Advertisment

ଆଜି ଇସ୍ରୋର ସୂର୍ଯ୍ୟ ମିଶନ, ଦିନ 11.50ରେ ଉତକ୍ଷେପଣ ହେବ ଆଦିତ୍ୟ-ଏଲୱାନ୍

ଆଜି ଆଉ ଏକ ସଫଳତା ଦିଗରେ ପାଦ ବଢାଇବ ଇସ୍ରୋ। ଚନ୍ଦ୍ରମା ଉପରେ ଅନୁଧ୍ୟାନ ପରେ ପ୍ରଥମ କରି ସୂର୍ଯ୍ୟଙ୍କ ରହସ୍ୟ ଭେଦିବ।

author-image
Debibandita Barick
Representative Photo

Representative Photo

ଆଜି ଆଉ ଏକ ସଫଳତା ଦିଗରେ ପାଦ ବଢାଇବ ଇସ୍ରୋ। ଚନ୍ଦ୍ରମା ଉପରେ ଅନୁଧ୍ୟାନ ପରେ ପ୍ରଥମ କରି ସୂର୍ଯ୍ୟଙ୍କ ରହସ୍ୟ ଭେଦିବ। ଏ ଦିଗରେ ଆଜି ହେବ ଭୂମି ପୂଜନ। ଅର୍ଥାତ୍ ଆଜି ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଏହି ମିଶନର ଉତକ୍ଷେପଣ କରାଯିବ। ରକେଟ PSLV-C57 ମାଧ୍ୟମରେ ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ପୂର୍ବାହ୍ନ ପ୍ରାୟ 11ଟା 50 ମିନିଟ୍ ସମୟରେ ଲଞ୍ଚିଂ ନେଇ ସମୟ ଧାର୍ଯ୍ୟ କରାଯାଇଛି।  

Advertisment

ଆଜି ଉତକ୍ଷେପଣ ହେଲେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ହାସଲ ପାଇଁ ଇସ୍ରକୁ ଲାଗିଯିବ ଚାରି ମାସ। ଆସନ୍ତା 127 ଦିନ ପରେ ମହାକାଶର ଏଲୱାନ୍ ପଏଣ୍ଟ ବା ଲାଗ୍ରାଞ୍ଜ ପଏଣ୍ଟ-ୱାନରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଏହି ମିଶନ୍ ସମ୍ପୂର୍ଣ୍ଣ ସୂର୍ଯ୍ୟଙ୍କ ନିକଟକୁ ଯିବ ନାହିଁ। ପୃଥିବୀଠାରୁ ସୂର୍ଯ୍ୟଙ୍କ ଦୂରତା 15 କୋଟି କିଲୋମିଟର ହୋଇ ଥିବାବେଳେ ଏହା ମାତ୍ର 15 ଲକ୍ଷ୍ୟ ଦୂରରେ ରହି ଅନୁସନ୍ଧାନ କରିବ। ଆସନ୍ତା ବର୍ଷ ଜାନୁଆରୀରେ ଆଦିତ୍ୟ-ଏଲୱାନ୍ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ଆଶା ରଖିଛି ଇସ୍ରୋ।

Advertisment

ଏଥିରେ 7ଟି ପେ'ଲୋଡ୍ ମଧ୍ୟ ମହାକାଶକୁ ପଠାଯିବ। ଏଥିମଧ୍ୟରୁ 4ଟି ପେ'ଲୋଡ୍ ସୂର୍ଯ୍ୟଙ୍କ ଉପରେ ଏବଂ ଅନ୍ୟ 3ଟି ଲାଗ୍ରାଞ୍ଜ ପଏଣ୍ଟ ଏଲୱାନ ଉପରେ ପରୀକ୍ଷା ନିରୀକ୍ଷା କରିବେ।  ଏହାପରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରିବ। ବିଶେଷ କରି ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଏଥିପାଇଁ ଇସ୍ରୋର ସୂର୍ଯ୍ୟ ମିଶନ ଉପରେ କେବଳ ଦେଶ ନୁହେଁ ରହିଛି ପୂରା ବିଶ୍ୱ ନଜର।

ପ୍ରଥମ କରି ଇସ୍ରୋ ଏହି ପଦକ୍ଷେପ ନେଇଛି। ସୂର୍ଯ୍ୟଙ୍କ ଉପରେ ଗବେଷଣା କ୍ଷେତ୍ରରେ ଏହା ଇସ୍ରୋର ପ୍ରଥମ ପ୍ରୟାସ। ଚନ୍ଦ୍ର ମିଶନ୍ ଭଳି ସୂର୍ଯ୍ୟ ମିଶନ ମଧ୍ୟ ସଫଳ ହେଉ ବୋଲି ସାରା ଦେଶବାସୀ ଆଶା ରଖିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ପୂଜାପାଠ ସହ ଆଜି କୋଣାର୍କରେ ପୂଜାର୍ଚ୍ଚନା କରିଛନ୍ତି ସାଧୁସନ୍ଥ। ସେପଟେ ଇସ୍ରୋ ବୈଜ୍ଞାନିକମାନେ ମଧ୍ୟ ଗତକାଲି ତୀରୁପତିର ବିଭିନ୍ନ ମନ୍ଦିର ଯାଇ ସଫଳତା କାମନା କରିଛନ୍ତି।  

ISRO Sun Mission Aditya L1 ISRO Solar Mission