Advertisment

ଆସି ନଥିବା ମହାମାରୀ ‘ଡିଜିଜ୍ ଏକ୍ସ’ର ମୁକାବିଲା ପାଇଁ ବୈଜ୍ଞାନିକଙ୍କ ପ୍ରସ୍ତୁତି ଜାରି

ପୂର୍ବରୁ ଭ୍ୟାକ୍ସିନ୍ କିମ୍ବା ଔଷଧ ପ୍ରସ୍ତୁତ ନ ରହିବାରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। ତେଣୁ ସମ୍ଭାବ୍ୟ ‘ଡିଜିଜ୍ ଏକ୍ସ’ ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କୋଭିଡ ପରେ ଆଉ ଏକ ମହାମାରୀକୁ ନେଇ ଆଶଙ୍କା କରୁଛନ୍ତି ବୈଜ୍ଞାନିକ। ଆଗାମୀ ସମୟରେ ଏକ ଅଜଣା ମହାମାରୀ ପୁଣି ଥରେ ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ଏହାକୁ ଡିଜିଜ ଏକ୍ସ ନାମ ଦେଇଛନ୍ତି ବୈଜ୍ଞାନିକ। ଏହି ମହାମାରୀ କୋଭିଡଠାରୁ ପାଞ୍ଚ ଗୁଣା ଘାତକ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।

Advertisment

ତେବେ ଏହି ଡିଜିଜ୍ ଏକ୍ସ କ’ଣ, ଏଥିପାଇଁ ବୈଜ୍ଞାନିକମାନେ କିପରି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି, ଜାଣନ୍ତୁ...

'ଡିଜିଜ୍ X' କ’ଣ?
ଡିଜିଜ ଏକ୍ସ ମଧ୍ୟ କୋଭିଡ ପରି ଏକ ଅଦୃଶ୍ୟ ମହାମାରୀ। କିନ୍ତୁ ଏହା କୌଣସି ଭୂତାଣୁର ନାମ କି ରୋଗ ନୁହେଁ, ଏହା ଏକ ଟର୍ମ। ୨୦୧୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରି ରୋଗ ସୃଷ୍ଟି ହେବା ନେଇ ଆକଳନ କରିଥିଲେ। ପରବର୍ତ୍ତୀ ସମୟରେ କୋଭିଡ-୧୯ ସୃଷ୍ଟି ହୋଇଥିଲା। ଭାଇରାସ୍ କ୍ରିଏଟ୍ ହେବା ପରେ ଏହାର ନାମ କୋଭିଡ ରଖାଯାଇଥିଲା। ଠିକ୍ ଏହିପରି ଆଉ ଏକ ମହାମାରୀ ଆସିପାରେ ଏବଂ ଏହା କୋଭିଡଠୁ ଆହୁରି ଘାତକ ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି।

Advertisment

ଭାଇରସ୍ କ୍ରିଏଟ୍ ହେବା ପରେ ଏହାର ନାମକରଣ କରାଯିବ। ସମ୍ଭାବ୍ୟ ଏହି ଡିଜିଜ୍ ଏକ୍ସ ପଶୁ ଶରୀରରୁ ମଣିଷ କିମ୍ବା ମଣିଷ ଶରୀରରୁ ପଶୁଙ୍କୁ ବ୍ୟାପିପାରେ, ଯାହା ଫଳରେ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ଡିଜିଜ୍ X ଉପରେ ଅଧ୍ୟୟନ କରିବାର ଉଦ୍ଦେଶ୍ୟ କ’ଣ?
ହଠାତ୍ ମହାମାରୀ ଭଳି ପରିସ୍ଥିତି ସୃଷ୍ଟି ହେବା ଫଳରେ ହଜାର ହଜାର ଜୀବନ ମୃତ୍ୟୁ ମୁଖରେ ପଡୁଛି। ଏହାର ମୁଖ୍ୟ କାରଣ ପୂର୍ବରୁ ଭ୍ୟାକ୍ସିନ୍ କିମ୍ବା ଔଷଧ ପ୍ରସ୍ତୁତ ହୋଇନଥିଲା। ଏହି କାରଣରୁ ପଶ୍ଚିମ ଆଫ୍ରିକାରେ ୨୦୧୪-୨୦୧୬ ପର୍ଯ୍ୟନ୍ତ ଇବୋଲା ମହାମାରୀର ରୂପ ନେଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ସୃଷ୍ଟି ହେବାକୁ ଥିବା ମହାମାରୀର ମୁକାବିଲା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ ରଖିବାକୁ WHO ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସାମ୍ପ୍ରତିକ ତାଲିକାରେ ଥିବା ଭାଇରସ୍ ବାବଦରେ ନିମ୍ନରେ ଉଲ୍ଲେଖ ରହିଛି...

  • COVID-19,
  • କ୍ରାଇମିଅନ-କଙ୍ଗୋ ହେମୋରାଜିକ୍ ଫିଭର
  • ଇବୋଲା ଭାଇରସ୍ ଡିଜିଜ୍ ଏବଂ ମାରବର୍ଗ ଭାଇରସ୍ ଡିଜିଜ୍
  • ଲାସା ଫିଭର
  • ମିଡିଲ୍ ଇଷ୍ଟ ରେସ୍ପିରାଟୋରୀ ସିଣ୍ଡ୍ରୋମ (MERS) ଏବଂ SARS
  • ନିପା ଏବଂ ହେନିପାଭାଇରାଲ୍ ଡିଜିଜ
  • ରିଫ୍ଟ ଭ୍ୟାଲି ଫିଭର
  • ଜିକା
  • ଡିଜିଜ୍ ଏକ୍ସ

ପରବର୍ତ୍ତୀ ମହାମାରୀ ପାଇଁ ଗବେଷଣା କିପରି ଚାଲିଛି?
SARS-CoV-2 ଭାଇରସ୍ ସଂକ୍ରମଣ ଏବଂ ଏହାର ଜେନେଟିକ୍ ସିକ୍ୱେନ୍ସ ମୁକ୍ତ ହେବା ପରଠାରୁ ପ୍ରଥମ କୋଭିଡ୍ ଟିକାକୁ ଅନୁମତି ମିଳିବା ପର୍ଯ୍ୟନ୍ତ ପାଖାପାଖି ୩୨୬ ଦିନ ଲାଗି ଯାଇଥିଲା। ଏହାର ଅର୍ଥ ମହାମାରୀ ପରିସ୍ଥିତି ସୃଷ୍ଟି ହେବା ପରେ ଟିକା ଉତ୍ପାଦନ ପାଇଁ ପାଖା ପାଖି ଏକ ବର୍ଷ ସମୟ ଲାଗି ଯାଇପାରେ। ଏଥିପାଇଁ ମହାମାରୀ ପ୍ରସ୍ତୁତି ଇନୋଭେସନ୍ସ କିମ୍ବା CEPI ଭଳି ଦ୍ରୁତ ଗତିରେ ପ୍ରତିକ୍ରିୟାଶୀଳ ଟିକା ପ୍ଲାଟଫର୍ମକୁ ସମର୍ଥନ କରାଯାଉଛି। ଏହି ପ୍ଲାଟଫର୍ମ ସମ୍ଭାବ୍ୟ ମହାମାରୀ ବିରୁଦ୍ଧରେ ୧୦୦ ଦିନ ମଧ୍ୟରେ ଟିକା ପ୍ରସ୍ତୁତ କରିପାରିବ। ଏଥିପାଇଁ ୩୫୦ କୋଟି ଡଲାରର ଯୋଜନା ରହିଛି। ଏହିପରି ଅନ୍ୟାନ୍ୟ ପ୍ରୟାସଗୁଡିକ ହେଉଛି...

  • ଭବିଷ୍ୟତର ଜରୁରୀକାଳୀନ ପରିସ୍ଥିତିରୁ ବିଶ୍ୱକୁ ରକ୍ଷା କରିବା ପାଇଁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀକୁ ଅପଡେଟ୍ କରିବା ଏବଂ ବିଶ୍ୱସ୍ତରୀୟ ନୂଆ ଚୁକ୍ତିନାମା ପ୍ରସ୍ତୁତ କରିବା।
  • ମହାମାରୀ ନିରାକରଣ, ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପାଇଁ ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ପାଣ୍ଠି ପ୍ରସ୍ତୁତ ରଖିବା।
  •  ମହାମାରୀର ସମ୍ଭାବ୍ୟ ବିପଦକୁ ଆକଳନ କରିବା ପାଇଁ ଆନାଲିଟିକାଲ ମଡେଲ ପ୍ରସ୍ତୁତ। 
  • ଗ୍ଲୋବାଲ୍ ଭାଇରୋମ୍ ପ୍ରୋଜେକ୍ଟ ଜୁନୋଟିକ୍ ଭାଇରାଲ୍ ବିପଦ ଆବିଷ୍କାର ଏବଂ ଭବିଷ୍ୟତରେ ମହାମାରୀକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି।
  • ଆମେରିକା ସରକାର ପ୍ରୋଜେକ୍ଟ NextGen ଜରିଆରେ COVID-19 ପରବର୍ତ୍ତୀ ଟିକା ବିକାଶ ପାଇଁ ୫୦୦ କୋଟି ଡଲାରର ପାଣ୍ଠି ବିନିଯୋଗ କରିଛନ୍ତି। 
  • ମହାମାରୀ ଚିକିତ୍ସା ପାଇଁ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। 
Virus Next Pandemic Disease X