Advertisment

ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା ସ୍ଥଗିତ, ଯାନ୍ତ୍ରିକ ତ୍ରୁଟି କାରଣରୁ ହୋଇପାରିଲାନି ଉଡ଼ାଣ

ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Sunita Williams

Sunita Williams

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଅଟକି ଯାଇଛି। ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ସକାଳ ୮ଟା ୪ ମିନିଟରେ ସୁନୀତା ୱିଲିୟମ୍ସ ମହାକାଶକୁ ଯାତ୍ରା କରିଥାନ୍ତେ। ତାଙ୍କ ସହ ବଚ ୱିଲମୋର ମଧ୍ୟ ଯିବାର କାର୍ଯ୍ୟକ୍ରମ ଥିଲା। କେନେଡ଼ି ସ୍ପେଶ୍ ସେଣ୍ଟରରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନରେ ଉଡ଼ାଣ ଭରିଥାନ୍ତେ ଏହି ଦୁଇ ମହାକାଶଚାରୀ। କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ଯାନରେ ତ୍ରୁଟି ଦେଖାଯିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି।

ନାସା ପକ୍ଷରୁ ଏକ ଏକ୍ସ ପୋଷ୍ଟରେ କୁହାଯାଇଛି ଯେ, ପରବର୍ତ୍ତୀ ଉଡ଼ାଣ କେବେ ହେବ, ସେନେଇ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଯାନରେ ତ୍ରୁଟି କେତେ ରହିଛି ଏବଂ ଶୀଘ୍ର ସଂଶୋଧନ ହୋଇପାରିବ କି ନାହିଁ ତୁରନ୍ତ ସ୍ପଷ୍ଟ ହୋଇପାରିନି। ଆଗକୁ ଏନେଇ ଅପଡେଟ୍ ଦିଆଯିବ। 

Advertisment

ସେପଟେ ଯାତ୍ରା ସ୍ଥଗିତ ହେବା ପରେ ନାସା ମୁଖ୍ୟ ବିଲ୍ ନେଲସନ ମଧ୍ୟ ଏକ ଏକ୍ସ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, "ଆମର ପ୍ରଥମ ପ୍ରାଥମିକତା ହେଉଛି ସୁରକ୍ଷା, ଯେତେବେଳେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବୁ ଉଡ଼ାଣ ଭରିବୁ।" 

Sunita Williams Space Mission Boeing Starliner Sunita Williams