୟ ବୈଷୟିକ ଅସୁବିଧାର କାରଣ ହୋଇପାରେ। କିନ୍ତୁ ଏହା ଏହାର ଅର୍ଥ ନୁହେଁ ଯେ ଏହି ମିଶନ ସମ୍ପୂର୍ଣ୍ଣ ହେବା ଅସମ୍ଭବ। ହେଲେ ଏବେ ମଙ୍ଗଳ ଗ୍ରହକୁ ଯାଇ ହେବ ଯେତେବେଳେ ସୌର ଶକ୍ତିର ପ୍ରଭାବ ଅଧିକ ରହିଥିବ ବୋଲି ରିପୋର୍ଟରେ କୁହାଯାଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ମଙ୍ଗଳଗ୍ରହକୁ ଯାଉଥିବା ମହାକାଶଯାନ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ରକ୍ଷା ପାଇପାରିବ। କାରଣ ଦୂରରେ ଥିବା ଗାଲାକ୍ସି ମାନଙ୍କରୁ ନିର୍ଗତ ହେଉଥିବା ବିକିରଣ ସୂର୍ଯ୍ୟଙ୍କ ପାଖରୁ ନିର୍ଗତ ହେଉଥିବା ବିକିରଣକୁ ଅନ୍ୟ ଦିଗକୁ ପରିବର୍ତ୍ତନ କରିଦେବ। ଆଉ ମହାକାଶଯାନଟିକୁ ଏକ ସୁରକ୍ଷା କବଚ ଯୋଗାଇ ଦେବ।

ୟୁସିଏଲଏର ଗବେଷଣା ଅନୁଯାୟୀ ଜିୟୋଫିଜିସିଷ୍ଟ ତଥା ଏହି ଅଧ୍ୟୟନର ସହଯୋଗୀ-ଲେଖକ ୟୁରୀ ଶପ୍ରିଟ୍ସ କହିଛନ୍ତି ଯେ ଏଭଳି ଯାତ୍ରା ସମ୍ଭବ। ମଙ୍ଗଳ ଗ୍ରହକୁ ହାରାହାରି ବିମାନ ଉଡ଼ାଣ ୯ ମାସ ସମୟ ନେଇଥାଏ। ତେଣୁ ଉତକ୍ଷେପଣର ସମୟ ଏବଂ ଉପଲବ୍ଧ ଇନ୍ଧନକୁ ବିଚାରକୁ ନେଇ ଏହା ସମ୍ଭବ। ଆଉ ମଙ୍ଗଳ ଗ୍ରହକୁ ଯାଇ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ପୃଥିବୀକୁ ଫେରିହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe