Advertisment

ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟପରାଗ, ଦିନରେ ଘୋଟିଯିବ ଅନ୍ଧକାର

କେଉଁ କେଉଁ ଦେଶରେ ଏବଂ କେତେବେଳେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Solar Eclipse

Solar Eclipse

Advertisment

ଆସନ୍ତାକାଲି ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ଯ୍ୟ ଥାଇ ମଧ୍ୟ ଘୋଟିଯିବ ଅନ୍ଧକାର, ଫଳରେ ରାତି ପରି ଭ୍ରମ ସୃଷ୍ଟି ହେବ। ପୂର୍ଣ୍ଣ ସୂର୍ଯ୍ୟପରାଗ କେତେବେଳେ, କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଏବଂ ଏହା କାହିଁକି ହୋଇଥାଏ, ଜାଣନ୍ତୁ...

Advertisment

କେଉଁ ଦେଶରେ ହେବ ଦୃଶ୍ୟମାନ?
ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ଯ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ଯ୍ୟନ୍ତ ଏପରି ବିରଳ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। କିନ୍ତୁ ଭାରତରେ ଏହାର ବିଶେଷ ପ୍ରଭାବ ପଡିବନି। 

ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୂଚନା ଅନୁସାରେ, ପୂର୍ଣ୍ଣ ସୂର୍ଯ୍ୟପରାଗ ଆମେରିକା ବ୍ୟତୀତ କାନାଡା, ମେକ୍ସିକୋ ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ଦୃଶ୍ୟମାନ ହେବ। 

Advertisment

କେତେ ସମୟ ରହିବ ପୂର୍ଣ୍ଣ ସୂର୍ଯ୍ୟପରାଗ? 
ଏହି ସୂର୍ଯ୍ୟପରାଗର ପ୍ରଭାବ ପାଖାପାଖି ୧୨ ଘଣ୍ଟା ରହିବ ବୋଲି ଜ୍ୟୋତିର୍ବିଦମାନେ ଆକଳନ କରିଛନ୍ତି। ଏପ୍ରିଲ ୮ ମଧ୍ୟାହ୍ନ 2ଟା ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ମଧ୍ୟ ରାତ୍ରି ୨ଟା ୨୨ରେ ଶେଷ ହେବ।  

ଖାଲି ଆଖିରେ ଦେଖି ପାରିବେ କି? 
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ। ଏଥିପାଇଁ କୌଣସି ସନ୍ ଗ୍ଲାସର ବ୍ୟବହାର ମଧ୍ୟ କରିବାକୁ ପଡ଼ିବନି। 

ପୂର୍ଣ୍ଣ ସୂର୍ଯ୍ୟପରାଗ କଣ?
ପୂର୍ଣ୍ଣ ସୂର୍ଯ୍ୟପରାଗ ହେଉଛି ଏକ ଅବସ୍ଥା, ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରେ ସେତେବେଳେ ଏହି ଜାଗତିକ ଘଟଣା ଘଟେ। ଏହି ସମୟରେ ଚନ୍ଦ୍ର, ସୂର୍ଯ୍ୟଙ୍କ ଡିସ୍କକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରି ଭୂପୃଷ୍ଠରେ ଏକ ବିରାଟ ଛାୟା ସୃଷ୍ଟି କରେ। ଯେଉଁ ସ୍ଥାନରୁ ଚନ୍ଦ୍ରର ଛାୟା ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଆଚ୍ଛାଦନ କରିଥାଏ, ଲୋକମାନେ ସେହି ସ୍ଥାନକୁ ଦେଖିପାରିବେ। ନାସା ଅନୁଯାୟୀ, ଏହି ସମୟ ମଧ୍ୟରେ ଆକାଶ ଅନ୍ଧକାର ହୋଇଯିବ। ପରାଗ ସମୟରେ ସକାଳ କିମ୍ବା ସନ୍ଧ୍ୟା ଭଳି ଅନୁଭବ ହେବ। 

NASA Solar Eclipse Solar Eclipse Of April
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe