Advertisment

ଭିତରକନିକା ଓ ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା

ସାତକୋଶିଆରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
Crocodile

Crocodile

Advertisment

ଭିତରକନିକା ଓ ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା। ନିକଟରେ ହୋଇଥିବା ଗଣନାରୁ ଆସିଛି ଏହି ତଥ୍ୟ।

Advertisment

ଭିତରକନିକାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୮ଟି ଅଧିକ କୁମ୍ଭୀର ଅଛନ୍ତି। ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୨୨ଟି ଟିମ୍‌ ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା କରିଥିଲେ। ଗତ ବର୍ଷ ୧୭୯୩ଟି କୁମ୍ଭୀର ଥିଲେ। ଏଥର ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି।

ସେହିପରି ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହା ୧୧୧କୁ ବୃଦ୍ଧି ପାଇଛି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା କହିଛନ୍ତି, ଗତବର୍ଷ ୮୧ଟି ମଗର ଓ ୭ଟି ଘଡ଼ିଆଳ ଥିଲେ। ଚଳିତ ବର୍ଷ ମଗର ସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା ୧୪କୁ ବଢ଼ିଛି।

Advertisment

ଅନ୍ୟପକ୍ଷରେ ସାତକୋଶିଆରେ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ପ୍ରାୟ ୩୮୦୦ ପକ୍ଷୀ ଥିବା ବେଳେ ଚଳିତ ବର୍ଷ ୮୧ଟି ପ୍ରଜାତିର ପ୍ରାୟ ୩୩୩୦ ପକ୍ଷୀ ଥିବା ଗଣନା ବେଳେ ଜଣାପଡ଼ିଛି। ସାତକୋଶିଆରେ ଗତ ୬,୭ ଓ ୮ ତାରିଖରେ କୁମ୍ଭୀର ଗଣନା ହୋଇଥିବା ବେଳେ ୧୦ ତାରିଖରେ ହୋଇଥିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ।

Bhitarkanika Crocodile Satakosia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe