Advertisment

ଆଜି ଲଞ୍ଚ ହେବ ସ୍ପେଡେକ୍ସ ମିଶନ୍; ଅନ୍ତରୀକ୍ଷକୁ ଯିବ ଦୁଇଟି ସ୍ପେଶକ୍ରାଫ୍ଟ

ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆଜି ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ ।

author-image
Niharika Rout
SPADEX

SPADEX

ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ। ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆଜି ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ ।

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ ୨ଟି ସ୍ପେଶକ୍ରାଫ୍ଟ। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ।

ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ । ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ।

Advertisment

ଏହା ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ। ଚନ୍ଦ୍ରଯାନ-୪ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନରେ ଏହି ଟେକନୋଲୋଜି ଖୁବ୍ ସହାୟକ ହେବ।

୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ କେବଳ ଏତିକି ନୁହେଁ, PSLV-C60 ରକେଟ୍ ର ଚତୁର୍ଥ ଷ୍ଟେଜ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଇବ ଇସ୍ରୋ। ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ। ଏଥିସହ ପଏମ୍ ଏକ୍ସପେରିମେଣ୍ଟରେ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ

Space News ISRO