Advertisment

ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜିନ୍ନତ!

ଝାଡ଼ଖଣ୍ଡରୁ ଶିମିଳିପାଳ ନଫେରି ପଶ୍ଚିମବଙ୍ଗ ଗଲା ଜିନ୍ନତ।

Jinnat

Jinnat

Advertisment

ମହାରାଷ୍ଟ୍ରରୁ ଆଣି ଶିମିଳିପାଳରେ ଛଡ଼ା ଯାଇଥିବା ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗ ପଳାଇଛି। ଗତକାଲି ରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ ଛାଡ଼ି ସେ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ଚାଲି ଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅନରାରୀ ୱାଇଲ୍‌ଡ ଲାଇଫ ୱାଡେନ ଭାନୁମିତ୍ର ଆଚାର୍ଯ୍ୟ।

Advertisment

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ଗତକାଲି ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି।

ଜିନ୍ନତକୁ ଜିପିଏସ ଟ୍ରାକିଂରେ ରଖାଯାଇଥିବା ବେଳେ ସେ ଝାଡ଼ଖଣ୍ଡରେ ଥିବା ସମୟରେ ଏକ ସ୍ୱତନ୍ତ୍ର ଟିମ ତା'ର ଗତିବିଧି ଉପରେ ନଜର ରଖିଥିଲେ। ସେ ଝାଡ଼ଖଣ୍ଡରେ ଥିବା ସମୟରେ ଶିକାର କରି ଖାଇଥିବା ଓ ତା'ର ସ୍ୱାସ୍ଥ୍ୟ ଭଲ ଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ତାକୁ ସେଠାରୁ ଫେରାଇ ଆଣିବାର ସମସ୍ତ ଯୋଜନା ଫେଲ୍ ମାରିଛି। 

Advertisment

ଜିନ୍ନତ ପଶ୍ଚିମବଙ୍ଗ ପଳାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ କୌଣସି ସଠିକ୍ ସୂଚନା ଦେଉ ନ ଥିବା ବେଳେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ଜିନ୍ନତ ପଶ୍ଚିମବଙ୍ଗକୁ ପଳାଇଛି। କୁହାଯାଉଛି ଯେ ପଶ୍ଚିମବଙ୍ଗ ବେଲପାହାଡ଼ିରେ ବାଘ ପାଇଁ ଭରପୂର ଖାଦ୍ୟ ରହିଥିବା ବେଳେ ହୁଏତ ଜିନ୍ନତ ସେଠାରେ ବେଶ୍ କିଛି ଦିନ ରହିଯାଇପାରେ।

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ ପାଣି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe