Advertisment

ଆଜି ଆକାଶରେ ଦୃଶ୍ୟମାନ ହେବ 'ସୁପର ବ୍ଲୁ ମୁନ୍‌'

ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ପୂରା ବିଶ୍ୱରେ ଦେଖିବାକୁ ମିଳିବ।

author-image
Madhupriya Mistry
Blue Moon

Blue Moon

ଆଜି ରାକ୍ଷୀ ପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ। ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର। ସୁପର ମୁନ୍‌ ଏବଂ ବ୍ଲ୍ୟୁ ମୁନ୍‌ର ବିରଳ ମିଶ୍ରଣ ଆଜି ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି ଆମେରିକୀୟ ମହାକାଶ ବିଜ୍ଞାନ ସଂସ୍ଥା(ନାସା) ପକ୍ଷରୁ କୁହାଯାଇଛି।

Advertisment

ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ରହିଲେ ଏହାକୁ ସୁପରମୁନ୍ କୁହାଯାଏ। ସୁପରମୁନ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଏବଂ ୧୪ ପ୍ରତିଶତ ବଡ଼ ଦେଖାଯାଏ। ଚଳିତବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ଏହିଭଳି ଉଜ୍ଜ୍ୱଳ ଏବଂ ଆକାରରେ ବଡ଼ ସୁପରମୁନ୍।

ତେବେ ଆଜି କେବଳ ସୁପରମୁନ୍ ନୁହେଁ, ବ୍ଲୁ ମୁନ୍ ମଧ୍ୟ ଦୃଶ୍ୟମାନ ହେବ। ଗୋଟିଏ ଦଶନ୍ଧିରେ ଅଳ୍ପ କିଛି ଥର ଏଭଳି ସଂଯୋଗ ପଡ଼ୁଥିବାରୁ, ସୁପର୍ ବ୍ଲୁ ମୁନ୍‌କୁ ବିରଳ ବୋଲି କୁହାଯାଉଛି। ସୁପରମୁନ ଶବ୍ଦର ଆବିଷ୍କାର ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ଲେ କରିଥିଲେ।

Advertisment

ବ୍ଲ୍ୟୁ ମୁନ୍‌ ୨ ପ୍ରକାରର ହୋଇଥାଏ। ଗୋଟିଏ ଋତୁଭିତ୍ତିକ ଏବଂ ଅନ୍ୟଟି ମାସଭିତ୍ତିକ ହୋଇଥାଏ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହାର ନୀଳ ରଙ୍ଗ ସହ କୌଣସି ସମ୍ପର୍କ ନ ଥାଏ। ଯେତେବେଳେ କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଥାଏ, ତୃତୀୟ ପୂର୍ଣ୍ଣିମାକୁ ଋତୁଭିତ୍ତିକ ବା ‘ସିଜନାଲ ବ୍ଲ୍ୟୁ ମୁନ୍‌’ କୁହାଯାଏ। ସେହିପରି ଦ୍ୱିତୀୟ ପ୍ରକାରର ବ୍ଲ୍ୟୁ ମୁନ୍‌ ମାସଭିତ୍ତିକ ହୋଇଥାଏ। ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡ଼ିଥାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ମାସଭିତ୍ତିକ ବା ‘ମନ୍ଥଲି ବ୍ଲ୍ୟୁ ମୁନ୍‌’ କୁହାଯାଏ।

ଗବେଷକମାନେ କହିଛନ୍ତି ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ପୂରା ବିଶ୍ୱରେ ଦେଖିବାକୁ ମିଳିବ। ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ‘ସୁପର ବ୍ଲ୍ୟୁ ମୁନ୍‌’କୁ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

NASA Super Blue Moon