Advertisment

ଆସନ୍ତାକାଲି ମହାକାଶରେ ଦେଖାଯିବ ବିରଳ ଦୃଶ୍ୟ; ଏହି ସବୁ ସହରରେ ହେବ ଦୃଶ୍ୟମାନ

ଆସନ୍ତାକାଲି ସୌରମଣ୍ଡଳରେ ଏକ ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିବା ପରି ଦୃଶ୍ୟମାନ ହେବ।

Representative Image

Representative Image

Advertisment

ସୌରମଣ୍ଡଳରେ ଆସନ୍ତାକାଲି ଏକ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବାକୁ ଯାଉଛି। ମହାକାଶ ବିଜ୍ଞାନୀଙ୍କ ଆନୁଧ୍ୟାନ ଅନୁସାରେ ଆସନ୍ତାକାଲି ଏକ ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ପୃଥିବୀପୃଷ୍ଠରୁ ଦୃଶ୍ୟମାନ ହେବ। ଜ୍ୟୋତିର୍ବିଜ୍ଞାନୀ ଭାଷାରେ ଏହି ଘଟଣାକୁ ପ୍ଲାନେଟାରୀ ଆଲାଇନମେଣ୍ଟ କୁହାଯାଏ। ସୌର ପ୍ରଣାଳୀରେ ଗ୍ରହମାନଙ୍କ ସ୍ଥିତିକୁ ବର୍ଣ୍ଣନା କରିବା ପାଇଁ ଏହି ଶବ୍ଦ ବ୍ୟବହାର ହୁଏ।

Advertisment

ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ, ଏହି ଆଲାଏନ ସମୟରେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଏବଂ ନେପଚୁନ୍ ଗୋଟିଏ ଧାଡ଼ିରେ ରହିବା ଭଳି ଦେଖାଯିବ। କିନ୍ତୁ ପୃଥିବୀପୃଷ୍ଠରୁ ଦୂରତା କାରଣରୁ ସମସ୍ତ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇପାରେ। 

କକ୍ଷପଥରେ ବୁଧ ଏବଂ ବୃହସ୍ପତି ସୂର୍ଯ୍ୟଙ୍କ ନିକଟ ଗ୍ରହ ହୋଇଥିବାରୁ ଏମାନଙ୍କୁ ଆକାଶରେ ଦେଖିବା କଷ୍ଟକର। କେବଳ ମଙ୍ଗଳ ଏବଂ ଶନିଙ୍କୁ ଖାଲି ଆଖିରେ ଦେଖିହେବ। ଯଦି ଟେଲିସ୍କୋପ୍ କିମ୍ବା ଉଚ୍ଚ-କାର୍ଯ୍ୟକ୍ଷମ ବାଇନୋକୁଲାର ବ୍ୟବହାର କରନ୍ତି, ତେବେ ୟୁରାନ୍ସ ଏବଂ ନେପଚୁନକୁ ମଧ୍ୟ ଦେଖିପାରିବେ। 

Advertisment

ତେବେ କେଉଣ ସମୟରେ ଏହି ମହାଜାଗତିକ ଦେଖିପାରିବେ ତାହା ଏକ ବଡ଼ ପ୍ରଶ୍ନ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ସୂର୍ଯ୍ୟୋଦୟ ହେବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ପ୍ଲାନେଟାରୀ ଆଲାଇନମେଣ୍ଟ ଦୃଶ୍ୟମାନ ହେବ। କିନ୍ତୁ ସମସ୍ତ ଗ୍ରହ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ନାହିଁ। 

ଭାରତର କେଉଁ ସହରରେ ଦେଖାଯିବ?
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଆକାଶ ସ୍ୱଚ୍ଛ ଥାଏ ତେବେ ସମଗ୍ର ଭାରତରେ ଗ୍ରହମାନଙ୍କର ଏହି ଆଲାଇନମେଣ୍ଟ ଦେଖିବାକୁ ମିଳିବ।

ପ୍ଲାନେଟାରୀ ଆଲାଇନମେଣ୍ଟ କ'ଣ?
ପ୍ଲାନେଟାରୀ ଆଲାଇନମେଣ୍ଟ ହେଉଛି ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା, ଯେତେବେଳେ ସୌର ପ୍ରଣାଳୀରେ ଅନେକ ଗ୍ରହର କକ୍ଷପଥ ସେମାନଙ୍କୁ ଏକ ସମୟରେ ସୂର୍ଯ୍ୟଙ୍କ ଏକ ସମାନ ପାର୍ଶ୍ୱକୁ ଆଣିଥାଏ ସେତେବେଳେ ପୃଥିବୀ ପୃଷ୍ଠରୁ ସେହି ଗ୍ରହମାନେ ଏକତ୍ରିତ ହେବା ପରି କିମ୍ବା ଗୋଟିଏ ସରଳରେଖାରେ ରହିବା ଭଳରି ଦେଖାଯାଏ।

Solar System Planetary Alignment Planet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe