Aditya-L1
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ଏନେଇ ଇସ୍ରୋ ପକ୍ଷରୁ ସୋଶାଲ ମିଡିଆରେ ସୂଚନା ଦିଆଯାଇଛି।
ଗତବର୍ଷ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା । ଏ ଭିତରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇସାରିଛି ଭାରତର ଏହି ସୋଲାର୍ ଅବଜର୍ଭେଟୋରି। ତେବେ ଏହାକୁ ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ୱିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।
ସୂଚନାଯୋଗ୍ୟ, ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Aditya_L1_1719937371.jpg)