ଗତ ୧୬ ବର୍ଷରେ ଉତ୍ତରାଖଣ୍ଡରେ ବାଘଙ୍କ ସଂଖ୍ୟାରେ ୩୧୪% ବୃଦ୍ଧି ଘଟିଛି। ୨୦୦୬ରୁ ୨୦୨୨ ମଧ୍ୟରେ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ଏହି ବୃଦ୍ଧି ଘଟିଛି। ଶନିବାର ଉତ୍ତରାଖଣ୍ଡର ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସମୀର ସିହ୍ନା ଏହି ସୂଚନା ଦେଇଛନ୍ତି।
ଶ୍ରୀ ସିହ୍ନା ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡର ବାଘ ସଂଖ୍ୟା ଘନତ୍ୱ ସାରା ପୃଥିବୀରେ ସର୍ବାଧିକ। ରାଜ୍ୟରେ ୨୦୦୬ରେ ୧୭୮ଟି ବାଘ ଥିଲେ। ୨୦୨୨ ବେଳକୁ ଏହି ସଂଖ୍ୟା ୫୬୦କୁ ବୃଦ୍ଧି ପାଇଥିଲା। ରାଜ୍ୟ ବନ ବିଭାଗର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି।
Also Read
ଅନ୍ୟପକ୍ଷରେ ବାଘ ଆକ୍ରମଣରେ ୨୦୨୩ରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୨୦୨୧ ବାଘ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨ରେ ୧୬ ଜଣ ଓ ୨୦୨୩ରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ରେ ବାଘ ଆକ୍ରମଣରେ ୮ ଜଣ ଆହତ ହୋଇଥିବା ବେଳେ ୨୦୨୨ରେ ୧୦ ଓ ୨୦୨୩ରେ ୯ ଜଣ ଆହତ ହୋଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଜଳ ସଂରକ୍ଷଣ ଜୀବନ ସଂରକ୍ଷଣ!
ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ ଏସିଆର ସପ୍ତମ ବୃହତ୍ତମ ଦେଶ ଓ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ହେଉଥିବା ରାଷ୍ଟ୍ର। ଏହା ସତ୍ତ୍ୱେ ଏହା ଅଷ୍ଟମ ଦେଶ ଯାହାକି ମାରାତ୍ମକ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ବିଶେଷଜ୍ଞମାନଙ୍କ ଚେତାବନୀ ଅନୁଯାୟୀ ଯଦି ଏବେଠାରୁ ଭାରତର ଜଳ ସଙ୍କଟ ଦୂରୀକରଣ ପାଇଁ ଅଭିଯାନ ଆରମ୍ଭ ନ କରାଯାଏ ତା’ହେଲେ ଆଗାମୀ ବର୍ଷରେ ଭାରତକୁ ଜଳ ଆମଦାନୀ କରିବାକୁ ପଡ଼ିପାରେ।

Science & Environment
ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?
ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।

Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।