Advertisment

କେମିତି ଥାଏ ମୃତ୍ୟୁ ସମୟର ଅନୁଭବ? ବୈଜ୍ଞାନିକ ବାହାର କଲେ ସତ!

ମୃତ୍ୟୁପରେ ବି ଜୀବନ ବଞ୍ଚିରହେ, ଏହା ନିଃସନ୍ଦେହ ବୋଲି ଆମେରିକାର ଜଣେ ଅନୁଧ୍ୟାନକାରୀ ଦାବି କରି କହିଛନ୍ତି। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଜୀବିତ ରହେ, ଚତୁର୍ପାଶ୍ୱରେ ଯାହା ଘଟେ ଶୁଣେ, କହେ ଏବଂ ଦେଖିପାରେ ମଧ୍ୟ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ମୃତ୍ୟ କେତେ ରହସ୍ୟମୟ ଆଉ ଏହି ନିରାଟ ସତ୍ୟକୁ ଗ୍ରହଣ କରିବା କେତେ କଷ୍ଟକର! ମନ ମଧ୍ୟରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରେ। ବାସ୍ତବରେ ମଣିଷଟେ ମରିଗଲେ କଣ ହୁଏ, ତା' ଆତ୍ମା କୁଆଡ଼େ ଯାଏ, ଶରୀରର କ’ଣ ହୁଏ? ଏପରି ନାନା ବିଷ୍ମୟକର ପ୍ରଶ୍ନ ମନକୁ ଆସେ। ଏହାରି ମଧ୍ୟରେ ଜଣେ ବୈଜ୍ଞାନିକ ଯାହା କହିଛନ୍ତି, ତାହା ଆଶର୍ଯ୍ୟ କରିଦେବ। 

Advertisment

ମୃତ୍ୟୁ ପରେ ବି ଜୀବନ ଥାଏ, ଏହା ନିଃସନ୍ଦେହ ବୋଲି ଆମେରିକାର ଜଣେ ବୈଜ୍ଞାନିକ ଦାବି କରି କହିଛନ୍ତି। ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଜୀବିତ ରହେ, ଚତୁର୍ପାଶ୍ୱରେ ଯାହା ଘଟେ ଶୁଣେ, କହେ ଏବଂ ଦେଖିପାରେ ମଧ୍ୟ। ଯୁକ୍ତରାଷ୍ଟ୍ରର ଏହି ଅନୁସନ୍ଧାନକାରୀ ଜଣେ ରେଡିଏସନ୍ ଅଙ୍କୋଲୋଜିଷ୍ଟ। ସେ ୫୦୦୦ ନିଅର୍-ଡେଥ୍ ଏକ୍ସପ୍ରିଏନ୍ସ(ଏନଡିଇ) ବା ମୃତ୍ୟୁ-ନିକଟ ଅଭିଜ୍ଞତା ଅଧ୍ୟୟନ କରି ଏହି ଖୁଲାସା କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଏହି ଅନୁଧ୍ୟାନ ପାଇଁ ଡକ୍ଟର ଜେଫ୍ରି ଲଙ୍ଗ ୧୯୯୮ ମସିହାରେ ଏନଡିଇ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ। ଦୀର୍ଘଦିନ ଧରି ଅନୁସନ୍ଧାନ କରିବା ପରେ ନିକଟରେ ସେ ଏ ଉପରେ ଏକ ପ୍ରବନ୍ଧ ପ୍ରକାଶ କରିଛନ୍ତି। ଇନସାଇଡରରେ ତାଙ୍କ ଲେଖା ପ୍ରକାଶ ପାଇଛି। ସେ ଏନଡିଇଗୁଡ଼ିକୁ ବ୍ୟାଖ୍ୟା କରି କହିଛନ୍ତି, ‘ହୃଦଘାତ ହୋଇନଥିବା ବ୍ୟକ୍ତି ଯେଉଁମାନଙ୍କର କୋମାଟୋଜ କିମ୍ବା କ୍ଲିନିକାଲ୍ ଡେଥ୍ ହୋଇଥିବ, ସେମାନେ ମୃତ୍ୟୁ ପରେ ବି ଦେଖନ୍ତି, ଶୁଣନ୍ତି, କିଛି ଭାବନାକୁ ଅନୁଭବ କରନ୍ତି ଏବଂ ଅନ୍ୟ ଜୀବମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରନ୍ତି।’

Advertisment

ବର୍ଷ ବର୍ଷ ଧରି, ଏନଡିଏଗୁଡ଼ିକୁ ଅନୁସରଣ କରି ଏପରି ଦାବି କରିଛନ୍ତି ଜେଫ୍ରି ଲଙ୍ଗ୍।  ଜଣେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପରିବର୍ତ୍ତନ ହେଉଥିବା ସେ ଲକ୍ଷ୍ୟ କରିଥିବା ତାଙ୍କ ପ୍ରବନ୍ଧରେ ପ୍ରକାଶ କରିଛନ୍ତି। ତଥାପି କେତେକ ଘଟଣା ସମସ୍ତଙ୍କ ମଧ୍ୟରେ ସମାନ ଥିବା ସେ କହିଛନ୍ତି। ତାଙ୍କ କହିବାନୁସାରେ, ପ୍ରାୟ ୪୫% ଲୋକ, ଯେଉଁମାନଙ୍କର ନିଅର୍-ଡେଥ୍ ଏକ୍ସପ୍ରିଏନ୍ସ ବା ମୃତ୍ୟୁ-ନିକଟ ଅଭିଜ୍ଞତା ଅଛି, ସେମାନେ ଶରୀର ବାହାରେ କିଛି ଅନୁଭବ କରିଥାନ୍ତି।

ଲଙ୍ଗ୍ କହିଛନ୍ତି, ଅନେକ ଲୋକ ଦାବି କରନ୍ତି ଯେ 'ସେମାନଙ୍କର ଚେତନା ସେମାନଙ୍କ ଶରୀରରୁ ଅଲଗା ହୋଇଯାଏ, ସାଧାରଣତଃ ଏହା ଶୂନ୍ୟରେ ଘୂରି ବୁଲେ ଏବଂ ସେମାନଙ୍କୁ ଦେଖିବା ଏବଂ ଶୁଣିବାକୁ ଅନୁମତି ଦେଇଥାଏ। ଶରୀରର ବାହ୍ୟ ଅନୁଭୂତି ପରେ, ଲୋକମାନେ କୁହନ୍ତି ଯେ, ସେମାନେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ଅନେକ ଅଙ୍କା-ବଙ୍କା ସ୍ଥାନ ଅତିକ୍ରମ କରି ଏକ ଉଜ୍ଜ୍ୱଳ ଆଲୋକ ଅନୁଭବ କରିଛନ୍ତି।

କେବଳ ଏତିକି ନୁହଁ, ସେମାନେ ଗୃହପାଳିତ ପଶୁଙ୍କ ସମେତ ମୃତ ପ୍ରିୟଜନଙ୍କ ଅଭିବାଦନ ଗ୍ରହଣ କରନ୍ତି। ଅଧିକାଂଶ ଲୋକ ପ୍ରେମ ଏବଂ ଶାନ୍ତି ପରି ଦୁର୍ଲଭ ଅନୁଭବ କରିପାରୁଥିବା କହନ୍ତି। ଆଉ ମୃତ୍ୟୁ ପରେ ଯେଉଁଠି ପହଞ୍ଚନ୍ତି, ତାହା ହିଁ ସେମାନଙ୍କର ପ୍ରକୃତ ବାସସ୍ଥାନ ବୋଲି ଅନୁଭବ କରୁଥିବା ରିପୋର୍ଟରେ ପ୍ରକାଶ କରିଛନ୍ତି ଲଙ୍ଗ୍। 

ତେବେ ଏହି ଅନୁସନ୍ଧାନକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ କୌଣସି ବୈଜ୍ଞାନିକ କାରଣ ନଥିବା କହିଛନ୍ତି ଲଙ୍ଗ୍। ମୃତ୍ୟୁ ପରେ ଅନେକ ଘଟଣା ଏପରି ଘଟେ ବୋଲି କୁହାଯାଏ, ମାତ୍ର ଏଯାବାତ୍ ତାର କୌଣସି ପ୍ରମାଣ ନାହିଁ, କି ଏ ଉପରେ କେହି ପରୀକ୍ଷା ନୀରିକ୍ଷା ହୁଏ ନାହିଁ। ଲଙ୍ଗ୍ କିନ୍ତୁ ମୃତ୍ୟୁର ଖୁବ ନିକଟରୁ ଫେରିଆସିଥିବା ୫ ହଜାର ଲୋକଙ୍କୁ ନେଇ ଏହି ଅନୁସନ୍ଧାନ କରିଛନ୍ତି। ମାତ୍ର ତାଙ୍କ ପାଖରେ ପ୍ରମାଣର ଅଭାବ ରହିଛି। ଏହାର ବାସ୍ତବତାକୁ ଭେଦିବା ପାଇଁ ନିଶ୍ଚିତ ରୂପେ ଆଗାମୀ ଦିନରେ ଅନୁସନ୍ଧାନ ନେଇ ଆଶା କରାଯାଉଛି। 

Science News Research News Life Exists After Death Research On Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe