Advertisment

୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା

୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।

Tiger

Tiger

Advertisment

ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।

Advertisment

ହେଲେ ଦୁଃଖର ବିଷୟ ବିଗତ ଦିନରେ ଦୁଇ ଦୁଇଟି ବାଘ ମୃତ୍ୟୁ ଓ ଶିକାରୀଙ୍କ ଫାସରେ ବାଘ ପଡିବା ଘଟଣା ବନବିଭାଗ ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ। କାରଣ ଢେଙ୍କାନାଳ ବନଖଣ୍ଡରେ ମାତିଛନ୍ତି ଶିକାରୀ। ବାଘ ଛାଲ ପାଇଁ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରିବାକୁ ସେମାନେ ପଛାଉ ନାହାନ୍ତି ।

ପୂର୍ବରୁ ହିନ୍ଦୋଳ କୋଇ ରିଜର୍ଭ ଫରେଷ୍ଟରେ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା ।ସେହିଭଳି ଦୁଦୁରକୋଟ ଗାଁ ଜଙ୍ଗଲରେ ମଧ୍ୟ ଅନ୍ୟ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ନିକଟରେ ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ମହାବିରୋଡ ରେଞ୍ଜରେ ଶିକାରୀଙ୍କ ତାର ଜାଲରେ ପଡିଥିବା ଏକ କଲରାପତରିଆ ବାଘକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Advertisment

କିନ୍ତୁ କିଏ ଏବଂ କାହିଁକି ତାର ବିଛାଇଥିଲା ତାହା ଏପର୍ଯ୍ୟନ୍ତ ତଦନ୍ତରେ ଜଣାପଡି ନଥିବା ବେଳେ ବନବିଭାଗ ପକ୍ଷରୁ ବାଘଙ୍କ ସୁରକ୍ଷା ପାଇଁ ସଠିକ ପାଟ୍ରୋଲିଂ ପ୍ରୋଟେକ୍ସନ ଦିଆଯାଉ ନଥିବାରୁ ବାଘ ବଂଶ ବିପଦରେ ବୋଲି କହିଛନ୍ତି ପରିବେଶବିତ୍ । । ଢେଙ୍କାନାଳ ଡିଏଫଓ କହିଛନ୍ତି ଶିକାରୀଙ୍କୁ ଧରିବା ମାତ୍ରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାଘ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

Tiger Count Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe