ଭାରତକୁ ଜାତିସଙ୍ଘର ଚେତାବନୀ: କମୁଛି ଭୂତଳ ଜଳ

ବିଶ୍ୱରେ ପ୍ରାୟ ୭୦ ପ୍ରତିଶତ ଭୂତଳ ଜଳ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଯେତେବେଳେ ଜଳଭଣ୍ଡାର ଗୁଡ଼ିକରେ ଜଳ ସ୍ତର କମିଯାଏ ସେତେବେଳେ ମରୁଡ଼ି ଯୋଗୁ ହେଉଥିବା କୃଷି କ୍ଷତିକୁ ହ୍ରାସ କରିବାରେ ଭୂତଳ ଜଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

UN Report Warns India Heading Towards Groundwater Depletion

ଭାରତକୁ ଚେତାବନୀ ଦେଲା ଜାତିସଙ୍ଘ

Manoj Swain
  • Published: Friday, 27 October 2023
  • Updated: 27 October 2023, 11:58 AM IST

Sports

Latest News

ଭାରତରେ ଭୂତଳ ଜଳ ହ୍ରାସକୁ ନେଇ ଚେତାବନୀ ଦେଲା ଜାତିସଙ୍ଘ। ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର ଏକ ରିପୋର୍ଟ। ଭାରତର ଇଣ୍ଡୋ-ଗାଙ୍ଗେଟିକ୍‌ର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ ପାଇବାର ବିପଦ ସଙ୍କେତର ଟିପିଂ ପଏଣ୍ଟ ଅତିକ୍ରମ କରିସାରିଛି। ଯାହା ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଜାତିସଙ୍ଘ ଅଧୀନରେ ଥିବା ଏକ ବିଶ୍ୱବିଦ୍ୟାଳୟ, ପରିବେଶ ଏବଂ ମାନବ ସୁରକ୍ଷା ଅନୁଷ୍ଠାନ (UNU-EHS) ଦ୍ୱାରା ‘ଇଣ୍ଟର-କନେକ୍ଟେଡ ଡିଜାଷ୍ଟର ରିସ୍କ ରିପୋର୍ଟ ୨୦୨୩’ ଶୀର୍ଷକରେ ପ୍ରକାଶ ପାଇଛି ଏହି ତଥ୍ୟ। ତେବେ ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ବିଶ୍ୱ ଛଅଟି ଜଳବାୟୁ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଟର ନିକଟତର ହେଉଛି। ସେଗୁଡ଼ିକ ହେଲା, ବିଲୁପ୍ତିକୁ ତ୍ୱରାନ୍ୱିତ କରିବା, ଭୂତଳ ଜଳ ହ୍ରାସ, ପାର୍ବତ୍ୟ ହିମଖଣ୍ଡ ତରଳିବା, ଅନ୍ତରୀକ୍ଷ ଭଗ୍ନାବଶେଷ, ଅସହ୍ୟ ଉତ୍ତାପ ଏବଂ ଏକ ବୀମା ବିହୀନ ଭବିଷ୍ୟତ।

Also Read

ପୃଥିବୀ ପ୍ରଣାଳୀରେ ପରିବେଶ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୀମା। ଯଦି ଜଳବାୟୁ ପରିବର୍ତ୍ତନର ସୀମା, ଟିପିଂ ପଏଣ୍ଟ ଅତିକ୍ରମ କରେ ତେବେ ସେହି ଜଳବାୟୁ ପରିବର୍ତ୍ତନରୁ ପୃଥିବୀକୁ ରକ୍ଷା କରିବା ଅସମ୍ଭବ ହୋଇପାରେ। ତାହା ଆକସ୍ମିକ ଏବଂ ଅନେକ ସମୟରେ ଅପୂରଣୀୟ ପରିବର୍ତ୍ତନ ଘଟିପାରେ। ଯାହା ପୃଥିବୀକୁ ଅତ୍ୟନ୍ତ ବିପର୍ଯ୍ୟସ୍ତ ଜଳବାୟୁ ପରିବର୍ତ୍ତନ ଆଡ଼କୁ ନେଇଯାଇପାରେ।

ବିଶ୍ବରେ ପ୍ରାୟ ୭୦ ପ୍ରତିଶତ ଭୂତଳ ଜଳ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଯେତେବେଳେ ଜଳଭଣ୍ଡାର ଗୁଡ଼ିକରେ ଜଳ ସ୍ତର କମିଯାଏ ସେତେବେଳେ ମରୁଡ଼ି ଯୋଗୁ ହେଉଥିବା କୃଷି କ୍ଷତିକୁ ହ୍ରାସ କରିବାରେ ଭୂତଳ ଜଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଏହି ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଆହୁରି ବିଗିଡ଼ିବାର ଆଶଙ୍କା ରହିଛି।

ତେବେ ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଭୂତଳ ଜଳ ସ୍ତର ଟିପିଂ ପଏଣ୍ଟର ନିକଟତର ହେବାର ଲାଗିଛି। ବିଶ୍ୱର ଅଧାରୁ ଅଧିକ ପ୍ରମୁଖ ଭୂତଳ ଜଳର ଭୂଖଣ୍ତ ସ୍ଥଳ ପ୍ରାକୃତିକ ଭାବେ ଯେତିକି ଶୀଘ୍ର ଭରଣା ହେବାକଥା, ତା'ଠାରୁ ଅଧିକ ଗତିରେ କମିବାରେ ଲାଗିଛି। ଏହା ଭବିଷ୍ୟତରେ କୃଷିକାର୍ଯ୍ୟ ଉପରେ ଗୁରୁତର ପ୍ରବାହ ପକାଇବ ସହ ସମଗ୍ର ଖାଦ୍ୟ ଉତ୍ପାଦନ ପ୍ରଣାଳୀ ପାଇଁ ଏକ ବିପଦ ସୃଷ୍ଟି କରିପାରେ।

ସେହିଭଳି ସାଉଦି ଆରବ ପରି କେତେକ ଦେଶ ଭୂତଳ ଜଳର ବିପଦ ସଙ୍କେତର ଟିପିଂ ପଏଣ୍ଟ ଅତିକ୍ରମ କରିସାରିଥିବାବେଳେ ଭାରତ ସମେତ ଅନ୍ୟ ଦେଶ ଏହାଠାରୁ ବେଶି ଦୂରରେ ନାହାଁନ୍ତି। ସେହିଭଳି ୧୪୦ କୋଟି ଭାରତୀୟଙ୍କ ପାଇଁ ରୁଟି ବାସ୍କେଟ ଭାବରେ କାର୍ଯ୍ୟକରେ ଭାରତର ଉତ୍ତର-ପଶ୍ଚିମାଞ୍ଚଳ ରାଜ୍ୟ ଯେଭଳି ପଞ୍ଜାବ ଏବଂ ହରିୟାଣା। ଯାହା ଦେଶର ଚାଉଳ ଯୋଗାଣର ୫୦ ପ୍ରତିଶତ ଏବଂ ଗହମ ଯୋଗାଣର ୮୫ ପ୍ରତିଶତ ଉତ୍ପାଦନ କରିଥାଏ।

ତେବେ ଚିନ୍ତାର ବିଷୟ ଏହାକି ପଞ୍ଜାବରେ ୭୮ ପ୍ରତିଶତ ଭୂତଳ କୂଅରେ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ଯାହା ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

ଜାତିସଙ୍ଘ ବିଶ୍ୱବିଦ୍ୟାଳୟ ଓ ପରିବେଶ ଏବଂ ମାନବ ସୁରକ୍ଷା ଅନୁଷ୍ଠାନର (UNU-EHS) ମୁଖ୍ୟ ଲେଖକ ତଥା ବରିଷ୍ଠ ବିଶେଷଜ୍ଞ ଜ୍ୟାକ୍ ଓ'କନର କହିଛନ୍ତି, ‘ଯେତେବେଳ ଆମେ ଏହି ଟିପିଂ ପଏଣ୍ଟର ନିକଟତର ହେବା, ସେତେବେଳ ଆମେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ଅନୁଭବ କରିପାରିବା। ଥରେ ଟିପିଂ ପଏଣ୍ଟ ଅତିକ୍ରମ କଲେ ପୃଥିବୀକୁ ପଛକୁ ଫେରାଇବା କଷ୍ଟକର ହୋଇପଡ଼ିବ। ତେବେ ଏହି ରିପୋର୍ଟ ଆମକୁ ଭବିଷ୍ୟତର ବିପଦ ଓ ଏହା ପଛରେ ଥିବା କାରଣ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷପ ନେବାରେ ସାହାଯ୍ୟ କରିବ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos