Advertisment

ପୃଥିବୀ ଗୋଟିଏ ସେକେଣ୍ଡ ଘୂରିବା ବନ୍ଦ କରିଦେଲେ କ’ଣ ହେବ?

ଏପରି ପ୍ରାକୃତିକ ବିପର୍ଯ୍ୟୟ ମାନବର ଚିନ୍ତାର ବାହାରେ। ଏହାର ପରିଣାମ ବାବଦରେ ବୈଜ୍ଞାନିକ ଅନୁଧ୍ୟାନ କ’ଣ କହେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଆମେ ଜାଣିଛେ, ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଘୂରେ ଏବଂ ନିଜ ଅକ୍ଷରେ ମଧ୍ୟ ଘୂର୍ଣ୍ଣନ କରେ। ପୃଥିବୀ ନିଜ ଅକ୍ଷ ଚାରିପଟେ ଥରେ ଘୂର୍ଣ୍ଣନ ପାଇଁ ୨୩ ଘଣ୍ଟା ୫୬ ମିନିଟ ବା ୨୪ ଘଣ୍ଟା ସମୟ ନେଉଥିବା ବେଳେ ସୂର୍ଯ୍ୟଙ୍କ ଚାରିପଟେ ଘୂରିବା ପାଇଁ ୩୬୫ ଦିନ ସମୟ ନିଏ। ପୃଥିବୀ ଏହାର ଅକ୍ଷ ପଥରେ ଘଣ୍ଟା ପ୍ରତି ୧,୬୦୦ କିଲୋମିଟର ବେଗରେ ଘୂରୁଛି।

Advertisment

ଏହି ଘୂର୍ଣ୍ଣନ ପ୍ରକ୍ରିୟା ପାଇଁ ହିଁ ପୃଥିବୀରେ ଜୀବ-ଜଗତ ସମ୍ଭବ ହୋଇପାରିଛି। ପୃଥିବୀର ୨ ପ୍ରକାର ଗତି, ପରିକ୍ରମଣ ଓ ଆବର୍ତ୍ତନ ଗତି କାରଣରୁ ଦିନ-ରାତି ଓ ଋତୁଚକ୍ର ବଦଳୁଛି। ହେଲେ କେବେ ଭାବିଛନ୍ତି କି, ଯଦି ପୃଥିବୀ ମାତ୍ର ଏକ ସେକେଣ୍ଡ ପାଇଁ ଅଟକିଯାଏ, ତେବେ କ’ଣ ହେବ? 

ବୈଜ୍ଞାନିକଙ୍କ ଅନୁସନ୍ଧାନ ଅନୁସାରେ, ଯଦି ପୃଥିବୀ ମାତ୍ର ଏକ ସେକେଣ୍ଡ ପାଇଁ ଅଟିଯାଏ, ତେବେ ଏହା ପ୍ରକାଣ୍ଡ ବିପତ୍ତି ଡାକି ଆଣିବ। ପୃଥିବୀ ନିମିଷକ ପାଇଁ ଅଟକି ଗଲେ, ବାୟୁମଣ୍ଡଳରୁ ପାତାଳ, ସ୍ଥଳ ଭାଗଠୁ ଜଳ ଭାଗ ସବୁ କିଛି ଧ୍ୱଂସ ବିଧ୍ୱସ୍ତ ହୋଇଯିବ। ହଠାତ୍ ପୃଥିବୀ ଗତି କରିବା ବନ୍ଦ କରିଦେଲେ ଏହା ଭୌଗୋଳିକ ପରିବର୍ତ୍ତନ ସୃଷ୍ଟି କରିବ। ପୃଥିବୀର ଭୂତଳ ପରିବର୍ତ୍ତନ କାରଣରୁ ବଡ଼ ବଡ଼ ଭୂକମ୍ପ ହୋଇପାରେ, ଗ୍ରହ ନକ୍ଷତ୍ରଙ୍କ ସ୍ଥାନ ପରିବର୍ତ୍ତନ ସାଙ୍ଗକୁ ସମୁଦ୍ରରୁ ସୁନାମି ମାଡ଼ି ଆସିବ। ବଡ଼ ବଡ଼ ଉଚ୍ଚ ତରଙ୍ଗ ପୃଥିବୀର ସ୍ଥଳଭାଗକୁ ଜଳମଗ୍ନ କରିଦେବ।

Advertisment

ଜ୍ୟୋତିର୍ବିଜ୍ଞାନୀ ନିଲ୍ ଡି ଗ୍ରାସେ ଟାଇସନ୍ କହିଛନ୍ତି: "ଏପରି ହେଲେ ପୃଥିବୀର ସମସ୍ତ ଜୀବଙ୍କର ମୃତ୍ୟୁ ଘଟିବ। ଏହା ପୃଥିବୀବାସୀଙ୍କ ପାଇଁ ସବୁଠୁ ଖରାପ ଦିନ ଭାବେ ବିବେଚିତ ହେବ।"

ଆମେ ଜାଣିଛେ ପୃଥିବୀର ଘୂର୍ଣ୍ଣନ ଏହାର ମାଧ୍ୟାକର୍ଷଣ କ୍ଷେତ୍ର କାରଣରୁ ସମ୍ଭବ ହେଉଛି, ଆଉ ଏହି କାରଣରୁ ହିଁ ଚନ୍ଦ୍ର ପୃଥିବୀ ଚାରିପଟେ ଘୂରୁଛି। ହଠାତ୍ ପୃଥିବୀର ଘୂର୍ଣ୍ଣନ ବନ୍ଦ ହୋଇଗଲେ ଏହି ସୂକ୍ଷ୍ମ ସନ୍ତୁଳନ ବ୍ୟାହତ ହୋଇପାରେ, ଫଳରେ ଚନ୍ଦ୍ରର ଗତିପଥ ବଦଳି ଯାଇ ଜୁଆର ଶକ୍ତି ପ୍ରଭାବିତ ହେବ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି କାରଣରୁ ଟାଇଡାଲ୍ ଫୋର୍ସ ହୋଇଥାଏ।

ଯଦି ଚନ୍ଦ୍ରର ଟାଇଡାଲ ଫୋର୍ସ କାରଣରୁ ପୃଥିବୀର ପରିକ୍ରମା ମନ୍ଥର ହୋଇଯାଏ, ଆଉ ଏପରି ମାତ୍ର ଏକ ସେକେଣ୍ଡ ପାଇଁ ଘଟେ ତେବେ ଗୋଟିଏ ଦିନ ହେବାକୁ ୫୦ ହଜାର ବର୍ଷ ଲାଗିଯିବ। ଏପରି ପ୍ରାକୃତିକ ବିପର୍ଯ୍ୟୟ ମାନବର ଚିନ୍ତାର ବାହାରେ। ଏହା କେବଳ ଏକ ବୈଜ୍ଞାନିକ ଅନୁଧ୍ୟାନ, ଯାହା ଆମ ସୌରମଣ୍ଡଳୀୟ ପ୍ରକ୍ରିୟାକୁ ସୂଚିତ କରୁଛି। 

Earth Earth Spinning Planate