Isro's crops sprouted
ସ୍ପେଡେକ୍ସ ମିଶନ ଜରିଆରେ ଅନ୍ତରୀକ୍ଷରେ ଗଜା ହୋଇଛି ଝୁଡ଼ଙ୍ଗ ମଞ୍ଜି। ତେବେ ଏହା କେମିତି ଗଜା ହୋଇଥିଲା, ତା'ର ଏବେ ପୂରା ଭିଡିଓ ସାମ୍ନାକୁ ଆସିଛି। ଇସ୍ରୋ ମହାକାଶକୁ ପଠାଇଥିବା PSLV C 60 ପୋଏମ୍-4 ମଡ୍ୟୁଲ ଦ୍ୱାରା ଏହି ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟାର ଭିଡିଓ ଉତ୍ତୋଳନ କରାଯାଇଛି।
ମାଇକ୍ରୋ ଗ୍ରାଭିଟି ଭିତରେ ମଞ୍ଜିଗୁଡ଼ିକ କିପରି ଗଜା ହୋଇଥିଲା, ତାର ଦୃଶ୍ୟ ଏହି ଭିଡିଓରେ ରହିଛି। ୪ ଦିନ ଭିତରେ ମଞ୍ଜି ଗଜା ହୋଇ ପତ୍ର କଅଁଳିବା ପ୍ରକ୍ରିୟାର ଏକ କ୍ଷୁଦ୍ର ଭିଡିଓ ଇସ୍ରୋ ସୋଶାଲ ମିଡିଆ 'X' ରେ ସେୟାର କରିଛି ଇସ୍ରୋ।
ଏହା ପୂର୍ବରୁ ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିରୁ ପତ୍ର ବାହାରିଥିବା ନେଇ ଇସ୍ରୋ ପକ୍ଷରୁ ଫଟୋ ଜରିଆରେ ସୂଚନା ଦିଆଯାଇଥିଲା। ଗତ ଡିସେମ୍ବର ୩୦ରେ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଯାଇଥିଲା। ସେଥି ମଧ୍ୟରୁ କ୍ରପ୍ ପେ-ଲୋଡ୍ରେ ପଠାଯାଇଥିଲା ୮ଟି ଝୁଡ଼ଙ୍ଗ ମଞ୍ଜି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us