Advertisment

ଜଙ୍ଗଲରେ ଦେଖାଗଲା ବିଶାଳକାୟ ଦୁଇଗୋଡ଼ିଆ ଜନ୍ତୁ!

ଓକଲାହୋମର ୱିଚିତା ଜଙ୍ଗଲରେ ମଣିଷ ଭଳି ଦେଖା ଯାଉଥିବା ଏକ ଜନ୍ତୁ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Bigfoot

Bigfoot

Advertisment

ଓକଲାହୋମର ୱିଚିତା ପର୍ବତର ଜଙ୍ଗଲ ରାସ୍ତାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ରାସ୍ତାରେ ଏକ ବିଶାଳ ପାଦ ଥିବା ଜନ୍ତୁ ଦେଖିବାକୁ ପାଇଛନ୍ତି ଜଣେ ଯାତ୍ରୀ, ଯାହାକୁ ବିଗଫୁଟ୍ ଜନ୍ତୁ କୁହାଯାଉଛି। ସେ ଏହି ଜନ୍ତୁର ଭିଡିଓ ଶୁଟ୍ କରି ଟିକଟକରେ ପୋଷ୍ଟ କରିଛନ୍ତି, ଯାହାକୁ ୧୭ ଲକ୍ଷ ଲୋକ ଦେଖି ସାରିଲେଣି।

Advertisment

ଆମେରିକାର ନ୍ୟୁୟର୍କ ପୋଷ୍ଟରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ବିଶାଳକାୟ ଏହି ଜନ୍ତୁର ଦୃଶ୍ୟ ସାମାନ୍ୟ ଅସ୍ପଷ୍ଟ ଦେଖାଯାଉଛି ସହ, କିନ୍ତୁ ଯେଉଁ ବ୍ୟକ୍ତି କ୍ୟାମେରାରେ ଏହି ଦୃଶ୍ୟ କଏଦ କରିଛନ୍ତି, ସେ ଏହାକୁ ତାଙ୍କ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ବୋଲି କହିଛନ୍ତି।  

ସେ କହିଛନ୍ତି, "ମୋତେ ଲାଗୁଛି ମୁଁ କ୍ୟାମେରାରେ ଏର ଏଫ୍-କିଙ୍ଗ ବିଗଫୁଟ୍ (ଉତ୍ତର ଆମେରିକା ଜଙ୍ଗଲରେ ମଣିଷ ପରି ଦେଖାଯାଉଥିବା ବିଚିତ୍ର ପ୍ରାଣୀ)କୁ କଏଦ କରିଥିଲି। ଏହା ମୋ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ଥିଲା।"

Advertisment

ଏହି ପୋଷ୍ଟ ଭାଇରାଲ୍ ହେବା ପରେ କେହି କେହି ଜଙ୍ଗଲରେ ଅଜଣା ଜନ୍ତୁ ଥିବା କହୁଥିବା ବେଳେ ଅନ୍ୟ କେହି ଭ୍ରମ ବୋଲି କହିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର୍ ଏହାକୁ ୧୯୮୭ ମସିହାର ବିଗଫୁଟ୍ ବିଷୟରେ ରିଲିଜ୍ ହୋଇଥିବା ସିନେମାକୁ ମନେ ପକାଇଛନ୍ତି। 

ବିଗଫୁଟ୍ କ'ଣ?
ବିଗଫୁଟ, ସାସ୍କୁଆଚ୍ ନାମରେ ମଧ୍ୟ ଜଣାଶୁଣା। ଏହା ଏକ ଅଜବ ପ୍ରକାର ପ୍ରାଣୀ, ଯାହା ଶରୀରରେ ପ୍ରବଳ ଲୋମ ଥାଏ। ଠିକ୍ ମଣିଷ ପରି ଦେଖାଯାଏ। ଏହାର ବିଶାଳକାୟ ଦୁଇଟି ପାଦ ଥାଏ। ରିପୋର୍ଟ ଅନୁସାରେ, ଗୋଟିଏ ପାଦର ଲମ୍ବ ୨୪ ଇଞ୍ଚ ଏବଂ ଓସାର ୮ ଇଞ୍ଚ ହେବ। 

ଅନେକ ସମୟରେ ପୃଥିବୀରେ ମାନବ ପରି ଆଉ ଏକ ପ୍ରାଣୀ ଥିବା ଦାବି କରାଯାଏ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ବିଗଫୁଟ୍ ଉପରେ କେତେକ ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ସିନେମା ରିଲିଜ୍ ହୋଇଛି।  ୱିଚିତା ଜଙ୍ଗଲରେ ବିଗଫୁଟର ଭିଡିଓ ଆସିବା ପରେ ଏ ଉପରେ ଜାଣିବା ପାଇଁ ଲୋକଙ୍କ ମନରେ ବ୍ୟଗ୍ରତା ସୃଷ୍ଟି ହୋଇଛି।

Viral Video Bigfoot Bigfoot Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe