Advertisment

ଶୁକ୍ରରେ ଅମ୍ଳଜାନ ଚିହ୍ନଟ; ସମ୍ଭବ ହେବ କି ଜୀବସତ୍ତା?

ନାସା ଏବଂ ଜର୍ମାନ ଏରୋସ୍ପେସ୍ ମିଳିତ ଭାବେ ଶୁକ୍ର ବାବଦରେ ଏହି ଖୁଲାସା କରିଛନ୍ତି।

ଅଦ୍ୟତନ ହୋଇଛି
File Photo

File Photo

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ରୋଚକ ତଥ୍ୟ। ପୃଥିବୀ ନିକଟରେ ଥିବା ଶୁକ୍ର ଗ୍ରହରେ ରହିଛି ଅମ୍ଳଜାନ। ନାସା ଏବଂ ଜର୍ମାନ ଏରୋସ୍ପେସ୍ ମିଳିତ ଭାବେ ଶୁକ୍ର ବାବଦରେ ଏହି ଖୁଲାସା କରିଛନ୍ତି। ଗ୍ରହରେ ଅମ୍ଳଜାନ ଚିହ୍ନଟ ପରେ ଜୀବସତ୍ତାକୁ ନେଇ ବୈଜ୍ଞାନିକଙ୍କ କ’ଣ ଧାରଣା ରହିଛି, ଜାଣନ୍ତୁ...

Advertisment

ବୈଜ୍ଞାନିକମାନେ ପୃଥିବୀର ପଡ଼ୋଶୀ ଗ୍ରହ ଶୁକ୍ରର ବାୟୁମଣ୍ଡଳରେ ପାରମାଣବିକ ଅମ୍ଳଜାନ(ଏଟୋମିକ୍ ଅକ୍ସିଜେନ) ଚିହ୍ନଟ କରିଛନ୍ତି। ବୋଇଙ୍ଗ 747SP ଫ୍ଲାଇଟ୍ ସହାୟତାରେ SOFIA ବାୟୁବାହୀ ଅବଜରଭେଟୋରୀରେ ସ୍ଥାପିତ ଏକ ଯନ୍ତ୍ର ବ୍ୟବହାର କରି ବୈଜ୍ଞାନିକମାନେ ଏହା ଜାଣିବାକୁ ପାଇଛନ୍ତି। ଅନୁଧ୍ୟାନକାରୀମାନେ ଶୁକ୍ରର ଉଭୟ ସୂର୍ଯ୍ୟ ପାର୍ଶ୍ୱରେ ଅମ୍ଳଜାନ ଚିହ୍ନଟ କରିବାରେ ସକ୍ଷମ ହୋଇଛନ୍ତି। ବୈଜ୍ଞାନିକଙ୍କ ଏହି ନୂତନ ଅନୁସନ୍ଧାନ ଶୁକ୍ରର ବାୟୁମଣ୍ଡଳୀୟ ଗଠନକୁ ବୁଝିବା ପାଇଁ ନୂଆ ଦିଶା ଦେଖାଇଛି। 

ପୃଥିବୀର ବାୟୁମଣ୍ଡଳରେ ୨୧% ଅମ୍ଳଜାନ ଥିବାବେଳେ ଶୁକ୍ରର ବାୟୁମଣ୍ଡଳ ମୋଟା ଏବଂ ଘନ। ଏଠାରେ କାର୍ବନ ଡାଇଅକ୍ସାଇଡ୍ (୯୬.୫%), ନାଇଟ୍ରୋଜେନ୍ ଏବଂ ଟ୍ରେସ୍ ଗ୍ୟାସ୍ ରହିଥାଏ। ଶୁକ୍ରରେ ପ୍ରାୟ ଅମ୍ଳଜାନ ନଥାଏ ବୋଲି ଧାରଣା ଥିଲା। କିନ୍ତୁ ବର୍ତ୍ତମାନର ଆବିଷ୍କାର ଶୁକ୍ର ଗ୍ରହ ବାବଦରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି।

Advertisment

କହି ରଖୁଛୁ ଯେ, ପୃଥିବୀରେ ମଲ୍ୟୁକୁଲାର ଅମ୍ଳଜାନ ଥିବାବେଳେ ଶୁକ୍ରରେ ଏଟୋମିକ ଅକ୍ସିଜେନ ଚିହ୍ନଟ ହୋଇଛି। ମଲ୍ୟୁକୁଲାର ଅକ୍ସିଜେନରେ ଦୁଇଟି ଅମ୍ଳଜାନ ପରମାଣୁ ଥାଏ ଏବଂ ଏଟୋମିକ ଅକ୍ସିଜେନରେ ଗୋଟିଏ ଅମ୍ଳଜାନ ପରମାଣୁ ଥାଏ। ପୃଥିବୀରେ ଦୁଇଟି ଅକ୍ସିଜେନ ପରମାଣୁ(ମଲ୍ୟୁକୁଲାର ଅକ୍ସିଜେନ) ଥିବାରୁ ନିଃଶ୍ୱାସପ୍ରଶ୍ୱାସ ନେବା ସହଜ ହେଉଛି।

ଜର୍ମାନ ଏରୋସ୍ପେସ୍ ସେଣ୍ଟରର ପଦାର୍ଥବିଜ୍ଞାନୀ ତଥା ଅଧ୍ୟୟନର ମୁଖ୍ୟ ଲେଖକ ହିଞ୍ଜ୍-ୱିଲହେଲମ୍ ହୁବର୍ସ କହିଛନ୍ତି, ଶୁକ୍ର ଗ୍ରହର ପରିବେଶ ଘନ। ଏହାର ସଂରଚନା ମଧ୍ୟ ପୃଥିବୀଠାରୁ ଭିନ୍ନ। ପୃଥିବୀ ଭଳି ଶୁକ୍ରରେ ଜୀବସତ୍ତା ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। 

Earth Research Science Venus Has Oxygen. Oxygen Found In Venus Research On Venus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe