ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।
ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା। ଗତ ଫେବ୍ରୁଆରୀ ୨୯ ତାରିଖରେ ସାରା ଅସୁସ୍ଥ ଥିବା ଜଣାପଡ଼ିଥିଲା। ସେ ଛିଡ଼ା ହୋଇପାରୁ ନଥିଲା। ଚିକିତ୍ସା ପରେ ସେ ଛିଡ଼ା ହୋଇଥିଲା ଓ ଗତ ମାର୍ଚ୍ଚ ୩ ତାରିଖରେ ମାଂସ ଖାଇଥିଲା।
Also Read
ମାର୍ଚ୍ଚ ୨୧ ତାରିଖରେ ସାରା ପୁଣି ଅସୁସ୍ଥ ହୋଇପଡ଼ିଲା। ତା’ର ଚିକିତ୍ସା କରାଯାଇଥିଲା। କିନ୍ତୁ ଖାଦ୍ୟ ଗ୍ରହଣ କରୁଥିବା ସତ୍ତ୍ୱେ ସେ କ୍ଷୀଣ ହୋଇଯାଉଥିଲା। ଗତକାଲି ସାରା ସ୍ୱାସ୍ଥ୍ୟାବସ୍ଥାରେ ଆହୁରି ଅବନ୍ନତି ହୋଇଥିଲା ଓ ଆଜି ଭୋରରେ ତା’ର ମୃତ୍ୟୁ ଘଟିଥିଲା।
୨୦୦୬ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ 'ସାରା' ଆସିଥିଲା ନନ୍ଦନକାନନ। ସେତେବେଳକୁ ତାକୁ ମାତ୍ର ୫ ମାସ ହୋଇଥିଲା। ପ୍ରାଣୀ ଅଦଳ ବଦଳ ନୀତିରେ ସେଠାରୁ ସାରାକୁ ଅଣାଯାଇଥିଲା। ୨୦୧୨ ଜାନୁଆରୀ ୧୩ ତାରିଖରେ ସାରାଠାରୁ ଆଶା, ଅଙ୍କିତା ଓ ଶୁଭଶ୍ରୀ ଜନ୍ମ ନେଇଥିଲେ। ପରେ ଆଶାକୁ ହାଇଦ୍ରାବାଦର ନେହରୁ ପ୍ରାଣୀ ଉଦ୍ୟାନକୁ ପଠାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ରାଉରକେଲା NITର ସଫଳତା, ନୂଆ କ୍ୟାଥୋଡ ପ୍ରଯୁକ୍ତିବିଦ୍ୟା ବିକଶିତ
ଗବେଷକ ଦଳ ଏକ ମ୍ୟାଗ୍ନେସିୟମ ଭିତ୍ତିକ କ୍ୟାଥୋଡ୍ ସାମଗ୍ରୀ ବିକଶିତ କରିଛନ୍ତି, ଯାହା କୋବାଲ୍ଟକୁ ଏକ ସ୍ଥାୟୀ ଓ ସୁଲଭ ବିକଳ୍ପ ପ୍ରଦାନ କରେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
Guest Column
ବିକାଶ ଓ ବିପର୍ଯ୍ୟୟ- କେତେ ଦୂର, କେତେ ନିକଟ?
ପ୍ରକୃତି ଯେ ଦିନେ ଡାକି ଆଣିବ ବିପର୍ଯ୍ୟୟକୁ ଏ କଥା ବିଶ୍ଵାସ କରିହେଉନାହିଁ। ଯେଉଁ ପ୍ରକୃତି ଏତେ ସୁନ୍ଦର ନଦୀ, ଜଙ୍ଗଲ, ପାହାଡ଼ ଓ ବିଭିନ୍ନ ଜୀବଜନ୍ତୁ ସୃଷ୍ଟି କରିଛି ସେ ପୁଣି ସେସମସ୍ତଙ୍କ ଧ୍ଵଂସ ରଚୁଛି କେମିତି? ଏହା ହେଉନାହିଁ ତ ଯେ ଧ୍ଵଂସର କାରଣ ହେଉଛି ମଣିଷ, କିନ୍ତୁ ଏଥିଲାଗି ଦାୟୀ କରୁଛି ପ୍ରକୃତିକୁ, ଯେଉଁଥି ଲାଗି ପ୍ରକୃତି ଅଧିକ ପ୍ରତିକ୍ରିୟାଶୀଳ ହୋଇଯାଉଛି?