ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏଥିପାଇଁ ବନ ବିଭାଗ ତରଫରୁ କରାଯିବ ୫ ବର୍ଷିଆ ଯୋଜନା। ୫ ବର୍ଷରେ ପ୍ରାୟ ୧୪ଟି ବାଘ ପର୍ଯ୍ୟାୟ କ୍ରମେ ଆସିବେ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସହ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆସିବେ। ଏନେଇ ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
Also Read
ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ଗୁଡ଼ାଏ ସର୍ତ୍ତ ରଖିଛି। ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ ବୋଲି ପିସିସିଏଫ୍ କହିଛନ୍ତି। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ ବୋଲି ପିସିସିଏଫ୍ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।
Science & Environment
ସଂକଟରେ ଜୈବ ବିବିଧତା!, ଲୋପ ପାଇବାକୁ ବସିଲେଣି ୧୦ ଲକ୍ଷ ପ୍ରଜାତି
ମଣିଷର ଅତ୍ୟାବଶ୍ୟକ ବ୍ୟବହାର କାରଣରୁ ପୃଥିବୀର ସ୍ଥଳ ଓ ଜଳ ଭାଗରେ ଥିବା ସମସ୍ତ ଜୀବଜନ୍ତୁ ସଙ୍କଟରେ।
Science & Environment
ରୋବଟ୍ ଲିଭାଇବ ଭୟଙ୍କର ନିଆଁ; ଓଡ଼ିଶାକୁ ଆସିଲା ୨୨ଟି ମେସିନ
କୌଣସି ସ୍ଥାନରେ ଭୟଙ୍କର ନିଆଁ ଲାଗିଲେ ସବୁ ଛାରଖାର କରିଦିଏ। ସେପରି ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ।