Advertisment

ଜହ୍ନ ରାଇଜ ଅଭିମୁଖେ ଚନ୍ଦ୍ରଯାନ-୩, ଆସନ୍ତାକାଲି ୫.୩୦ରୁ ଶିକ୍ଷାନୁଷ୍ଠାରେ ଲାଇଭ ଷ୍ଟ୍ରିମିଂ

ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ-3। ଆସନ୍ତାକାଲି ସନ୍ଧ୍ୟାରେ ଅବତରଣ। ଶିକ୍ଷାନୁଷ୍ଠାନରେ ଲାଇଭ ଷ୍ଟ୍ରିମିଂ ପାଇଁ ନିର୍ଦ୍ଦେଶ ଦେଲା ୟୁଜିସି।

ଅଦ୍ୟତନ ହୋଇଛି
Chandrayan-3

Chandrayan-3

Advertisment

ଜହ୍ନ ରାଇଜ ଅଭିମୁଖେ ଆଗେଇ ଚାଲିଛି ଇସ୍ରୋର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩। ଅବତରଣ ପାଇଁ ଅବଗଣନା ମଧ୍ୟ ଆରମ୍ଭ ହୋଇଯାଇଛି। କେବଳ ଇସ୍ରୋ କି ଭାରତ ନୁହେଁ ଅବତରଣ ଉପରେ ରହିଛି ପୂରା ବିଶ୍ୱର ନଜର। ଏହି ସ୍ମରଣୀୟ ମୁହୂର୍ତ୍ତର ମୁକସାଖୀ ହେବାକୁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।

Advertisment

ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଖିପାରିବେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା। ଏନେଇ ୟୁଜିସି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକୁ ବୁଧବାର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଭଷ୍ଟ୍ରିମିଂର ସ୍ୱତନ୍ତ୍ର ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବାବେଳେ ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ କରିବାକୁ କହିଛି ୟୁଜିସି। 

Advertisment

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ) ଅନୁଯାୟୀ, ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସନ୍ଧା ୫.୩୦ରୁ ଲାଇଭ ଷ୍ଟ୍ରିମିଂ ପ୍ରକ୍ରିୟା ଆରମ୍ଭ ହେବ। isro.gov.in, ISRO ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ (ଇସ୍ରୋ ଅଫିସିଆଲ୍), ଇସ୍ରୋର ଫେସବୁକ୍ ପେଜ୍ (facebook.com/ISRO) ଏବଂ DD ନ୍ୟାସନାଲ ଟିଭି ଚ୍ୟାନେଲରେ ପୂରା ପ୍ରକ୍ରିୟାର ସିଧାପ୍ରସାରଣ ପ୍ରସାରିତ ହେବ। ଅନ୍ୟପଟେ ଇସ୍ରୋ ଚନ୍ଦ୍ରପୃଷ୍ଠର ଆଉ ଏକ ଆକର୍ଷଣୀୟ ଫଟୋ ଜାରି କରିଛି।

ଲାଣ୍ଡର ବିକ୍ରମର କ୍ୟାମେରା-୪ ଏହି ଫଟୋ କ୍ୟାପ୍ଚର କରିଛି। ଅଗଷ୍ଟ ୨୦ରେ ଲାଣ୍ଡର ଏହି ଦୃଶ୍ୟ ଉତ୍ତୋଳନ କରିଥିବା ଇସ୍ରୋ କହିଛି। ଏନେଇ ଏକ ଭିଡିଓ ମଧ୍ୟ ଜାରିକରିଛି ଇସ୍ରୋ। ସେପଟେ ଗତକାଲି ଚନ୍ଦ୍ରଯାନ-୨ର ଅର୍ବିଟର, ଚନ୍ଦ୍ରଯାନ-୩କୁ ସ୍ୱାଗତ କରିଛି। ୨୦୧୯ରେ ବିଫଳ ହୋଇଯାଇଥିବା ଦ୍ୱିତୀୟ ମୁନ୍ ମିଶନର ଅର୍ବିଟର୍ ଏବେ ବି ଚନ୍ଦ୍ରପୃଷ୍ଠରେ ଘୂରିବୁଲିଛି। ବେଳେ ବେଳେ ଇସ୍ରୋକୁ ଚିତ୍ର ପଠାଇଥାଏ ଅର୍ବିଟର୍। ବର୍ତ୍ତମାନ ଏହି ଅର୍ବିଟର ଚନ୍ଦ୍ରଯାନ-୩ର ଲାଣ୍ଡରକୁ ସ୍ୱାଗତ କରିଛି। ଏହାପରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-୩।

ISRO ISRO Moon Mission Chandrayaan-3 Landing Tiime Chandrayan-3 Live Streaming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe