Advertisment

ଆଜି ପୂର୍ଣ୍ଣ ସୂର୍ଯ୍ୟପରାଗ; ଭାରତରେ ହେବନି ଦୃଶ୍ୟମାନ

ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଆଜି ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ ।

solar-eclipse

solar-eclipse

Advertisment

ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ ।

Advertisment

ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯିବ ନାହିଁ।

ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ଫଳରେ ସୂର୍ଯ୍ୟ ଦେଖାଯାଇନଯିବା ସହ ଦିନବେଳା ରାତିରେ ଭ୍ରମ ସୃଷ୍ଟି ହୋଇଥାଏ ।

Advertisment

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ। ଏଥିପାଇଁ କୌଣସି ସନ୍ ଗ୍ଲାସର ବ୍ୟବହାର ମଧ୍ୟ କରିବାକୁ ପଡ଼ିବନି। 

ତେବେ ଏହି ସୂର୍ଯ୍ୟପରାଗ ଭାରତ ତଥା ଆମ ରାଜ୍ୟ ଓଡ଼ିଶାରେ ଦୃଶ୍ୟମାନ ହେଉନଥିବାରୁ ଏହା ପାଳନୀୟ ହେବନାହିଁ । ପୁରୀରେ ଶ୍ରୀଜିଉଙ୍କ ଠାରେ ମଧ୍ୟ କୌଣସି ସ୍ୱତନ୍ତ୍ର ରିତିନୀତି ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ।

Solar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe