Advertisment

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼; ୧୫ ଜଣଙ୍କ ମୃତ୍ୟୁ ସହ କୋଠା-ବାଡ଼ି ଭାଙ୍ଗିରୁଜି ଚୁରମାର

ଶକ୍ତିଶାଳୀ ଆମେରିକାର ଛଅଟି ରାଜ୍ୟ ଏକ ପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି!

author-image
Debibandita Barick
Tornado

Tornado

ଭୟଙ୍କର ଘୂର୍ଣ୍ଣିଝଡ଼ର ସାମ୍ନା କରିଛନ୍ତି ଆମେରିକାବାସୀ। ରବିବାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତିକମରେ 15 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି। ଏଥିସହ କୋଠା-ବାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଶକ୍ତିଶାଳୀ ଆମେରିକାର ଛଅଟି ରାଜ୍ୟ ଏକ ପ୍ରକାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି!

Advertisment

ସୂଚନା ଅନୁସାରେ, ଆମେରିକାର ୬ଟି ରାଜ୍ୟରେ ଘୂର୍ଣ୍ଣିଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା। ପ୍ରଭାବିତ ହୋଇଥିବା ରାଜ୍ୟଗୁଡିକ ହେଉଛି ଟେକ୍ସାସ, ଆର୍କାନସସ, ଓକଲାହୋମା, ମିସୌରୀ ଏବଂ ଇୱ୍ୱିନୋଇସ। 

ସୋଶାଲ ମିଡିଆରେ ଘୂର୍ଣ୍ଣିଝଡ଼ ସମୟର ଏବଂ ପରବର୍ତ୍ତୀ ସମୟର ଭିଡିଓ ପୋଷ୍ଟ ହେଉଛି। ଭିଡିଓ ଦେଖିଲେ ଏହା କେତେ ଭୟଙ୍କର ଥିଲା ତାହା ଅନୁମାନ କରିହେବ। ଗୋଟିଏ ଭିଡିଓରେ ଦେଖାଯାଉଛି ଯେ, ଘୂର୍ଣ୍ଣିଝଡ଼ ଆକାଶରେ ଭୟଙ୍କର ରୂପ ଧାରଣ କରି ଘର-ଦ୍ୱାର, ଗଛ-ପତ୍ର ସବୁକୁ ଭାଙ୍ଗି ଛାରଖାର କରି ପକାଉଛି।

Advertisment

ସେହିପରି ଅନ୍ୟଏକ ଭିଡିଓରେ ଘୂର୍ଣ୍ଣିଝଡ଼ ରଚିଥିବା ତାଣ୍ଡବ ଦେଖିବାକୁ ମିଳୁଛି, ଯେଉଁଥିରେ ବଡ଼ ବଡ଼ କୋଠା ଭାଙ୍ଗି ଯାଇଛି, ଗାଡ଼ି ଓଲଟି ପଡିଛି, ଗଛ ଭାଙ୍ଗି ଛାରଖାର ହୋଇଯାଇଛି।  

Tornado US Tornado America Tornado