Advertisment

ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ

ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।

author-image
Debibandita Barick
Piter, Nino & their house

Piter, Nino & their house

ବିଶ ବଳୟ ପାଲଟିଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏତେ ତଳକୁ ଖସି ଆସିଛି ଯେ ଦିଲ୍ଲୀରେ ନିଶ୍ୱାସ ନେବା ୧୦ଟା ସିଗାରେଟ୍ ଟାଣିବା ସହ ସମାନ। ଏଭଳି ପରିବେଶରେ ବି ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପରିବେଶ ଅତ୍ୟନ୍ତ ଅନୁକୂଳ, ଯେଉଁଠାକେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୦-୧୫, ସବୁଠୁ ଭଲ ସ୍ଥିତିରେ ଅଛି।

Advertisment

ଏହି ସ୍ଥାନ ଦକ୍ଷିଣ ଦିଲ୍ଲୀର ସାଇନିକ୍ ଫାର୍ମ ଅଞ୍ଚଳରେ ଅବସ୍ଥିତ। ଅନୁକୂଳ ପରିବେଶ ସୃଷ୍ଟି କରିଥିବା ଦମ୍ପତି ହେଉଛନ୍ତି ପିଟର ସିଂହ ଏବଂ ନିନୋ କୌର।ବିଶାକ୍ତ ବାୟୁମଣ୍ଡଳରେ ବି ଏପରି ପରିବେଶ କିପରି ସମ୍ଭବ ହେଲା, ସେନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବ ନିଶ୍ଚୟ, ତେବେ ଜାଣନ୍ତୁ...

Piter & Nino's house ପିଟର ଓ ନିନୋଙ୍କ ଘର

ଏହା ପିଟର ସିଂହ ଓ ନିନୋ କୌରଙ୍କ ବୁଦ୍ଧିମାନ ପଦକ୍ଷେପ ପାଇଁ ସମ୍ଭବ ହୋଇପାରିଛ। ଉଭୟ ଚତୁରତାର ସହ ଅଳ୍ପ କେତେକ ସ୍ଥାନରେ ୧୫,୦୦୦ରୁ ଅଧିକ ଗଛ ଲଗାଇ ପାରିଛନ୍ତି, ଯାହା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ନିଭାଇଛି। 

Advertisment

ସେମାନେ ରହୁଥିବା ଘର ମଧ୍ୟ ଅନ୍ୟମାନଙ୍କ ଠାରୁ ଭିନ୍ନ। କାରଣ ତାଙ୍କ ଘରେ ପେଣ୍ଟ କିମ୍ବା ପ୍ଲାଷ୍ଟର ଦିଆଯାଇ ନାହିଁ। ପାରମ୍ପାରିକ ନିର୍ମାଣ ପଦ୍ଧତିଗୁଡିକ ବ୍ୟବହୃତ କରି ସିମେଣ୍ଟ ବଦଳରେ ଚୂନ ମୋର୍ଟାର ସାହାଯ୍ୟରେ ଇଟାଗୁଡ଼ିକର ଯୋଡ଼େଇ କରାଯାଇଛି। ଏଥିସହ ଆଧୁନିକ ରଙ୍ଗ ବଦଳରେ ଚୂନ ବ୍ୟବହାର ହୋଇଛି।

ସେହିପରି କଂକ୍ରିଟ ସ୍ଲାବ ଅପେକ୍ଷା ଛାତ ମଧ୍ୟ ପଥର ଟାଇଲରେ ଆଚ୍ଛାଦିତ, ଯାହା ପରିବେଶର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି। ଫଳରେ ଗ୍ରୀଷ୍ଣ ଋତୁରେ ଘର ଥଣ୍ଡା ରହୁ ଥିବାବେଳେ ଶୀତଦିନରେ ପରିବେଶ ପ୍ରଦୂଷଣମୁକ୍ତ ରହୁଛି।  

କେବଳ ଏତିକି ନୁହେଁ, ଗଛଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ବୁଦ୍ଧିମତାର ସହ ଲଗାଯାଇଛି। ଯାହା ଫଳରେ କମ୍ ସ୍ଥାନରେ ବି ବହୁତଗୁଡ଼ିଏ ଗଛ ଲଗାଯାଇ ପାରିଛି। ଏହା ବ୍ୟତୀତ ସୌରଶକ୍ତି ବ୍ୟବହାର କରିଛନ୍ତି। ଉଦ୍ଧିଦର ଜଳ ଆବଶ୍ୟକତା ପାଇଁ ମଧ୍ୟ ସେମାନେ ପ୍ରାକୃତିକ ଉପାୟ ଅବଲମ୍ବନ କରିଛନ୍ତି। କୁଣ୍ଡ ମାଧ୍ୟମରେ ବର୍ଷା ଜଳ ସାଇତି ରଖନ୍ତି ଏବଂ ଏହାକୁ ବ୍ୟବହାର କରନ୍ତି। ସବୁଠୁ ବଡ଼ କଥା ହେଉଛି କି, ଏହି ଦମ୍ପତି ପନିପରିବା ପାଇଁ ବଜାର ଉପରେ ନିର୍ଭର କରନ୍ତି ନାହିଁ। ନିଜ ବଗିଚା ହିଁ ଆବଶ୍ୟକତା ମେଣ୍ଟାଇଦିଏ।

ପିଟର ଏବଂ ନିନୋ ଏପରି ପରିବେଶ ସୃଷ୍ଟି କରିବା ପଛରେ ଏକ କାହାଣୀ ରହିଛି। ରିପୋର୍ଟ ଅନୁସାରେ, ନିନୋ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲେ। କେମୋଥେରାପି କରାଯାଇ ଥିଲେ ମଧ୍ୟ ତାଙ୍କ ଫୁସଫୁସ ଦୁର୍ବଳ ହୋଇ ଯାଇଥିଲା, ଫଳରେ ଡାକ୍ତର ତାଙ୍କୁ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅନ୍ୟ ଜଣେ ଆୟୁର୍ବେଦ ବିଶେଷଜ୍ଞ ସେମାନଙ୍କୁ ସମ୍ପୂର୍ଣ୍ଣ ଜୈବ ଜୀବନଶୈଳୀ ଗ୍ରହଣ କରିବାକୁ କହିଥିଲେ।

ଏହାପରେ ପିଟର ଓ ନିନୋଙ୍କ ପୁଅ ସେମାନଙ୍କ ପାଇଁ ଗୋଆରେ ଏକ ଘର କିଣିଥିଲେ। ସେଠାରେ କିଛି ସମୟ ରହିବା ପରେ ନୂଆ ସଂକଳ୍ପ ନେଇ ଦିଲ୍ଲୀ ଫେରିଥିଲେ ଏହି ଦମ୍ପତ୍ତି। ଆଉ ସେ ସଂକଳ୍ପଟି ହେଲା ଯେଉଁଠାରେ ରହିବେ ସେହି ସ୍ଥାନକୁ ଜୈବିକ କରିବେ। ଶେଷରେ ଏହି ସଂକଳ୍ପ ପୂର୍ଣ୍ଣ ହୋଇଛି ଏବଂ ଉଭୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। 

Environment Delhi AQI Delhi House