Advertisment

ଇତିହାସ ରଚିଲେ ସୁନୀତା ୱିଲିୟମ୍ସ, ତୃତୀୟ ଥର ପାଇଁ ମହାକାଶ ଯାତ୍ରା କଲେ

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ସୃଷ୍ଟି କରିଛନ୍ତି।

author-image
Debibandita Barick
Sunita Williams

Sunita Williams

ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିଛନ୍ତି। ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା।

Advertisment

ସୁନୀତାଙ୍କ ସହ ବଚ୍ ୱିଲମୋର୍ ମଧ୍ୟ ମହାକାଶ ଯାଇଛନ୍ତି। ଫ୍ଲୋରିଡାର କେପ କାନଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶ ଯାନରେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଉଭୟ ମହାକାଶକୁ ଯାତ୍ରା କରିଛନ୍ତି।

ନାସା ରୁପୋର୍ଟ ଅନୁସାରେ, ମେ ୬ରେ ସେମାନେ ମହାକାଶ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇ ଥର ଯାତ୍ରା ସ୍ଥଗିତ ରଖାଯାଇବା ପରେ ଆଜି ସଫଳତାପୂର୍ବକ ଉଡ଼ାଣ ଭରିଛନ୍ତି ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର।

Advertisment

୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି।  ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍  ସେଣ୍ଟର ଅନେକ ଦିନ ଧରି ରହିଥିଲେ। ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ।

ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ଇତିହାସ ରହିଛନ୍ତି। ନାସା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସେ ଏଥର ମହାକାଶରେ ମୋଟ ୩୨୨ ଦିନ ରହିବେ। 

NASA Sunita Williams