Advertisment

ଓଡ଼ିଶାରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା

୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ। ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Leo pard

Leo pard

ଓଡ଼ିଶାରେ ଅସୁରକ୍ଷିତ କି କଲରା ପତରିଆବାଘ ? ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ରହିଛି। ଗତ ୪ ବର୍ଷରେ ରାଜ୍ୟରୁ
୧୯୨ଟି କଲରାପତରିଆ ଉଭାନ ହୋଇଯାଇଥିବା ସୂଚନା ରହିଛି। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।

Advertisment

ରିପୋର୍ଟ ଅନୁସାରେ, ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ। ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି। ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି। ଭାରତର କେନ୍ଦ୍ରାଞ୍ଚଳ ଏବଂ ପୂର୍ବଘାଟ ଅଞ୍ଚଳରେ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାରେ କଲରାପତରିଆ ବାଘ ସଂଖ୍ୟା ଖସିବାକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି।

 ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଓଡ଼ିଶାରେ ବାଘ ଗଣନା କରାଯାଇଥିଲା। ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟରୁ ସୂଚନା ମିଳିଥିଲା।

Advertisment
Leopard