Advertisment

ଏପ୍ରିଲ ୮ରେ ଦିନ ହୋଇଯିବ ରାତି! ଆକାଶରେ ଲୁଚିଯିବେ ସୂର୍ଯ୍ୟ

ଚଳିତ ବର୍ଷ ପୃଥିବୀବାସୀ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକସାକ୍ଷୀ ହେବାକୁ ଯାଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଚଳିତ ବର୍ଷ ପୃଥିବାବାସୀ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକସାକ୍ଷୀ ହେବାକୁ ଯାଉଛନ୍ତି। ଏହି ମହାଜାଗତିକ ଦୃଶ୍ୟ ହେଉଛି ଆସନ୍ତା ମାସ ୮ ତାରିଖରେ ହେବାକୁ ଥିବା ପୂର୍ଣ୍ଣ ସୂର୍ଯ୍ୟ ପରାଗ। କାରଣ ଏହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ, ଯାହା ଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ।  

Advertisment

ବୈଜ୍ଞାନିକଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖାଯିବ ତାହା ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଏପରି ବିରଳ ଦୃଶ୍ୟ ଦେଖାଯିବ ନାହିଁ। ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନି।

ଏହା ଏପରି ଏକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି, ଯାହାକୁ ଦେଖିବା ପାଇଁ ଲୋକମାନଙ୍କୁ ସନ୍ ଗ୍ଲାସର ବ୍ୟବହାରରେ କରିବାକୁ ପଡ଼ିବନି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିପାରିବେ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିହେବ।  

Advertisment

ପୂର୍ଣ୍ଣ ସୂର୍ଯ୍ୟ ପରାଗ କଣ?
ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଛି ଏକ ଅବସ୍ଥା ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଗତି କରେ। ଏହି ସମୟରେ ଚନ୍ଦ୍ର, ସୂର୍ଯ୍ୟଙ୍କ ଡିସ୍କକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରି ଭୂପୃଷ୍ଠରେ ଏକ ବିରାଟ ଛାୟା ସୃଷ୍ଟି କରେ। ଯେଉଁ ସ୍ଥାନରୁ ଚନ୍ଦ୍ରର ଛାୟା ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଆଚ୍ଛାଦନ କରିଥାଏ, ଲୋକମାନେ ସେହି ସ୍ଥାନକୁ ଦେଖିପାରିବେ। ନାସା ଅନୁଯାୟୀ, ଏହି ସମୟ ମଧ୍ୟରେ ଆକାଶ ଅନ୍ଧକାର ହୋଇଯିବ। ଦିନ ବଦଳରେ ସକାଳ କିମ୍ବା ସନ୍ଧ୍ୟା ଭଳି ଅନୁଭୂତ ହେବ। 

Science Total Solar Eclipse Environment