କେଉଁମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା କମ୍, CSIR ଜାରି କଲା ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ଏବେ କୋଣ ଅନୁକୋଣରେ କରୋନା ପାଦ ଥାପି ସାରିଛି। ଗରିବ ଶ୍ରେଣୀର ଲୋକଙ୍କ ପାଖରୁ ଆରମ୍ଭ କରି ଧନୀ ବର୍ଗର ଲୋକ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହରରେ ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ଏବେ ଦ୍ୱିତୀୟ ଲହର ବେଳେ ମଧ୍ୟ ସଂକ୍ରମିତ ହେଉଥିବାର ନଜିର ରହିଛି। ଏବେ କିନ୍ତୁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଏକ ଗବେଷଣା ରିପୋର୍ଟ ଜାରି କରିଛି ତାହା ଏବେ […]

corona

Subhransu Sekhar
  • Published: Monday, 26 April 2021
  • , Updated: 26 April 2021, 02:06 PM IST

ନୂଆଦିଲ୍ଲୀ: ଦେଶରେ ଏବେ କୋଣ ଅନୁକୋଣରେ କରୋନା ପାଦ ଥାପି ସାରିଛି। ଗରିବ ଶ୍ରେଣୀର ଲୋକଙ୍କ ପାଖରୁ ଆରମ୍ଭ କରି ଧନୀ ବର୍ଗର ଲୋକ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହରରେ ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ଏବେ ଦ୍ୱିତୀୟ ଲହର ବେଳେ ମଧ୍ୟ ସଂକ୍ରମିତ ହେଉଥିବାର ନଜିର ରହିଛି। ଏବେ କିନ୍ତୁ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ଏକ ଗବେଷଣା ରିପୋର୍ଟ ଜାରି କରିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଦ୍ୱାରା କ୍ୟାନସର ପାଖରୁ ଆରମ୍ଭ କରି ଅନେକ ରୋଗ ହେବାର ନଜିର ରହିଛି। ହେଲେ ଏବେ ସିଏସଆଇଆର ଯେଉଁ ରିପୋର୍ଟ ପ୍ରକାଶ କରିଛି ସେଥିରେ ଉଲ୍ଲେଖ ରହିଛି ସିଗାରେଟ୍ ଟାଣୁଥିବା ବ୍ୟକ୍ତି ଏବଂ ଶାକାହାରୀ ଲୋକ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ବହୁତ କମ୍। ଧୂମପାନ କରିବା ଦ୍ୱାରା ମ୍ୟୁକସ ପ୍ରୋଡକ୍ସନ ବଢ଼ିଯାଏ। ଯାହାକୁ ଫାଷ୍ଟ ଲାଇନ୍ ଅଫ୍ ଡିଫେନ୍ସ କୁହାଯାଏ।

ଏହା ପୂର୍ବରୁ ଫ୍ରାନ୍ସରେ ଦୁଇଟି ଷ୍ଟଡି ରିପୋର୍ଟ ଏବଂ ଇଟାଲୀ-ନ୍ୟୁୟର୍କ ଏବଂ ଚାଇନାରେ ସମାନ ରିପୋର୍ଟରେ ଧୂମପାନ କରୁଥିବା ଲୋକଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ହେବାର ଆଶଙ୍କା କମ୍ ବୋଲି ପ୍ରକାଶ ପାଇଥିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଦ୍ୱାରା କରାଯାଇଥିବା ଗବେଷଣାରେ ମଧ୍ୟ ସମାନ ଅଧ୍ୟୟନ ପ୍ରକାଶ ପାଇଥିଲା। ୭,୦୦୦ରୁ ଅଧିକ ଲୋକଙ୍କୁ ନେଇ ହୋଇଥିଲା ଏହି ଗବେଷଣା।

ରିପୋର୍ଟ ଅନୁଯାୟୀ ଆମେରିକାର ମୋଟ୍ ଜନସଂଖ୍ୟାର ୧୪ ପ୍ରତିଶତ ଧୂମପାନ କରନ୍ତି। ଆଉ ସେଥିମଧ୍ୟରୁ ସଂକ୍ରମିତ ସଂଖ୍ୟା ମାତ୍ର ୧.୩%। ସେହିଭଳି ୟୁନିଭର୍ସିଟି କଲେଜ ଲଣ୍ଡନ (UCL) ଏକାଡେମିକ୍ସ ବ୍ରିଟେନ, ଚାଇନା, ଆମେରିକା ଏବଂ ଫ୍ରାନ୍ସରେ ଏହିପରି ୨୮ଟି ଗବେଷଣା କରିଛନ୍ତି। ଯେଉଁଥିରେ ସଂକ୍ରମିତଙ୍କ ମଧ୍ୟରୁ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା କମ୍।

ସେହିପରି ବ୍ରିଟେନରେ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଧୂମପାନକାରୀଙ୍କ ସଂଖ୍ୟା ମାତ୍ର ୫%। ଫ୍ରାନ୍ସର ଗବେଷଣା ରିପୋର୍ଟରୁ ଜଣାପଡ଼ିଛି କୋଭିଡ ସଂକ୍ରମଣରେ ଧୂମପାନକାରୀଙ୍କ ଅଂଶ ୭.୧% ରହିଥିବା ବେଳେ ଦେଶରେ ମୋଟ୍ ଧୂମପାନକାରୀ ଜନସଂଖ୍ୟାର ୩୨% ରହିଛି। ଚାଇନାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩.୮% ରୋଗୀ ଧୂମପାନ କରୁଥିଲେ।

ସେହିପରି ଚାଇନାର ଜିନ୍-ଜିନ୍ ଝାଙ୍ଗରେ ହୋଇଥିବା ରିପୋର୍ଟ ଅନୁଯାୟୀ ୯ ଜଣ ରୋଗୀ (୬.୪%) ଧୂମପାନ କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣ ଧୂମପାନ କରୁଥିଲେ। ଦୁଇ ଜଣ ଧୂମପାନ ଛାଡ଼ି ଦେଇଥିଲେ। ହେଲେ ଯେଉଁମାନେ ଧୂମପାନ କରୁଥିଲେ ସେମାନେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଥିଲା ବୋଲି ଜଣାପଡ଼ିଛି। ଏହି ଫଳାଫଳ ଗୁଡିକ ଫ୍ରାନ୍ସରେ ତର୍ଜମା ହୋଇଥିଲା। ଯେଉଁଥିରେ ଜଣାପଡିଛି ଯେ ସମାନ ବୟସ ଏବଂ ଶ୍ରେଣୀର ଧୂମପାନକାରୀଙ୍କୁ ନେଇ ହୋଇଥିବା ରିପୋର୍ଟରେ ଯେଉଁମାନେ ଧୂମପାନ କରୁଥିଲେ ସେମାନେ କୋଭିଡରେ ସଂକ୍ରମିତ ହେବାର ଆଶଙ୍କା ୮୦ ପ୍ରତିଶତ କମ୍ ରହିଛି।

ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ଶାକାହାରୀ ତାଙ୍କ ଖାଦ୍ୟରେ ଭରପୂର ପରିମାଣରେ ଫାଇବର ରହିଥାଏ। ତେଣୁ ସେମାନଙ୍କର କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ।

Related story