ହଠାତ୍‌ ଦିନେ ସୂର୍ଯ୍ୟ ହୋଇଯାଇଥିଲେ ଉଭାନ, ଆଉ ତା’ପରେ କ’ଣ ହୋଇଥିଲା ଜାଣନ୍ତୁ

ପ୍ରାଚୀନ ରାଜରାଜୁଡ଼ା ଶାସନ ପାଇଁ ଏହା ବିପଦର ସଙ୍କେତ ଥିଲା ବୋଲି କୁହାଯାଏ। ପ୍ରାଚୀନ ସିରିଆରେ ଏପରି ଘଟଣା ଅନ୍ୟ ସଂସ୍କୃତି ସହିତ ମଧ୍ୟ ସମାନ।

sun

ସୂର୍ଯ୍ୟ ହୋଇଯାଇଥିଲେ ଉଭାନ

Hemant Lenka
  • Published: Friday, 05 April 2024
  • Updated: 05 April 2024, 04:41 PM IST

Sports

Latest News

ଦୀର୍ଘ ୩ ହଜାର ବର୍ଷ ତଳର କଥା। ଦିନ ଅଧା ହୋଇଥାଏ। ପ୍ରାୟ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ସମୟ ହେବ। ହଠାତ୍‌ ଏତିକି ବେଳେ ଆକାଶରୁ ଉଭାନ ହୋଇ ଯାଇଥିଲେ ସୂର୍ଯ୍ୟ। ଆଧୁନିକ ଯୁଗରେ ସିରିଆ ଭାବେ ପରିଚିତ ଅଞ୍ଚଳରେ ଏପରି ଏକ ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଦିନର ମଧ୍ୟ ଭାଗରେ ଅନ୍ଧାର ହୋଇଯିବାରୁ ସମସ୍ତେ ଭୟ ଓ ଆଶଙ୍କା ମଧ୍ୟରେ ପଡ଼ିଥିଲେ। ପ୍ରାଚୀନ ରାଜରାଜୁଡ଼ା ଶାସନ ପାଇଁ ଏହା ବିପଦର ସଙ୍କେତ ଥିଲା ବୋଲି କୁହାଯାଏ। ପ୍ରାଚୀନ ସିରିଆରେ ଏପରି ଘଟଣା ଅନ୍ୟ ସଂସ୍କୃତି ସହିତ ମଧ୍ୟ ସମାନ।

ଯେଉଁଠାରେ ସୂର୍ଯ୍ୟଙ୍କର ଅଦୃଶ୍ୟ ହେବାକୁ ଏକ ବିପଦ ସଙ୍କେତ ଭାବେ ପରିଗଣିତ କରାଯାଉଥିଲା। ଶତାବ୍ଦୀ ପରେ ଆମେ ଏବେ ଜାଣିବାକୁ ପାଇଛୁ ଯେ ପ୍ରାଚୀନ ସିରିଆରେ ସେଦିନ କ’ଣ ଘଟିଥିଲା। ୧୯୪୮ ମସିହାରେ ଆବିଷ୍କୃତ ଗୋଟିଏ ମାଟି ଟାବଲେଟରୁ ସେଦିନର ଘଟଣା ଜଣାପଡ଼ିଛି।

୨୦୨୪ ମସିହା ଏପ୍ରିଲ ୮ରେ ଆମେରିକାର କିଛି ଅଂଶ ଦିନ ସମୟରେ ଏହିପରି ଅନ୍ଧାର ହେବ। ତେବେ ସୂର୍ଯ୍ୟ ଅସ୍ତ ହେବେ ନାହିଁ ବରଂ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବେ। ସୂର୍ଯ୍ୟଙ୍କ ଆଲୋକକୁ ଏହା ଘୋଡ଼ାଇ ଦେବ। ଏପ୍ରିଲ ୮ରେ ୪ ମିନିଟ ୨୮ ସେକେଣ୍ଡ ପାଇଁ ଉତ୍ତର ଆମେରିକାର କିଛି ସ୍ଥାନରେ ଦିନ ସମୟରେ ଏକ ବିରଳ ରାତି ଅନୁଭବ ହେବ।

Also Read

ପ୍ରାଚୀନ ସିରିଆରେ ସୂର୍ଯ୍ୟଙ୍କର ଅଦୃଶ୍ୟ ହେବାକୁ ବିପଦର ସଙ୍କେତ ଭାବେ ବିବେଚନା କରାଯାଏ। ହେଲେ ଏବେ ଏହାକୁ ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ କୁହାଯାଉଛି। ଏପରି ଘଟଣା ପ୍ରତି ୧୮ ମାସରେ ପୃଥିବୀର କୌଣସି ସ୍ଥାନରେ ଘଟିଥାଏ। କିନ୍ତୁ ପ୍ରତ୍ୟେକ ଘଟଣା ସବୁ ସ୍ଥାନରୁ ଦୃଶ୍ୟମାନ ହୁଏ ନାହିଁ। ଆମେରିକାର ଶେଷ ଥର ପାଇଁ ଏପରି ଘଟଣା ସାତ ବର୍ଷ ତଳେ ହୋଇଥିଲା। ତେବେ ଭାରତରେ ୨୦୩୧ ଯାଏ କୌଣସି ପ୍ରକାରର ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି।

୩ ହଜାର ବର୍ଷ ପୂର୍ବେ ସୂର୍ଯ୍ୟ ହୋଇଥିଲେ ଉଭାନ

ଗ୍ରହଣ ପୂର୍ବରୁ ମଧ୍ୟ ଦେଖାଯାଉଥିଲା ବୋଲି ପ୍ରମାଣ ବହୁ ପ୍ରାଚୀନ ସଂସ୍କୃତିରେ ରହିଛି। ମେସୋପୋଟାମିଆନ ଠାରୁ ଆରମ୍ଭ କରି ଇଜିପ୍ଟଆନ ଓ ମାୟନୀୟମାନ ସମୟରେ ହଠାତ ଉଭା ହୋଇ ଯାଉଥିଲେ ସୂର୍ଯ୍ୟ। ସେମାନେ ସୂର୍ଯ୍ୟ ଗ୍ରହଣକୁ ବିପଦ(ଅଶୁଭ) କିମ୍ବା ମହତ୍ୱପୂର୍ଣ୍ଣ ଅପୂର୍ବ ଘଟଣା ଭାବରେ ଦେଖୁଥିଲେ ଦେଖିଲେ।

କିନ୍ତୁ ୧୯୪୮ ମସିହାରେ ଆବିଷ୍କୃତ ମାଟିରେ ତିଆରି ଟାବଲେଟରେ କିଛି ଭିନ୍ନ କଥା ରହିଛି। ପ୍ରାଚୀନ ସମାଜ କିପରି ସୂର୍ଯ୍ୟଙ୍କର ହଠାତ୍ ଅଦୃଶ୍ୟ ହେବାକୁ ଭୟ କରୁଥିଲେ ଓ ଏହାକୁ କିପରି ଗୋଟିଏ ସାମ୍ରାଜ୍ୟର ପତନ ସହିତ ଲିଙ୍କ କରାଯାଉଥିଲା, ତା’ର ତଥ୍ୟ ରହିଛି।

ଏହି ମାଟି ଟାବଲେଟକୁ ଉତ୍ତର ଭୂମଧ୍ୟସାଗର ଉପକୂଳରେ ଅବସ୍ଥିତ ବନ୍ଦର ସହର ଉଗାରିଟର ପଶ୍ଚିମ ପ୍ୟାଲେସ୍ ଅଭିଲେଖାଗାରର ଧ୍ୱଂସାବଶେଷ ମଧ୍ୟରୁ ମିଳିଥିଲା। ଉକ୍ତ ସ୍ଥାନ ଆଜି ସିରିଆ ଭାବେ ପରିଚିତ। KTU 1.78 ନାମରେ ନାମିତ ଟାବଲେଟ୍ ସହରର ଧ୍ୱଂସ ହେବା ସମୟର। ଏହାକୁ ୩୨୦୦ ବର୍ଷ ତଳେ ଅର୍ଥାତ ୧୨୫୦ BCE ରୁ 1175 BCE ମଧ୍ୟରେ ଲେଖାଯାଇଥିବା ଅନୁମାନ କରାଯାଉଛି।

ଟାବଲେଟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏଥିରେ ସୂର୍ଯ୍ୟଙ୍କ ହଠାତ୍ ଅଦୃଶ୍ୟତା ଓ ଦିନ ସମୟରେ ହୋଇଥିବା ଅନ୍ଧକାର ବିଷୟରେ ତଥ୍ୟ ଉପସ୍ଥାପନ କରାଯାଇଛି।

ଅନ୍ଧକାର ଏହାର ଗେଟ କିପର ରାପ୍‌କୁ ଦୃଶ୍ୟମାନ କରିଥିଲା। ପ୍ରାଚୀନ ଉଗାରିଟରେ ରାପ ଅର୍ଥାତ୍ ମଙ୍ଗଳ। ଏପ୍ରିଲ୍ ୮ରେ ସଂପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ସହିତ ସମାନ ଭାବରେ ଚାରିଟି ଗ୍ରହର ଆକାଶରେ ଅନ୍ଧକାର ଦେଖାଯିବ। ସେଥିମଧ୍ୟରୁ ଗୋଟିଏ ହେଲା ମଙ୍ଗଳ।

ଅବଶ୍ୟ ଟାବଲେଟରେ ସୂର୍ଯ୍ୟ ଗ୍ରହଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। କାରଣ ସେ ସମୟରେ ଏହାକୁ ବୁଝିବା ସେତେ ସହଜ ନଥିଲା। ତଥାପି ମାଟି ଟାବଲେଟର ପଛ ପାର୍ଶ୍ୱରେ ଲେଖାଯାଇଥିବା କଥା ବେଶ କୌତୁହଳ ସୃଷ୍ଟି କରିଛି।

ପଛପଟରେ ଲେଖାଯାଇଥିଲା ଯେ ‘ଦୁଇଟି ଲିଭର ପରୀକ୍ଷା କରାଯାଇଥିଲା: ବିପଦ’। ଏହାର ଅର୍ଥ କାହାକୁ ଜଣା ନଥିଲା। କିନ୍ତୁ ବୈଜ୍ଞାନିକ ତେଜେ ଦେ ଜୋଙ୍ଗ ଓ ୱିଲଫ୍ରେଡ ଭାନ ସୋଲଡଟ ଏହାର ପ୍ରକୃତ ଅର୍ଥ ୧୯୮୯ରେ ପ୍ରକାଶ କରିଥିଲେ। ଜର୍ଣ୍ଣାଲ ନ୍ୟାଚୁରାଲରେ ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ସୂର୍ଯ୍ୟ ଗ୍ରହଣରୁ ଉତ୍ପନ୍ନ ଚିନ୍ତା ଓ ମଙ୍ଗଳ ଗ୍ରହର ହଠାତ୍ ଦେଖାଯିବା ଦ୍ୱାରା ଲିଭର ବା କଲିଜା ଅନୁଶୀଳନ କରାଯାଇଥିଲା।

ଲିଭର ଅନୁଶୀଳନ ହେପାଟୋମାନ୍ସୀ ଭାବରେ ମଧ୍ୟ ଜଣାଶୁଣା। ଇତିହାସର ବିଭିନ୍ନ ସଂସ୍କୃତିରେ ଏପରି ଅନୁଶୀଳନ କିମ୍ବା ଭବିଷ୍ୟବାଣୀ କରାଯାଉଥିଲା। ଭବିଷ୍ୟତରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିବା କିମ୍ବା ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ପଶୁପକ୍ଷୀଙ୍କ ଲିଭର ଉପରେ ନିର୍ଭର କରାଯାଉଥିଲା। ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏଭଳି ବୈଶିଷ୍ଟ୍ୟଗୁଡ଼ିକ ଦେବତା ଓ ପରମାତ୍ମାଙ୍କ ଉଦ୍ଦେଶ୍ୟରେ, ଯୁଦ୍ଧ କିମ୍ବା ଅମଳର ଫଳାଫଳ କିମ୍ବା ଆଗାମୀ ଉଦ୍ୟୋଗର ସଫଳତା ବିଷୟରେ ସୂଚନା ଦେଇଥାଆନ୍ତି।

ଖ୍ରୀଷ୍ଟପୂର୍ବ ୧୨୨୩ର ସୂର୍ଯ୍ୟ ପରାଗ ଉଗରିଟ୍ ଓ ଏହାର ପାର୍ଶ୍ୱବର୍ତ୍ତୀ ରାଜ୍ୟ ପାଇଁ ଏକ ସମସ୍ୟାର ସମୟ ସହିତ ସମାନ ଥିଲା। ଶେଷରେ ଏଠାରେ ଥିବା ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ମାଟି ଟାବଲେଟ୍ ସୂର୍ଯ୍ୟ ଗ୍ରହଣର ସର୍ବ ପୁରାତନ ରେକର୍ଡ ଭାବେ ପରିଚିତ। ଏପରି ପର୍ଯ୍ୟବେକ୍ଷଣ ରେକର୍ଡ ସବୁ ସଭ୍ୟତାରେ ଦେଖିବାକୁ ମିଳିଛି।

ମେସୋପୋଟାମିଆନମାନେ ମାଟି ଟାବଲେଟ୍ ଉପରେ ଚନ୍ଦ୍ରଗ୍ରହଣର ସବୁ ତଥ୍ୟ ଲେଖୁଥିଲେ। ଇଜିପ୍ଟିଆନମାନେ ମନ୍ଦିର ଖୋପରେ ଖୋଦେଇ କରି ରଖୁଥିଲେ। ମାୟନୀୟମାନେ ସେମାନଙ୍କର କ୍ୟାଲେଣ୍ଡର ଓ ସ୍ମାରକୀରେ ଗ୍ରହଣ ପୂର୍ବାନୁମାନ କରୁଥିଲେ। କୋନ୍ସ ପରି ଆମେରିକୀୟ ସଭ୍ୟତାର ଲୋକମାନେ ସୂର୍ଯ୍ୟ ଗ୍ରହଣ ସମ୍ପର୍କିତ ତଥ୍ୟକୁ ପଥରରେ ଖୋଦେଇ କରି ସଂରକ୍ଷିତ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story