Advertisment

ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ

୨୦୦୬ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ 'ସାରା' ଆସିଥିଲା ନନ୍ଦନକାନନ।

Sara

Sara

Advertisment

ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

Advertisment

ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା।  ଗତ ଫେବ୍ରୁଆରୀ ୨୯ ତାରିଖରେ ସାରା ଅସୁସ୍ଥ ଥିବା ଜଣାପଡ଼ିଥିଲା। ସେ ଛିଡ଼ା ହୋଇପାରୁ ନଥିଲା। ଚିକିତ୍ସା ପରେ ସେ ଛିଡ଼ା ହୋଇଥିଲା ଓ ଗତ ମାର୍ଚ୍ଚ ୩ ତାରିଖରେ ମାଂସ ଖାଇଥିଲା।

ମାର୍ଚ୍ଚ ୨୧ ତାରିଖରେ ସାରା ପୁଣି ଅସୁସ୍ଥ ହୋଇପଡ଼ିଲା। ତା’ର ଚିକିତ୍ସା କରାଯାଇଥିଲା। କିନ୍ତୁ ଖାଦ୍ୟ ଗ୍ରହଣ କରୁଥିବା ସତ୍ତ୍ୱେ ସେ କ୍ଷୀଣ ହୋଇଯାଉଥିଲା। ଗତକାଲି ସାରା ସ୍ୱାସ୍ଥ୍ୟାବସ୍ଥାରେ ଆହୁରି ଅବନ୍ନତି ହୋଇଥିଲା ଓ ଆଜି ଭୋରରେ ତା’ର ମୃତ୍ୟୁ ଘଟିଥିଲା।

Advertisment

୨୦୦୬ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ 'ସାରା' ଆସିଥିଲା ନନ୍ଦନକାନନ। ସେତେବେଳକୁ ତାକୁ ମାତ୍ର ୫ ମାସ ହୋଇଥିଲା। ପ୍ରାଣୀ ଅଦଳ ବଦଳ ନୀତିରେ ସେଠାରୁ ସାରାକୁ ଅଣାଯାଇଥିଲା। ୨୦୧୨ ଜାନୁଆରୀ ୧୩ ତାରିଖରେ ସାରାଠାରୁ ଆଶା, ଅଙ୍କିତା ଓ ଶୁଭଶ୍ରୀ ଜନ୍ମ ନେଇଥିଲେ। ପରେ ଆଶାକୁ ହାଇଦ୍ରାବାଦର ନେହରୁ ପ୍ରାଣୀ ଉଦ୍ୟାନକୁ ପଠାଯାଇଥିଲା। 

Nandankanan Nandankanan Zoological Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe