Advertisment

ଆଉ ପାଦେ ଆଗେଇଲା ଇସ୍ରୋର ମୁନ୍ ମିଶନ; ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ

ଆସନ୍ତା ୨୩ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ।

author-image
Jitendra Garnayak
Lander Module

Lander Module

ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ଥ୍ରୀ। ଆଜି ଭୋର ସମୟରେ ଲ୍ୟାଣ୍ଡରର ଦ୍ୱିତୀୟ ଡିବୁଷ୍ଟିଂ ସଫଳ ହୋଇଛି । ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲ୍ୟାଣ୍ଡର। ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି। ବର୍ତ୍ତମାନ ଲ୍ୟାଣ୍ଡର 25 km x 134 km କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ଏହି ସୂଚନା ଇସ୍ରୋ ପକ୍ଷରୁ ଦିଆଯାଇଛି।

Advertisment

ଏହି କକ୍ଷ ପଥରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲ୍ୟାଣ୍ଡର୍ । ଦୁଇ ଦିନ ତଳେ ଲ୍ୟାଣ୍ଡରର ପ୍ରଥମ ଡିବୁଷ୍ଟିଂ ହୋଇଥିଲା। ଏବେ ରହିଲା ଶେଷ ଅଗ୍ନି ପରୀକ୍ଷା। ଆସନ୍ତା ୨୩ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ। ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ । ଏହା ସହିତ ଜଳର ମଧ୍ୟ ସନ୍ଧାନ ମଧ୍ୟ କରିବ।

ଗୁରୁବାର ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର । ଏବେ ପ୍ରପଲସନ ମଡ୍ୟୁଲ ପୃଥିବୀ ଚାରିପଟେ ମାସ ମାସ ଏପରିକି ବର୍ଷ ବର୍ଷ ମଧ୍ୟ ଘୁରି ବୁଲିବ ଓ ବାୟୁମଣ୍ଡଳ ସଂପର୍କରେ ତଥା ମେଘରୁ ଆସୁଥିବା ଆଲୋକର ପୋଲାରାଇଜେସନ ସଂପର୍କରେ ତଥ୍ୟ ସଂଗ୍ରହ କରିବ।

Advertisment
ISRO