Advertisment

ଭଲ ହୋଇଯିବ AIDS! କୋଷରେ ଭୂତାଣୁ ସଂକ୍ରମଣକୁ ରୋକିପାରିବ ଟେକ୍ନୋଲୋଜି

ନୋବେଲ ପୁରସ୍କାରପ୍ରାପ୍ତ ଜିନ୍-ଏଡିଟିଂ ଟେକ୍ନୋଲୋଜି ମାଧ୍ୟମରେ ସମ୍ଭବ ହୋଇପାରେ AIDS ଚିକିତ୍ସା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍(HIV) ଏକ ଏପରି ଭୂତାଣୁ, ଯାହା ଶରୀରର ଇମ୍ୟୁନୋ ସିଷ୍ଟମ(ରୋଗ ପ୍ରତିରୋଧ ଶକ୍ତି)କୁ ପ୍ରଭାବିତ କରିଥାଏ। ଏହି ଭୂତାଣୁ ଧୀରେ ଧୀରେ ଏକ୍ୱାୟାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ ସୃଷ୍ଟି କରେ, ଯାହାକୁ AIDS କୁହାଯାଏ। ବର୍ତ୍ତମାନ AIDSର କୌଣସି ପ୍ରଭାବଶାଳୀ ଚିକିତ୍ସା ନାହିଁ। ହେଲେ ଏହି ଦୂରାରୋଗ୍ୟ ଆଗକୁ ଆରୋଗ୍ୟ ହୋଇପାରେ।

Advertisment

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଗାମୀ ଦିନରେ ଏଚଆଇଭି ଏଡ୍ସର ଚିକିତ୍ସା ସମ୍ଭବ ହୋଇପାରିବ। ଶକ୍ତିଶାଳୀ ଜିନ୍-ଏଡିଟିଂ ଟେକ୍ନୋଲୋଜି CRISPR (କ୍ଲଷ୍ଟର୍ଡ ରେଗୁଲାରୀ ଇଣ୍ଟରସ୍ପେସ୍ଡ ସର୍ଟ ପଲିଣ୍ଡ୍ରୋମିକ୍ ରିପିଟ୍ସ) ମାଧ୍ୟମରେ ଏଚଆଇଭି ଭୂତାଣୁକୁ କୋଷରୁ ଅପସାରଣ କରାଯାଇ ପାରିବ। ଏପରି ହେଲେ ରୋଗୀଙ୍କ ଶରୀରରେ ଏଚଆଇଭି ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ରୋକି ହେବ। 

୨୦୨୦ରେ ଜିନ୍-ଏଡିଟିଂ ଟେକ୍ନୋଲୋଜିକୁ ନୋବେଲ ପୁରସ୍କାର ମିଳିଥିଲା। ଏହି ଟେକ୍ନୋଲୋଜି, କୋଷର ମଲିକୁଲାର ସ୍ତରରେ ଜେନେଟିକ୍ ସିଜର୍ସ ଭାବରେ ବ୍ୟବହୃତ ହୁଏ। ଏହା ଶରୀରରେ ନିର୍ଦ୍ଦିଷ୍ଟ ସ୍ଥାନରେ ଏଚଆଇଭିର ଡିଏନଏ, ହାନିକାରକ କିମ୍ବା ନିଷ୍କ୍ରିୟ ବିଟକୁ କୋଷରୁ କାଟି ବାହାର କରିଦେବ।

Advertisment

ଆମଷ୍ଟରଡାମ୍ ବିଶ୍ୱବିଦ୍ୟାଳୟର ଏକ ଟିମ୍ ଏହି ପରୀକ୍ଷଣ କରିଛନ୍ତି। ସେମାନେ ଏକ ଡାକ୍ତରୀ ସମ୍ମିଳନୀରେ ପରୀକ୍ଷଣର ପ୍ରାରମ୍ଭିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସେମାନେ କହିଛନ୍ତି ଯେ, ବର୍ତ୍ତମାନ ପରୀକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଆଗାମୀ କିଛି ଦିନ ମଧ୍ୟରେ ଯେ ଏଚଆଇଭିର ଉପଶମ ହୋଇଯିବ ସେପରି କହିହେବନି। ଏଥିପାଇଁ ଆହୁରି ଅଧିକ ଗବେଷଣା ଆବଶ୍ୟକ ବୋଲି ନଟିଂହାମ୍ ବିଶ୍ୱବିଦ୍ୟାଳୟର ଷ୍ଟେମ୍-ସେଲ୍ ଏବଂ ଜିନ୍-ଥେରାପି ଟେକ୍ନୋଲୋଜି ଆସୋସିଏଟ୍ ପ୍ରଫେସର ଡ. ଜେମ୍ସ ଡିକ୍ସନ୍ କହିଛନ୍ତି।

AIDS HIV AIDS Treatment Gene-editing Technology