Advertisment

ଯମୁନା ପରେ ଶିମିଳିପାଳକୁ ଆସିଲା ଗଙ୍ଗା

ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଗଙ୍ଗା।

Tiger In The Van

Tiger In The Van

Advertisment

ଶିମିଳିପାଳରେ ରାଜ୍ କରିବେ ଗଙ୍ଗା-ଯମୁନା। ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଆସିଛି ଦ୍ୱିତୀୟ ବାଘୁଣୀ। ତା ନାଁ ଗଙ୍ଗା।

Advertisment

ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରର ଏହି ଦୁଇଟି ବାଘୁଣୀକୁ ସେଠାରେ ଛାଡ଼ିବାକୁ ଯୋଜନା ରହିଛି।

ଅକ୍ଟୋବର ୨୮ରେ ବାଘୁଣୀ ଯମୁନା ଆସିଥିବା ବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆରେ ତାକୁ ଛଡ଼ାଯାଇଛି। ଆଜି ଗଙ୍ଗା ଶିମିଳିପାଳକୁ ଆସିଥିବା ବେଳେ ତାକୁ ମଧ୍ୟ ଏନକ୍ଲୋଜରରେ ରଖାଯିବ। ସବୁକିଛି ଠିକ୍ଠାକ୍ ରହିଲେ ଅଳ୍ପ ଦିନ ପରେ ଗଙ୍ଗାକୁ କୋର୍ ଏରିଆରେ ଛଡ଼ାଯିବ।

Advertisment
Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe