ମାଡି ଆସୁଛି ସୌର ଝଡ଼, ବନ୍ଦ ହୋଇପାରେ ସାଟେଲାଇଟ୍‌ ନେଟ୍‌ୱର୍କ

giant-solar-flare

giant-solar-flare

Madhupriya Mistry
  • Published: Tuesday, 19 July 2022
  • Updated: 19 July 2022, 10:01 AM IST

ନୂଆଦିଲ୍ଲୀ: ମାଡ଼ି ଆସୁଛି ସୌର ଝଡ଼। ପୃଥିବୀ ପୃଷ୍ଟ ଆଡ଼କୁ ଆସୁଛି ଏକ ବିଶାଳ ଓ ଭୟଙ୍କର ସୌର ଝଡ଼। ଯାହା ବିଶ୍ୱର ସାଟେଲାଇଟ୍ ସିଷ୍ଟମ୍‌କୁ ପ୍ରଭାବିତ କରିପାରେ। ନାସା ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

ଘଣ୍ଟାକୁ ଲକ୍ଷାଧିକ କିଲୋମିଟର ଗତିରେ ଏହା ଆସୁଛି। ଏହା ସୂଯର୍ୟଙ୍କଠୁ ସାପ ଆକୃତିର ସୋଲାର ଫ୍ଲେୟାର ନେଇ ଆସୁଛି। ସୋଲାର ଫ୍ଲେୟାରରେ ଭରି ରହିଛି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନ୍। ଏହାଫଳରେ ଉତ୍ତାପ ବଢ଼ିବ। ପୃଥିବୀ ପୃଷ୍ଠରେ ଉତ୍ତାପର ପ୍ରଭାବ ପଡ଼ିବନି, ହେଲେ ରେଡିଏସନ୍‌ର ପ୍ରଭାବ ପଡ଼ିବ।

ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହା ମାଗନେଟିକ୍ ଫିଲ୍ଡକୁ ପ୍ରଭାବିତ କରିପାରେ। ବିଶେଷ ଭାବେ ସାଟେଲାଇଟ୍ ନେଟୱର୍କ, ଜିପିଏସ୍ ସିଷ୍ଟମ୍, ସାଟେଲାଇଟ୍ ଟିଭି ଏବଂ ରେଡିଓ ଚଳାଚଳକୁ ପ୍ରଭାବିତ କରିପାରେ। ଏଥିସହ ଚୁମ୍ବକୀୟ କ୍ଷେତ୍ରରେ ପ୍ରଭାବ ପୃଥିବୀ ଉପରେ ପଡିପାରେ ଓ ସିଗ୍ନାଲ ବନ୍ଦ ହାଇଯାଇପାରେ ବୋଲି ଅନ୍ତରୀକ୍ଷ ପାଣିପାଗ ବିଶେଷଜ୍ଞ ଡା. ତମିଥା ସ୍କୋଭ ପ୍ରକାଶ କରିଛନ୍ତି।

ବୈଜ୍ଞାନିକଙ୍କ କହିବାନୁସାରେ, ଏବେ ସୂର୍ଯ୍ୟ ଖୁବ୍ ସକ୍ରିୟ ରହୁଛି । ତେଣୁ ଚୁମ୍ବକୀୟ ଝଡ଼ ଆସିପାରେ। ଯାହାଙ୍କୁ ବୈଜ୍ଞାନିକଙ୍କ ଭାଷାରେ ଏମ୍ କ୍ଲାସ୍ ଓ ଏକ୍ସ କ୍ଲାସ୍ କୁହାଯାଏ। ଏହା ଆଗାମୀ ୮ ବର୍ଷ ଯାଏଁ ରହିପାରେ। ତେଣୁ ସୌର ଝଡ଼ ଆସିବାର ସମ୍ଭାବନା ରହିଛି ।

https://twitter.com/TamithaSkov/status/1548380370038444034?s=20&t=sZWIVfK9zX1oZDVZzCMCzg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories